Posted inଜାତୀୟ

କୌଣସି ଜାତିକୁ ଓବିସି ଲିଷ୍ଟରେ କେମିତି ଯୋଡାଯାଏ? ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୧୦।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଏବେ ମାତ୍ର ୨୬ ଦିନ ବାକି ଅଛି। କିନ୍ତୁ ଏହା ପୂର୍ବରୁ ରାଜଧାନୀ ଦିଲ୍ଲୀରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। କହିରଖୁଛୁ ଯେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଜାଟ ସମ୍ପ୍ରଦାୟକୁ କେନ୍ଦ୍ରର ଓବିସି ତାଲିକାରେ ସାମିଲ କରିବାକୁ ଦାବି କରିଛନ୍ତି। ତେବେ କିପରି କୌଣସି ଜାତିକୁ OBC ତାଲିକାରେ ଯୋଡା ଯାଇଥାଏ? ଜାଣନ୍ତୁ ସେ ସମ୍ପର୍କରେ…

ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ କେନ୍ଦ୍ରର ଓବିସି ତାଲିକାରେ ଜାଟ ସମ୍ପ୍ରଦାୟକୁ ସାମିଲ କରିବାକୁ ଦାବି କରିଛନ୍ତି। କେବଳ ଏତିକି ନୁହେଁ ମୋଦି ‘ଜାଟ ସମ୍ପ୍ରଦାୟ’ ସହିତ ବିଶ୍ୱାସଘାତକତା କରିଥିବା କେଜରିଓ୍ବାଲ ଅଭିଯୋଗ କରିଛନ୍ତି। କେଜରିୱାଲ କହିଛନ୍ତି ଯେ ଦିଲ୍ଲୀରେ ଓବିସି ମାନ୍ୟତା ପାଇଥିବା ଜାଟ ଏବଂ ଅନ୍ୟ ସମସ୍ତ ଜାତିକୁ କେନ୍ଦ୍ରର ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରାଯିବା ଉଚିତ।

ଏବେ ପ୍ରଶ୍ନ ହେଉଛି OBC ତାଲିକାରେ କୌଣସି ଜାତିକୁ ସାମିଲ କରିବାର ପ୍ରକ୍ରିୟା କ’ଣ? ସୂଚନା ଅନୁଯାୟୀ, ଓବିସି ତାଲିକାରେ କୌଣସି ଜାତିକୁ ଯୋଡିବା ପାଇଁ, ଲୋକ ସଭା ଏବଂ ରାଜ୍ୟ ସଭାରେ ଏକ ବିଲ ଆଗତ ଏବଂ ପାରିତ କରିବାକୁ ପଡିବ। ଯାହା ପରେ ବିଲ ଶେଷରେ ରାଷ୍ଟ୍ରପତିଙ୍କ ନିକଟକୁ ଯାଇଥାଏ। ଯେଉଁଠାରୁ ରାଷ୍ଟ୍ରପତିଙ୍କ ସମ୍ମତି ପରେ, ସେହି ବିଲ କାର୍ଯ୍ୟକାରୀ କରିବା ପାଇଁ ଏକ ବିଜ୍ଞପ୍ତି ଜାରି କରାଯାଏ।

ଦେଶରେ ଏକ ନୂଆ ଆଇନ ଆଣିବା ପାଇଁ ଲୋକ ସଭା ଏବଂ ରାଜ୍ୟ ସଭାରେ ବିଲ ପାସ କରାଇବାକୁ ପଡିଥାଏ। ସେହିପରି, OBC ରେ ଏକ ନୂଆ ଜାତି ଯୋଡିବା ପାଇଁ, ଏକ ବିଲ ଆଗତ କରି ଏକ ନୂଆ ଆଇନ ଆଣିବାକୁ ପଡିବ। ଯଦି ସରକାରଙ୍କୁ କୌଣସି ଜାତିକୁ OBCରେ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ବିଲ ଆଣିବାକୁ ପଡ଼େ, ତେବେ ପ୍ରଥମେ ସେହି ବିଷୟରେ ସାଧାରଣ ଜନତା, ବିଶେଷଜ୍ଞଙ୍କ ମତାମତ ଲୋଡିବେ। ମତାମତ ପାଇବା ପରେ, ସରକାର ଏଥିରେ ପ୍ରାପ୍ତ ପରାମର୍ଶଗୁଡ଼ିକୁ ଆଧାର କରି ବିଶେଷଜ୍ଞଙ୍କ ଏକ ଦଳ ମାଧ୍ୟମରେ ଏହାର ଚିଠା ପ୍ରସ୍ତୁତ କରିବେ। ଚିଠା ପ୍ରସ୍ତୁତ କରିବା ପରେ, ଏହାକୁ ଆଇନ ମନ୍ତ୍ରଣାଳୟକୁ ପଠାଇବେ, ଯେଉଁଠାରେ ବିଲର ବୈଧତା ଏବଂ ଆଇନଗତ ଦିଗଗୁଡ଼ିକ ଯାଞ୍ଚ କରାଯିବ। ଏହା ପରେ ବିଲକୁ କ୍ୟାବିନେଟ ନିକଟକୁ ପଠାଯିବ। କ୍ୟାବିନେଟରେ ପାରିତ ହେବା ପରେ, ବିଲ ସଂସଦରେ ଉପସ୍ଥାପିତ ହେବ। ଦେଶର ଉଭୟ ଗୃହରେ ବିଲ ପାରିତ ହେବା ପରେ, ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ, ଏବଂ ରାଷ୍ଟ୍ରପତିଙ୍କ ସମ୍ମତି ପରେ, ବିଲ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯିବ। ଯାହା ପରେ ସେହି ଜାତିକୁ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri