ବ୍ୟକ୍ତିଗତ ଚକଭୁକ୍ତ ଜମିରେ ସରକାରୀ ରାସ୍ତା

ଜଗତ୍‌ସିଂହପୁର, ୩୧ା୧୦ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲା ବିରିଡ଼ି ତହସିଲ ଅନ୍ତର୍ଗତ ଉତ୍ତରଶାସନ ମୌଜାର ବ୍ୟକ୍ତିଗତ ଚକଭୁକ୍ତ ଜମିରେ ସରକାରୀ ଅର୍ଥ ବିନିମୟରେ ରାସ୍ତା ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ , ଏ ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଗାଗଲେ ମିଳୁ ନ ଥିବା କୁହାଯାଇଛି। ଏହାକୁ ନେଇ କ୍ଷତିଗ୍ରସ୍ତ ଜମି ମାଲିକ ତଥା ବିରିଡି ଥାନା ମଧ୍ୟଶାସନ ତରଡ଼ାପାରୀ ଗ୍ରାମର ନୀଳମଣି ସାହୁ ଓ ସନାତନ ସାହୁ ଦୁଃଖ ପ୍ରକାଶ କରିବା ସହ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ, ଜିଲାପାଳ, ଏସ୍‌ପି, ବିରିଡି ଆଇଆଇସି, ଜଗତ୍‌ସିଂହପୁର ଏମ୍‌ପି ଓ ବିରିଡି ବିଡିଓଙ୍କୁ ଅବଗତ କରି ନ୍ୟାୟ ଭିକ୍ଷା କରିଥିବା କହିଛନ୍ତି।
ନୀଳମଣି ଓ ସନାତନ କରିଥିବା ଅଭିଯୋଗ ଅନୁଯାୟୀ, ସେମାନଙ୍କ ଉତ୍ତରଶାସନ ମହାଜନ ସାହିରେ ଖାତା ସଂଖ୍ୟା ୧୦୨୩ ଅନ୍ତର୍ଗତ ଚକ ସଂଖ୍ୟା ୩୩୩ ତଥା ପ୍ଲଟ୍‌ ସଂଖ୍ୟା ୧୬୭୬ରେ ୬୫ ଡିସିମିଲ ଜମି ରହିଛି। ସେହିପରି ଖାତା ସଂଖ୍ୟା ୧୦୨୪ ଅନ୍ତର୍ଗତ ଚକ ସଂଖ୍ୟା ୩୩୪ ଓ ପ୍ଲଟ୍‌ ସଂଖ୍ୟା ୧୬୭୭ରେ ୨୨ ଡିସିମିଲ ଜମି ରହିଛି। ଖାତା ସଂଖ୍ୟା ୪୮୯ ଅନ୍ତର୍ଗତ ଚକ ସଂଖ୍ୟା ୩୩୨ ଓ ପ୍ଲଟ୍‌ ସଂଖ୍ୟା ୧୬୭୫ରେ ୬୪ ଡିସିମିଲ ଜମି ଅଛି। ଦୁଃଖର କଥା ହେଲା ସେମାନଙ୍କ ଏହି ଜମିରେ ବିରଡ଼ି ବ୍ଲକ ପ୍ରଶାସନ ପକ୍ଷରୁ ଏକ ଢଳେଇ ରାସ୍ତା ନିର୍ମାଣ କରାଯାଇଛି। ଏହା ଉକ୍ତ ଚକ ଜମିକୁ ଦୁଇଫାଳ କରି ଦେଇଛି। ରାସ୍ତା ନିର୍ମାଣ ପୂର୍ବରୁ ସେମାନଙ୍କୁ ସୂଚନା ଦିଆଯିବା ସହ ଅନୁମତି ନିଆଯିବାର ଥିଲା। ଯାହା କରାଯାଇ ନ ଥିଲା। ଏହାଦ୍ୱାରା ଚାଷ କରିବାରେ ସେମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ପରିସ୍ଥିତିରେ ସେମାନେ କ’ଣ କରିବେ କିଛି ଭାବିପାରୁନାହାନ୍ତି। ତେଣୁ ରାସ୍ତାଟିକୁ ତୁରନ୍ତ ଉଠାଇ ଦିଆଗଲେ ସେମାନେ ଉପକୃତ ହେବେ ବୋଲି ଅଭିଯୋଗପତ୍ରରେ ଉଲ୍ଲେଖ ଅଛି। ଏଥିରେ ଏକଥା ସ୍ପଷ୍ଟ ଅଛି ଚକଭୁକ୍ତ ଧାନ ଜମିରେ ବିନା ଅନୁମତିରେ ଚଞ୍ଚକତା ପୂର୍ବକ ସଲାସୁତୁରାରେ ସରକାରୀ ରାସ୍ତା କରାଯାଇଛି। ଏହା ସରକାରୀ ଅର୍ଥର ତୋଷରପାତ ଉଦ୍ଦେଶ୍ୟରେ ହୋଇଥିବା ସେମାନେ ସନ୍ଦେହ କରୁଛନ୍ତି। ଏ ସମ୍ପର୍କରେ ବିରିଡି ବ୍ଲକ କନିଷ୍ଠଯନ୍ତ୍ରୀ ଶାଶ୍ୱତି ଦାଶଙ୍କୁ ପଚାରିବାରେ ସେ ଏ ବିଷୟରେ କିଛି ଜାଣିନାହାନ୍ତି ବୋଲି କହି ପ୍ରସଙ୍ଗକୁ ଏଡାଇଯାଇଥିଲେ। ବିରିଡି ବିଡିଓ ଆୟୁଷୀ ପତି ଓ ସହକାରୀ ଯନ୍ତ୍ରୀ ପ୍ରିୟଙ୍କା ରାୟଙ୍କ ସହ ସେମାନଙ୍କ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେମାନେ ଫୋନ୍‌ ଉଠାଇ ନ ଥିଲେ।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୁକୁଳା ଡ୍ରେନରେ ଛଟପଟ ହେଉଥିଲା ଗାଈ: ଅଗ୍ନିଶମ ବିଭାଗ ପହଞ୍ଚିବାରୁ…

ଦାରିଙ୍ଗବାଡି, ୭।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିର ରାଇକିଆ ରାସ୍ତା ଏସବିଆଇ ସମ୍ମୁଖ ଏକ ମୁକୁଳା ଡ୍ରେନରେ ଗାଈ ଛଟପଟ ହେଉଥିଲା।...

‘ବନ୍ଦେ ମାତରମ’ ଦେବ ନୂଆ ସଂଜ୍ଞା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୭।୧୧: ‘ବନ୍ଦେ ମାତରମ’ କେବଳ ଗୀତ ନୁହେଁ ଏହା ରାଷ୍ଟ୍ରପ୍ରେମ, ତ୍ୟାଗ ଏବଂ ବୀରତାର ପ୍ରତୀକ। ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ‘ଆନନ୍ଦ ମଠ’ ଉପନ୍ୟାସରୁ ଜନ୍ମ...

ଅହମଦାବାଦ ବିମାନ ଦୁର୍ଘଟଣାରେ ମୃତ ପାଇଲଟଙ୍କ ପିତାଙ୍କୁ ଏମିତି କହିଲେ ସୁପ୍ରିମକୋର୍ଟ, ଶୁଣିଲେ…

ନୂଆଦିଲ୍ଲୀ,୭।୧୧: ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ସୁପ୍ରିମକୋର୍ଟ ଏକ ନୋଟିସ ଜାରି କରିଛନ୍ତି। କୋର୍ଟ ପୁଷ୍କରରାଜ ସବରୱାଲଙ୍କ ଆବେଦନ ଉପରେ ଏହି ନିର୍ଦ୍ଦେଶ ଦେଇଛନ୍ତି,...

ନୂଆପଡ଼ାରେ ପହଞ୍ଚିବା ପରେ ନବୀନଙ୍କ ହେଲିକପ୍ଟର ହେଲା ଯାଞ୍ଚ , ଏ କ’ଣ ମିଳିଲା…

ନୂଆପଡା,୭।୧୧: ନୂଆପଡ଼ାରେ ଅଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନୂଆପଡ଼ା ଓ ଖରିଆର ରୋଡରେ ରୋଡ ସୋ’ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ନୂଆପଡ଼ାରେ...

ଭାରତର ସବୁଠୁ ବଡ଼ ଦାନବୀର: ଅମ୍ବାନୀ କି ଆଦାନୀ ନୁହେଁ, ଏହି ବ୍ୟକ୍ତି…

ନୂଆଦିଲ୍ଲୀ,୭।୧୧: ସାରା ବିଶ୍ୱରେ ଅଗଣିତ ରୋଜଗାର କରୁଥିବା ଲୋକ ଥିଲେ ମଧ୍ୟ ଅନ୍ୟମାନଙ୍କୁ ଦାନ କିମ୍ବା ସାହାଯ୍ୟ କରୁଥିବା ଲୋକଙ୍କ ସଂଖ୍ୟା କମ। ତଥାପି ଆମ...

ପାକିସ୍ତାନରେ ନେପାଳ ଭଳି ପରିସ୍ଥିତି, ରାଜରାସ୍ତାରେ Gen Zର ହୋହାଲ୍ଲା

ଇସଲାମାବାଦ,୭।୧୧: ପାକ ଅଧିକୃତ କଶ୍ମୀର (ପିଓକେ) ଏକ ମାସରୁ କମ ସମୟ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରତିବାଦ ପ୍ରଦର୍ଶନ କରିଛି। ଗୁରୁବାର ଶହ ଶହ...

ମାତ୍ର ୧୮ ବଲ୍‌ରେ ମ୍ୟାଚ୍‌ ଜିତିଗଲା ଏହି ଟିମ୍‌: କ୍ରିକେଟ୍‌ ଜଗତରେ ହଲ୍‌ଚଲ୍‌

ନୂଆଦିଲ୍ଲୀ,୭।୧୧: ଅଷ୍ଟ୍ରେଲିଆ ହଂକଂ ସିକ୍ସେସ ଟୁର୍ନାମେଣ୍ଟକୁ ବିଜୟ ସହିତ ଆରମ୍ଭ କରିଥିଲା। ଅଷ୍ଟ୍ରେଲିଆ ମାତ୍ର ୧୮ ବଲ୍‌ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ବିପକ୍ଷରେ ମ୍ୟାଚକୁ...

୬ ବର୍ଷ ଶିଶୁର ଗୁଳିରେ ଆହତ ହୋଇଥିବା ଶିକ୍ଷୟିତ୍ରୀଙ୍କୁ ମିଳିବ ୧୦ ମିଲିୟନ ଡଲାର, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଓ୍ବାଶିଂଟନ,୭।୧୧: ଆମେରିକାର ଭର୍ଜିନିଆ ରାଜ୍ୟରେ ଜଣେ ଛଅ ବର୍ଷର ଛାତ୍ର ତାଙ୍କ ଶିକ୍ଷୟିତ୍ରୀଙ୍କୁ ଗୁଳି କରି ଆହତ କରିଥିଲେ। ଆହତ ଶିକ୍ଷୟିତ୍ରୀ, ଆବିଗାଲ ଜ୍ୱର୍ନର, ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri