ସମାଜସେବା କରିବାକୁ ଲକ୍ଷ୍ୟ ରଖିଛି


କାନନିକା ସାହୁ ଓରଫ୍‌ ସୋନି। ବର୍ତ୍ତମାନ ପାରାଦୀପର ଇଫ୍‌କୋସ୍ଥିତ ଡିଏଭି ସ୍କୁଲରେ ୯ମ ଶ୍ରେଣୀରେ ପଢୁଛନ୍ତି। ଅନିଲ କୁମାର ସାହୁ ଏବଂ ମାନସୀ ସାହୁଙ୍କ ଏହି କନ୍ୟା ପାଠପଢା ସହ ଚିତ୍ର ଆଙ୍କିବାରେ ବେଶ୍‌ ମାହିର। ଏହାବ୍ୟତୀତ ଗୀତ ଗାଇବା, ବେହେଲା ବଜାଇବା ଏବଂ ଅଭିନୟରେ ନିଜ ଦକ୍ଷତା ଦେଖାଇ ସାରିଛନ୍ତି। ଷ୍ଟାଣ୍ଡାର୍ଡ ୨ରେ ପଢିବାବେଳେ ଇଣ୍ଟରନ୍ୟାଶନାଲ ଅଲମ୍ପିଆଡରେ ଟପ୍ପର ହୋଇଥିଲେ। ସେହିଦିନଠାରୁ ସେ ପଛକୁ ଫେରି ନାହାନ୍ତି। କୃତକାର୍ଯ୍ୟ ହେବେ କି ନାହିଁ ବୋଲି ସନ୍ଦେହ ନ ରଖି ବିଭିନ୍ନ ପରୀକ୍ଷା ଦେବା ତାଙ୍କର ସଉକ। ନିଜର ଆତ୍ମବିଶ୍ୱାସ ପାଇଁ ସେ ସଫଳତାକୁ ସାଉଁଟି ପାରନ୍ତି। ବିଭିନ୍ନ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ସାର୍ଟିଫିକେଟ୍‌ ହାସଲ କରିଛନ୍ତି। ବିଭିନ୍ନ ହିନ୍ଦୀ ପରୀକ୍ଷାରେ ପ୍ରଥମ ଶ୍ରେଣୀ ପାଇଥିବା ବେଳେ ମହାତ୍ମା ଗାନ୍ଧୀ ରାଷ୍ଟ୍ରଭାଷା ହିନ୍ଦୀ ପ୍ରଚାର ସଂସ୍ଥା ତରଫରୁ ଆୟୋଜିତ ସର୍ବଭାରତୀୟ ପ୍ରତିଯୋଗିତାରେ ପ୍ରଥମ ହୋଇଛନ୍ତି। ଓଡିଆ ବକ୍ତୃତା ପ୍ରତିଯୋଗିତାରେ ଜଗତ୍‌ସିଂହପୁର ଜିଲାରେ ପ୍ରଥମ ହୋଇଛନ୍ତି। ବିଭିନ୍ନ ଚିତ୍ରକଳା ପ୍ରଦର୍ଶନୀରେ ଯୋଗ ଦେଇ ନିଜ କଳା ପ୍ରଦର୍ଶନ କରିବାକୁ ତାଙ୍କର ଇଚ୍ଛା। ଛୋଟବେଳୁ ବିଭିନ୍ନ ଜାଗା ବୁଲି ଚିତ୍ରକଳା ପ୍ରତି ଆକର୍ଷିତ ହୋଇଥିଲେ। ଏହାବ୍ୟତୀତ ତାଙ୍କର ଜେଜେମା ବିଭିନ୍ନ ପଟା କଣ୍ଢେଇ ତିଆରି କରନ୍ତି। ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ଡିଜାଇନ୍‌ର କଣ୍ଢେଇ ସେ ତିଆରି କରିଛନ୍ତି। ତାଙ୍କ ଜେଜେମାଙ୍କ ଏହି କଳାକୁ ଦେଖି ଦେଖି ସେ ଚିତ୍ର କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ସେ କୁହନ୍ତି ମୁଁ କେବେ ସ୍ବପ୍ନ ଦେଖେ ନାହିଁ। ପରିଶ୍ରମ ହିଁ ମୋର ସ୍ବପ୍ନ। ଭବିଷ୍ୟତରେ ଆଇଏଏସ୍‌ ହୋଇ ସମାଜସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି ଏହି ପ୍ରତିଭା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri