ନୋବେଲ ଶାନ୍ତି ପୁରସ୍କାର ବିଜେତା କେତେ ଟଙ୍କା ପାଆନ୍ତି?

ନୂଆଦିଲ୍ଲୀ,୧୦ା୧୦: ଭେନେଜୁଏଲାର ବିରୋଧୀ ନେତ୍ରୀ ମାରିଆ କୋରିନା ମାଚାଡୋ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ହାସଲ କରିଛନ୍ତି। ତାଙ୍କୁ ଏହି ପୁରସ୍କାର ଦେଶରେ ଗଣତନ୍ତ୍କୁ ପ୍ରୋତ୍ସାହନ ଓ ଏକଛତ୍ରବାଦ ବିରୋଧରେ ଲଢ଼େଇ ପାଇଁ ପ୍ରଦାନ କରାଯାଇଛି। ନୋବେଲ ଶାନ୍ତି ପୁରସ୍କାର ସହିତ ୧୧ ନିୟୁତ ସୁଇଡିଶ କ୍ରୋନର (SEK)(୧୦.୩ କୋଟି ଟଙ୍କା)ପୁରସ୍କାର ରାଶି ମିଳିଥାଏ। ଏହା ସହ ବିଜେତାଙ୍କୁ ଏକ ମେଡାଲ ଓ ଡିପ୍ଲୋମା ମଧ୍ୟ ପ୍ରଦାନ କରାଯାଏ।

ମେଡାଲଟି ୧୯୦୨ରୁ ବ୍ୟବହୃତ ହେଉଛି, ଯାହା ନରୱେର ଶିଳ୍ପୀ ଗୁଷ୍ଟାଭ ଭିଗେଲାଣ୍ଡ ଓ ସୁଇଡେନର ଖୋଦକାରୀ ଏରିକ ଲିଣ୍ଡବର୍ଗଙ୍କ ଦ୍ୱାରା ଡିଜାଇନ କରାଯାଇଛି। ଏହା ବର୍ତ୍ତମାନ ୧୮ କ୍ୟାରେଟ ସୁନାରେ ନିର୍ମିତ ଓ ୧୯୬ ଗ୍ରାମ ଓଜନ ବିଶିଷ୍ଟ। ମେଡାଲରେ ଆଲଫ୍ରେଡ ନୋବେଲଙ୍କ ଛବି ସହ ଲାଟିନ ଭାଷାରେ ଶାନ୍ତି ଓ ଭାଇଚାରା ପାଇଁ ଉକ୍ତି ଖୋଦିତ ହୋଇଛି।

ଆଲଫ୍ରେଡ ନୋବେଲଙ୍କ ଇଚ୍ଛାପତ୍ର ଅନୁଯାୟୀ ୧୯୦୧ରେ ପ୍ରତିଷ୍ଠିତ ଏହି ପୁରସ୍କାର ମାନବଜାତି ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଏ। ୨୦୨୫ରେ ୩୩୮ଟି ମନୋନୟନ ମଧ୍ୟରୁ ମାଚାଡୋ ଏହି ସମ୍ମାନ ହାସଲ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ସବୁ ଚାକିରିର ନିୟମ! ଏବେ ଡିଗ୍ରୀ ନୁହେଁ ଦରକାର ପଡିବ…

ନୂଆଦିଲ୍ଲୀ,୯।୧୧: ବିଶ୍ୱ ଦ୍ରୁତ ଗତିରେ ବଦଳୁଛି, ଏବଂ ଆମର କାମ କରିବାର ଶୈଳୀ ମଧ୍ୟ ବଦଳୁଛି। କେବଳ ବୈଷୟିକ ଭାବରେ ଦକ୍ଷ ହେବା ଆଉ ଆବଶ୍ୟକ...

ଭାରତକୁ ଆଖି ଦେଖାଇଲା ପାକିସ୍ତାନ! ବାଂଲାଦେଶରୁ କଲା ଗର୍ଜନ…

ଢାକା,୯।୧୧: ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ହେବା ପରଠାରୁ, ପାକିସ୍ତାନ ସହିତ ବାଂଲାଦେଶର ସମ୍ପର୍କରେ ଯଥେଷ୍ଟ ଉନ୍ନତି ଆସିଛି। ଏହା ପ୍ରଥମ ଥର ପାଇଁ...

ରାତି ପାହିଲେ ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ: ପୂର୍ବରୁ ୨୫୬ଟି ଅଭିଯୋଗ ଶୁଣି କରିଥିଲେ ରେକର୍ଡ

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସର ମଧ୍ୟରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷନ ଏବଂ ଏଏସ୍‌ପି ହରିଶ ବିସିଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ...

ମ୍ୟାନ ଅଫ ଦି ମ୍ୟାଚ ଖେଳାଳି କେତେ ଟଙ୍କା ପାଆନ୍ତି? ଏହା ମ୍ୟାଚ ଫି ଠାରୁ କେତେ କମ

ନୂଆଦିଲ୍ଲୀ,୯।୧୧: ନିକଟରେ, ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ମହିଳା ODI ବିଶ୍ୱକପ ଜିତିଥିଲା। ଫାଇନାଲ ମ୍ୟାଚରେ, ଶାଫାଲି ବର୍ମା ଏକ ଚମତ୍କାର ଇନିଂସ...

ଦାରିଙ୍ଗବାଡିରେ ଖସୁଛି ପାରଦ: ୨ ଦିନ ହେଲା ଶୀତ, ନିଆଁ ଲଗାଇ ବସୁଛନ୍ତି…

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ଶୀତ ଆସିବାରେ ବିଳମ୍ବ ହୋଇଛି । ତେବେ ଗତ ୨ ଦିନ ହେଲା ପାରଦ ଖସୁଛି ଏବଂ...

ବିଜେଡି, ଭାଜପାର ରୋଡ୍‌ ଶୋ’କୁ ନେଇ ଚର୍ଚ୍ଚା

ନୂଆପଡ଼ା,୯ା୧୧(ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ। ରବିବାର ପ୍ରଚାର ଶେଷ ହୋଇଯିବ। ଅପରାହ୍ନ ୪ଟା ସୁଦ୍ଧା ନୂଆପଡ଼ା ଛାଡ଼ି ଚାଲିଯିବାକୁ ବାହାର ନେତା...

ନୂଆପଡ଼ା ଉପନିର୍ବାଚନ ବିଜୟ ପାଇଁ ପ୍ରମୁଖ ଦଳର କସରତ୍‌

ନୂଆପଡ଼ା,୯ା୧୧ (ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଏହାକୁ ନେଇ ଆଲୋଚନା ସେତେ...

ଘାସିରାମ ନିଷ୍କଳଙ୍କ: ଚେୟାରମ୍ୟାନ ଥାଇ ନିଜ ବିଡିଓଙ୍କୁ ଧରାଇଥିଲେ ଭିଜିଲାନ୍ସ ହାତରେ

ନୂଆପଡ଼ା,୯ା୧୧ (ମକାରୁ ବେମାଲ): କଂଗ୍ରେସ ହେଉଛି ଏକମାତ୍ର ଦଳ ଯିଏ ଏହି ମାଟିର ମଣିଷ, ନିଷ୍କଳଙ୍କ ବ୍ୟକ୍ତି ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri