ଶ୍ରୀନଗର,୩୦ା୧୦: ଜମ୍ମୁ-କଶ୍ମୀରର କିସ୍ତଓ୍ବାର ଜିଲା ଅଧୀନ ଚେସୋଟି ଗ୍ରାମରେ ଅଗଷ୍ଟ ୧୪ରେ ପ୍ରଳୟଙ୍କରୀ ବାଦଲଫଟା ବର୍ଷାରେ ଏବେ ବି ୩୧ ଜଣ ନିଖୋଜ ଥିବା ଜଣାପଡ଼ିଛି।
ପ୍ରବଳ ବର୍ଷା ଯୋଗୁ ହଠାତ୍ ବନ୍ୟା ସହ ମାଟିକାଦୁଅ ମାଡ଼ିଆସି ୧୯ଟି ବିଲ୍ଡିଂ ଓ କେତେକ ଗାଡ଼ିକୁ ଭସାଇ ନେଇଥିଲା। ସେନା ଓ ବିପର୍ଯ୍ୟୟ ପ୍ରଶମନ ଟିମ୍ ନିୟନ୍ତ୍ରିତ ବିସ୍ଫୋରଣ ଜରିଆରେ ଭଙ୍ଗାବଶେଷକୁ ହଟାଇ ମୃତଦେହ ଖୋଜିଥିଲେ ମଧ୍ୟ ଏପର୍ଯ୍ୟନ୍ତ ୩୧ ଜଣଙ୍କ ପତ୍ତା ମିଳିନାହିଁ। ୬୩ ମୃତ ଦେହ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୩ଟିକୁ ଚିହ୍ନଟ କରାଯାଇ ପାରି ନ ଥିବା ଜମ୍ମୁ-କଶ୍ମୀର ବିଧାନସଭାରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି।



