ଜିଏମ୍‌ଡିସି: ଗୁଜରାଟରୁ ଆସି ଖାଇଗଲେ

ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ୭ଟି ରାଜସ୍ବ ଗ୍ରାମ ଅଞ୍ଚଳର ଜମି ହାତେଇଚାଲିଛି ଗୁଜରାଟରୁ ଆସିଥିବା ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ (ଜିଏମ୍‌ଡିସି)। ସ୍ଥାନୀୟ ଅଞ୍ଚଳର କେତେଜଣ ରାଜନେତା ଓ ପ୍ରଶାସନିକ କଳକୁ ହାତ କରି ଏହି କମ୍ପାନୀ ସ୍ଥାନୀୟ ଲୋକଙ୍କ ଶତାଧିକ ହେକ୍ଟର ଜମିକୁ ଖାଇଯାଉଥିବା ଆଞ୍ଚଳିକ ସୁରକ୍ଷା ମଞ୍ଚ, ତାଳଚେର-ଅନୁଗୋଳ ବଞ୍ଚାଅ ଆନ୍ଦୋଳନର କର୍ମକର୍ତ୍ତା, ପ୍ରଭାବିତ କେତୋଟି ଗ୍ରାମର ସଭାପତି ଓ ବିସ୍ଥାପିତ ପ୍ରଜାଙ୍କ ପକ୍ଷରୁ ଅଭିଯୋଗ କରାଯାଉଛି। ତେଣୁ ନିଜର ଭିଟାମାଟିକୁ ବଞ୍ଚାଇବା ପାଇଁ ଅଞ୍ଚଳବାସୀ ବିକ୍ଷୋଭ, ଆନ୍ଦୋଳନ ମାଧ୍ୟମରେ ଆପ୍ରାଣ ଉଦ୍ୟମ କରୁଛନ୍ତି।
ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ବୈତରଣୀ -ପଶ୍ଚିମ କୋଇଲା ଖଣି ରହିଛି। ଏହି ଖଣିକୁ ପୂର୍ବରୁ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ହାତେଇଥିଲା। ହେଲେ ଲୋକଙ୍କ ବିରୋଧ ଯୋଗୁ ଓଏମ୍‌ସି ଖଣି ଖନନରୁ ଓହରି ଯାଇଥିଲା। ଏବେ ଏହି କୋଇଲା ଖଣିକୁ ଗୁଜରାଟୀ କମ୍ପାନୀ ଜିଏମ୍‌ଡିସିକୁ ସଅଁପି ଦିଆଯାଇଛି। ଏଥିସହ ଖୋଲା କୋଇଲା ଖଣି କରିବାକୁ ୧,୧୯୬ ହେକ୍ଟର ଜାଗା କମ୍ପାନୀକୁ ପ୍ରଦାନ କରାଯାଇଛି। ଏହି କୋଇଲା ଖଣି ଯୋଗୁ ଛେଣ୍ଡିପଦା ଜଙ୍ଗଲ, ତେଣ୍ଟଲୋଇ କୋଡ଼ାସାହି, ପୋଡ଼ାପଡ଼ା ଜଙ୍ଗଲ, ମାଛକୁଟା ଓ ପୋଡ଼ାପଡ଼ା ଆଦି ୭ଟି ରାଜସ୍ବ ଗ୍ରାମ ପ୍ରଭାବିତ ହେବ। ଲୋକଙ୍କ ଜୀବନ ଜୀବିକା ଉଜୁଡ଼ିଯିବ। ଜଳଠାରୁ ବାୟୁ ଯାଏ ସବୁକିଛି ପ୍ରଦୂଷଣର ବିଷ ବଳୟ ମଧ୍ୟକୁ ଚାଲିଯିବ। ଲୋକେ ରୋଗରେ ପଡ଼ି ଛଟପଟ ହେବେ। ତେଣୁ ଏଠାରେ ଖଣି କରାଇ ନ ଦେବା ପାଇଁ ପ୍ରଭାବିତ ଗ୍ରାମବାସୀ ଆନ୍ଦୋଳନ କରୁଛନ୍ତି। ଇତିମଧ୍ୟରେ ପରିବେଶ ସମ୍ବନ୍ଧୀୟ ଜନଶୁଣାଣି ଶେଷ ହୋଇଥିବା ବେଳେ ଖଣି ପାଇଁ ସର୍ଭେ କାର୍ଯ୍ୟ କମ୍ପାନୀ ଆରମ୍ଭ କରିଛି। ଏହାକୁ କ୍ଷତିଗ୍ରସ୍ତ ପ୍ରଜାସଂଘ ପକ୍ଷରୁ ଜୋର୍‌ଦାର ବିରୋଧ କରାଯାଇଛି। ଏପରି କି କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ବିନା ଅନୁମତିରେ ଗ୍ରାମକୁ ଆସି ସର୍ଭେ ନ କରିବା ପାଇଁ କଡ଼ା ଚେତାବନୀ ଦିଆଯିବା ସହିତ ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରାଯାଇଛି। ତଥାପି କମ୍ପାନୀ କର୍ତ୍ତୃପକ୍ଷ ସର୍ଭେ ପାଇଁ ବାରମ୍ବାର ଗଁାକୁ ପଶୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି କମ୍ପାନୀ ଛେଣ୍ଡିପଦା ଆସିବା ଦିନଠାରୁ ଗାଁ ଗାଁ ମଧ୍ୟରେ ଅପ୍ରୀତିକର ସ୍ଥିତି ଉପୁଜାଉଛି। ଗାଁକୁ କିପରି ବିଭାଜନ କରିବ ସେ ନେଇ ଉଦ୍ୟମ ଚଳାଇଛି।
ହାଣ୍ଡିଗୋଡ଼ା ଗ୍ରାମ ସଭାପତି ଭାରତ ନାୟକ କହିଛନ୍ତି, ଗ୍ରାମବାସୀଙ୍କ ସହିତ ଆଲୋଚନା ନ କରି ଜିଏମ୍‌ଡିସି କେତେଜଣ ମୁଷ୍ଟିମେୟ ଲୋକଙ୍କୁ ହାତକରି ଗାଁରେ ପଶି ସର୍ଭେ କରୁଛି। ନିରୀହ ଲୋକଙ୍କ ଜମି ଛଡ଼ାଇ ନେବାକୁ ଚକ୍ରାନ୍ତ ଚଳାଇଛି। ଆଞ୍ଚଳିକ ସୁରକ୍ଷା ମଞ୍ଚର ଉପଦେଷ୍ଟା ସସ୍ମିତା ବେହେରା କହିଛନ୍ତି, ପୈତୃକ ଜମିର ସୁରକ୍ଷା ସହିତ ଜୀବନ ଜୀବିକା ବଞ୍ଚାଇବା ପାଇଁ ଅଞ୍ଚଳବାସୀ ଆନ୍ଦୋଳନ କରୁଛନ୍ତି। ଏଠାରେ ଖଣି ହେଲେ ନିକଟବର୍ତ୍ତୀ ଅଞ୍ଚଳର ଲୋକେ ଧୂଳିଧୂଆଁରେ କଲବଲ ହେବେ। ଚାଷବାସ ଉଜୁଡ଼ି ଜୀବନଜୀବିକା ପ୍ରଭାବିତ ହେବ। ଜଳ ଉତ୍ସ ଶୁଖିଯାଉଥିବାରୁ ପିଇବା ପାଣି ପାଇଁ ଲୋକେ ଦହଗଞ୍ଜ ହେବେ। ଏପରି କି ଶୁଦ୍ଧ ଅମ୍ଳଜାନ ଆଉ ମିଳିବ ନାହିଁ। ଖଣି ହେଲେ ଅଞ୍ଚଳର କି ପ୍ରକାର ବିକାଶ ହୋଇଥାଏ, ତାହା କୋଇଲା ଖଣି ଅଞ୍ଚଳ ଜନସାଧାରଣ ଭୋଗୁଥିବା କଷ୍ଟ ଓ ସମ୍ମୁଖୀନ ହେଉଥିବା ନାନା ସମସ୍ୟାରୁ ସ୍ପଷ୍ଟ ହେଉଛି। ତେଣୁ ଏ ଅଞ୍ଚଳରୁ ଗୁଜରାଟ କମ୍ପାନୀକୁ ହଟାଇବା ପାଇଁ ଆନ୍ଦୋଳନ ଜାରି ରହିବ। ବିସ୍ଥାପିତ ପ୍ରଜା ନୀଳମଣି ପଣ୍ଡା କହିଛନ୍ତି, ଜିଏମ୍‌ଡିସି କମ୍ପାନୀ ପକ୍ଷରୁ କରାଯାଉଥିବା ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ବେଆଇନ। କମ୍ପାନୀ ପକ୍ଷରୁ ଜମିର ମୂଲ୍ୟାଙ୍କନ ଠିକ୍‌ ଭାବେ କରାଯାଉ ନାହିଁ। ଖଣି ଅଞ୍ଚଳରେ ଜମିର ମୂଲ୍ୟ ଗୋଟିଏ ରହିବା କଥା। କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ବିଭିନ୍ନ ଜମିର ବିଭିନ୍ନ ମୂଲ୍ୟ ଦେଉଛନ୍ତି। ବିସ୍ଥାପନ ଓ ଥଇଥାନ ନେଇ କୌଣସି ଆଲୋଚନା କରୁନାହିଁ। ତାଳଚେର-ଅନୁଗୋଳ ବଞ୍ଚାଅ ଆନ୍ଦୋଳନର ଆବାହକ ଜଗଦାନନ୍ଦ ପ୍ରଧାନ କହିଛନ୍ତି, ଅନୁଗୋଳ ଜିଲାରେ ପ୍ରଦୂଷଣ ବଢ଼ିଚାଲିଛି। ଛେଣ୍ଡିପଦାରେ ମଧ୍ୟ ପରିବେଶର ଅବନତି ଦେଖିବାକୁ ମିଳୁଛି। ତେଣୁ ଏଠାରେ କୋଇଲା ଖଣି ପ୍ରକଳ୍ପକୁ ବାତିଲ କରିବାର ଆବଶ୍ୟକତା ରହିଛି।
ଲୋକଙ୍କ ଅଭିଯୋଗ ସମ୍ପର୍କରେ ଜିଏମ୍‌ଡିସି କମ୍ପାନୀର ସିଏସ୍‌ଆର୍‌ ଦାୟିତ୍ୱରେ ଥିବା ପ୍ରଶାନ୍ତ ଦେହୁରୀଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଏ ନେଇ ମତାମତ ରଖିବାକୁ ଅଧିକୃତ ଅଧିକାରୀ ନୁହନ୍ତି ବୋଲି କହିବା ସହ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କହି ଫୋନ କାଟି ଦେଇଥିଲେ।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ଝିଅ ଝାଡ଼ଖଣ୍ଡ ଡିଜିପି, ପ୍ରଥମ ମହିଳା ଭାବେ ରଚିଲେ ଇତିହାସ

ଭୁବନେଶ୍ୱର/ରାଞ୍ଚି: ଓଡ଼ିଶାରେ ଜନ୍ମିତ ବରିଷ୍ଠ ଆଇପିଏସ୍ ଅଧିକାରୀ ତାଦାଶା ମିଶ୍ର ଝାଡ଼ଖଣ୍ଡର କାର୍ଯ୍ୟକାରୀ ପୋଲିସ ମହାନିର୍ଦ୍ଦେଶକ (DGP) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ପଦବୀରେ...

ନବୀନଙ୍କୁ ନେଇ ସାଂଘାତିକ କଥା କହିଦେଲେ ସମ୍ବିତ ପାତ୍ର: ବେଇମାନ…

ନୂଆପଡ଼ା,୭।୧୧: ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ରାଜ୍ୟ ରାଜନୀତିର ଅନେକ ନେତା ପ୍ରଚାର ପାଇଁ ସେଠାରେ ଡେରା ପକାଇଛନ୍ତି। ଶୁକ୍ରବାର ନୂଆପଡ଼ାରେ ଭାଜପା...

ମୁକୁଳା ଡ୍ରେନରେ ଛଟପଟ ହେଉଥିଲା ଗାଈ: ଅଗ୍ନିଶମ ବିଭାଗ ପହଞ୍ଚିବାରୁ…

ଦାରିଙ୍ଗବାଡି, ୭।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିର ରାଇକିଆ ରାସ୍ତା ଏସବିଆଇ ସମ୍ମୁଖ ଏକ ମୁକୁଳା ଡ୍ରେନରେ ଗାଈ ଛଟପଟ ହେଉଥିଲା।...

‘ବନ୍ଦେ ମାତରମ’ ଦେବ ନୂଆ ସଂଜ୍ଞା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୭।୧୧: ‘ବନ୍ଦେ ମାତରମ’ କେବଳ ଗୀତ ନୁହେଁ ଏହା ରାଷ୍ଟ୍ରପ୍ରେମ, ତ୍ୟାଗ ଏବଂ ବୀରତାର ପ୍ରତୀକ। ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ‘ଆନନ୍ଦ ମଠ’ ଉପନ୍ୟାସରୁ ଜନ୍ମ...

ଅହମଦାବାଦ ବିମାନ ଦୁର୍ଘଟଣାରେ ମୃତ ପାଇଲଟଙ୍କ ପିତାଙ୍କୁ ଏମିତି କହିଲେ ସୁପ୍ରିମକୋର୍ଟ, ଶୁଣିଲେ…

ନୂଆଦିଲ୍ଲୀ,୭।୧୧: ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ସୁପ୍ରିମକୋର୍ଟ ଏକ ନୋଟିସ ଜାରି କରିଛନ୍ତି। କୋର୍ଟ ପୁଷ୍କରରାଜ ସବରୱାଲଙ୍କ ଆବେଦନ ଉପରେ ଏହି ନିର୍ଦ୍ଦେଶ ଦେଇଛନ୍ତି,...

ନୂଆପଡ଼ାରେ ପହଞ୍ଚିବା ପରେ ନବୀନଙ୍କ ହେଲିକପ୍ଟର ହେଲା ଯାଞ୍ଚ , ଏ କ’ଣ ମିଳିଲା…

ନୂଆପଡା,୭।୧୧: ନୂଆପଡ଼ାରେ ଅଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନୂଆପଡ଼ା ଓ ଖରିଆର ରୋଡରେ ରୋଡ ସୋ’ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ନୂଆପଡ଼ାରେ...

ଭାରତର ସବୁଠୁ ବଡ଼ ଦାନବୀର: ଅମ୍ବାନୀ କି ଆଦାନୀ ନୁହେଁ, ଏହି ବ୍ୟକ୍ତି…

ନୂଆଦିଲ୍ଲୀ,୭।୧୧: ସାରା ବିଶ୍ୱରେ ଅଗଣିତ ରୋଜଗାର କରୁଥିବା ଲୋକ ଥିଲେ ମଧ୍ୟ ଅନ୍ୟମାନଙ୍କୁ ଦାନ କିମ୍ବା ସାହାଯ୍ୟ କରୁଥିବା ଲୋକଙ୍କ ସଂଖ୍ୟା କମ। ତଥାପି ଆମ...

ପାକିସ୍ତାନରେ ନେପାଳ ଭଳି ପରିସ୍ଥିତି, ରାଜରାସ୍ତାରେ Gen Zର ହୋହାଲ୍ଲା

ଇସଲାମାବାଦ,୭।୧୧: ପାକ ଅଧିକୃତ କଶ୍ମୀର (ପିଓକେ) ଏକ ମାସରୁ କମ ସମୟ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରତିବାଦ ପ୍ରଦର୍ଶନ କରିଛି। ଗୁରୁବାର ଶହ ଶହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri