ଜିଲା ପୋଲିସ ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣି: ୪୮୫ ଅଭିଯୋଗ …

ଦିଗପହଣ୍ଡି/ପାଟପୁର, ୧୩/୧୦(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପରିସରରେ ସୋମବାର ଗଞ୍ଜାମ ଜିଲା ପୋଲିସ ଓ ପ୍ରଶାସନ ପକ୍ଷରୁ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା। ସାନଖେମୁଣ୍ଡି ବିଡ଼ିଓ ଜୀତେନ୍ଦ୍ର କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେଅତିରିକ୍ତ ଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ବ୍ରହ୍ମପୁର ଉପ ଜିଲାପାଳ ଅବିନାଶ କୁମାର, ଜିଲା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ବିଜୟ କୁମାର ବେହେରା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସନ୍ତୋଷ କୁମାର ଜେନା ,ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର, ଉପାଧ୍ୟକ୍ଷା ରିଙ୍କି ନାହକ ପ୍ରମୁଖ ଉପସ୍ଥିତ ରହି ଜନତାଙ୍କ ଅଭିଯୋଗ ଶୁଣିଥିଲେ। ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ୨୬ ଟି ପଞ୍ଚାୟତ ରୁ ୪୮୫ ଟି ଅଭିଯୋଗ ପତ୍ରଭିଯୋଗ ଶୁଣାଣି ରେ ଦାଖଲ ହୋଇଥିଲା । ସେଥି ମଧ୍ୟରୁ ରାସନ କାର୍ଡ, ଆବାସ ଗୃହ, ବାର୍ଦ୍ଧକ୍ୟ ଭତ୍ତା, କିଛି ବ୍ୟକ୍ତିଗତ ସମସ୍ୟା ସମ୍ବଳିତ ଅଭିଯୋଗ ରହିଥିବା ବେଳେ ୪ ଜଣଙ୍କୁ ରେଡକ୍ରସ ତରଫରୁ ୩୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା।ସାମୁହିକ ଭାବରେ ଏସ୍‌. ଗୋପାଳପୁର ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ସଉରାପଲ୍ଲୀ ଗ୍ରାମକୁ ରାସ୍ତା, ବିଦ୍ୟୁତ୍‌ଯୋଗାଣ ପାଇଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସିଙ୍ଗପୁର ଗ୍ରାମରେ ଥିବା ପୋଖରୀକୁ ବେଆଇନ ଭାବେ ପୋତି ଦେଇ ପାର୍କ ନିର୍ମାଣକରି ବେଆଇନ ଭାବେ ଜବରଦଖଲ କରିଥିବା ବ୍ୟକ୍ତି ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରପଞ୍ଚ ଏବଂ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ। କଙ୍କୋରଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ସାଗୁଆନ ଗଛ ଗୁଡ଼ିକୁ ବେଆଇନ ଭାବେ କାଟି ଦିଆଯିବା ସହ କିଛି ବ୍ୟକ୍ତି ସେଗୁଡିକୁ ନେଇଯାଇଥିବା ନେଇ ୱାର୍ଡ ମେମ୍ବର ବୃନ୍ଦ ଅଭିଯୋଗ କରିଥିଲେ । ସାହାସପୁର ଠାରୁ ଉସ୍ତା ଗ୍ରାମ ପର୍ଯ୍ୟନ୍ତ ଋଷିକୂଲ୍ୟା କେନାଲ ରାସ୍ତା ମରାମତି,ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ମିଳୁନଥିବା ନେଇ ସାହାସପୁର ସମିତି ସଭ୍ୟ ପ୍ରତିନିଧି କୈଳାସ ପାତ୍ର ଅଭିଯୋଗ କରିଥିଲେ। ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ଉପରେ ଅଭିଯୋଗ ଶୁଣିବା ପରେ ଉପସ୍ଥିତ ଜିଲା ପ୍ରଶାସନିକ ଅଧିକାରୀ ବୃନ୍ଦ ସ୍ଥାନୀୟ ବିଭାଗୀୟ ଅଧିକାରୀ ମାନେ ଯଥା ଶୀଘ୍ର ଅଭିଯୋଗ ଗୁଡ଼ିକର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗ ଶୁଣାଣି ରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା, ଜିଲା ସମାଜ ମଙ୍ଗଳ ଅଧିକାରୀ ଦେବରଞ୍ଜନ ଦାସ, ଜିଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର, ଉପସ୍ଥିତ ଥିଲେ। ଏଡିଓ, ଜିଆରଏସ, ବିଭିନ୍ନ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହି ଅଭିଯୋଗ ଶୁଣାଣି ରେ ସହଯୋଗ କରିଥିଲେ। ଶୃଙ୍ଖଳା ଦୃଷ୍ଟି ରୁ ପାଟପୁର ଥାନା ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା।ଯୋଗ କରିଥିଲେ । ସାହାସପୁର ଠାରୁ ଉସ୍ତା ଗ୍ରାମ ପର୍ଯ୍ୟନ୍ତ ଋଷିକୂଲ୍ୟା କେନାଲ ରାସ୍ତା ମରାମତି,ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ମିଳୁନଥିବା ନେଇ ସାହାସପୁର ସମିତି ସଭ୍ୟ ପ୍ରତିନିଧି କୈଳାସ ପାତ୍ର ଅଭିଯୋଗ କରିଥିଲେ। ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ଉପରେ ଅଭିଯୋଗ ଶୁଣିବା ପରେ ଉପସ୍ଥିତ ଜିଲା ପ୍ରଶାସନିକ ଅଧିକାରୀ ବୃନ୍ଦ ସ୍ଥାନୀୟ ବିଭାଗୀୟ ଅଧିକାରୀ ମାନେ ଯଥା ଶୀଘ୍ର ଅଭିଯୋଗ ଗୁଡ଼ିକର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗ ଶୁଣାଣି ରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା, ଜିଲା ସମାଜ ମଙ୍ଗଳ ଅଧିକାରୀ ଦେବରଞ୍ଜନ ଦାସ, ଜିଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର, ଉପସ୍ଥିତ ଥିଲେ। ଏଡିଓ, ଜିଆରଏସ, ବିଭିନ୍ନ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହି ଅଭିଯୋଗ ଶୁଣାଣି ରେ ସହଯୋଗ କରିଥିଲେ। ଶୃଙ୍ଖଳା ଦୃଷ୍ଟିରୁ ପାଟପୁର ଥାନା ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା।

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ: ଅଟକିଲା ଆମ୍ବୁଲାନ୍ସ, ଗାଡି ପାଉ ନ ଥିଲେ ଲୋକେ

ନୂଆପଡ଼ା,୮ା୧୧ (ମକାରୁ ବେମାଲ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ରୋଡ୍‌ ଶୋରେ ନୂଆପଡ଼ା ସହରର ଏକତା ଛକ ଓ ଖରିଆର ରୋଡ୍‌ ଏନ୍‌ଏସରେ ପ୍ରବଳ ଭିଡ଼...

ଭାରତକୁ ଆଖି ଦେଖାଇଲା ପାକିସ୍ତାନ! ବାଂଲାଦେଶରୁ କଲା ଗର୍ଜନ…

ଢାକା,୯।୧୧: ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ହେବା ପରଠାରୁ, ପାକିସ୍ତାନ ସହିତ ବାଂଲାଦେଶର ସମ୍ପର୍କରେ ଯଥେଷ୍ଟ ଉନ୍ନତି ଆସିଛି। ଏହା ପ୍ରଥମ ଥର ପାଇଁ...

ରାତି ପାହିଲେ ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ: ପୂର୍ବରୁ ୨୫୬ଟି ଅଭିଯୋଗ ଶୁଣି କରିଥିଲେ ରେକର୍ଡ

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସର ମଧ୍ୟରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷନ ଏବଂ ଏଏସ୍‌ପି ହରିଶ ବିସିଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ...

ମ୍ୟାନ ଅଫ ଦି ମ୍ୟାଚ ଖେଳାଳି କେତେ ଟଙ୍କା ପାଆନ୍ତି? ଏହା ମ୍ୟାଚ ଫି ଠାରୁ କେତେ କମ

ନୂଆଦିଲ୍ଲୀ,୯।୧୧: ନିକଟରେ, ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ମହିଳା ODI ବିଶ୍ୱକପ ଜିତିଥିଲା। ଫାଇନାଲ ମ୍ୟାଚରେ, ଶାଫାଲି ବର୍ମା ଏକ ଚମତ୍କାର ଇନିଂସ...

ଦାରିଙ୍ଗବାଡିରେ ଖସୁଛି ପାରଦ: ୨ ଦିନ ହେଲା ଶୀତ, ନିଆଁ ଲଗାଇ ବସୁଛନ୍ତି…

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ଶୀତ ଆସିବାରେ ବିଳମ୍ବ ହୋଇଛି । ତେବେ ଗତ ୨ ଦିନ ହେଲା ପାରଦ ଖସୁଛି ଏବଂ...

ବିଜେଡି, ଭାଜପାର ରୋଡ୍‌ ଶୋ’କୁ ନେଇ ଚର୍ଚ୍ଚା

ନୂଆପଡ଼ା,୯ା୧୧(ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ। ରବିବାର ପ୍ରଚାର ଶେଷ ହୋଇଯିବ। ଅପରାହ୍ନ ୪ଟା ସୁଦ୍ଧା ନୂଆପଡ଼ା ଛାଡ଼ି ଚାଲିଯିବାକୁ ବାହାର ନେତା...

ନୂଆପଡ଼ା ଉପନିର୍ବାଚନ ବିଜୟ ପାଇଁ ପ୍ରମୁଖ ଦଳର କସରତ୍‌

ନୂଆପଡ଼ା,୯ା୧୧ (ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଏହାକୁ ନେଇ ଆଲୋଚନା ସେତେ...

ଘାସିରାମ ନିଷ୍କଳଙ୍କ: ଚେୟାରମ୍ୟାନ ଥାଇ ନିଜ ବିଡିଓଙ୍କୁ ଧରାଇଥିଲେ ଭିଜିଲାନ୍ସ ହାତରେ

ନୂଆପଡ଼ା,୯ା୧୧ (ମକାରୁ ବେମାଲ): କଂଗ୍ରେସ ହେଉଛି ଏକମାତ୍ର ଦଳ ଯିଏ ଏହି ମାଟିର ମଣିଷ, ନିଷ୍କଳଙ୍କ ବ୍ୟକ୍ତି ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri