ଜଳପ୍ରପାତ ଗୋବରଗୋଲା


ବ୍ୟସ୍ତବହୁଳ ଜୀବନରେ କିଛି ସମୟ ମନକୁ ହାଲୁକା କରିବା ପାଇଁ ଚାହେଁ ମଣିଷ। ସେଥିପାଇଁ ସେ ଖୋଜେ ନିରୋଳା ପ୍ରାକୃତିକ ସୌନ୍ଦର୍ଯ୍ୟ। ସେମିତି ସୌନ୍ଦର୍ଯ୍ୟର ପସରା ମେଲାଇ ଦେଇଛି ଗୋବରଗୋଲା ଜଳପ୍ରପାତ। କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବୁଡିଦର ପଞ୍ଚାୟତରେ ଥିବା ଏହି ସ୍ଥାନଟି ଏବେ ବି ଲୋକଲୋଚନକୁ ଠିକ୍‌ ଭାବେ ଆସିପାରି ନାହଁି। ଗୋବରଗୋଲା ଜଳପ୍ରପାତର ଦୃଶ୍ୟ ଆନମନା କରେ ସମସ୍ତଙ୍କୁ। ଜଳପ୍ରପାତରୁ ପଡୁଥିବା ପାଣି ଏକ ହ୍ରଦର ଭ୍ରମ ସୃଷ୍ଟି କରୁଥିବାବେଳେ ସବୁବେଳେ ୩୦ ଫୁଟରୁ ଅଧିକ ପାଣି ମହଜୁଦ ରହିଥିବା ଦେଖାଯାଏ। ତେବେ ଏଠାକୁ ଯିବାକୁ କୌଣସି ସୁବିଧା ନାହଁ। ପର୍ଯ୍ୟଟନ ବିଭାଗର ନଜର ଏଯାଏଁ ପଡି ନ ଥିବାବେଳେ ଜଙ୍ଗଲ ବିଭାଗ ପ୍ରପାତ ପାଖ ଗଁା ଖୁଟୁଲୁଗୁଡା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିଛି। ଖୁଟୁଲୁଗୁଡାରୁ ଜଙ୍ଗଲିଆ ରାସ୍ତାରେ ୨ କି.ମି ଚାଲିଚାଲି ଗଲେ ପଡ଼େ ଗୋବରଗୋଲା ଜଳପ୍ରପାତ। ସେଠାକୁ ଯାଉଥିବା ଲୋକ ବଡଜୋର ନାମକ ବଙ୍କେଇ ବଙ୍କେଇ ଯାଇଥିବା ନାଳକୁ ୭ଥର ପାରି ହୋଇଥାନ୍ତି। ଏହି ସମୟରେ ପର୍ଯ୍ୟଟକ ବେଶ୍‌ ମଜା ଅନୁଭବ କରିଥାନ୍ତି। ଗୋବରଗୋଲା ଯାଏଁ ରାସ୍ତା ନିର୍ମାଣ, ଜଳପ୍ରପାତର ଚାରିପଟେ ବ୍ୟାରିକେଡ, ବିଶ୍ରାମାଗାର ଓ ପାନୀୟଜଳର ବ୍ୟବସ୍ଥା କରାଗଲେ ଯାତ୍ରୀଙ୍କୁ ସୁବିଧା ମିଳନ୍ତା। ଏହା ଜିଲାର ପର୍ଯ୍ୟଟନ ମାନଚିତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ନେଇପାରନ୍ତା। କେମିତି ଯିବେ ଭୁବନେଶ୍ୱରରୁ ଭବାନୀପାଟଣାକୁ ଉଭୟ ସରକାରୀ ଏବଂ ଘରୋଇ ବସ୍‌ ସୁବିଧା ରହିଛି। ଭବାନୀପାଟଣାରୁ ସବୁବେଳେ ଜୁନାଗଡ଼କୁ ବସ୍‌ ଚଳାଚଳ କରୁଛି। ସେହିପରି ରେଳ ଯୋଗାଯୋଗ ଥିଲେ ମଧ୍ୟ ଗୋଟିଏ ଏକ୍‌ପ୍ରେସ ଟ୍ରେନ ଭୁବନେଶ୍ୱରରୁ ଜୁନାଗଡକୁ ଓ ସମ୍ବଲପୁରରୁ ଏକ ପାସେଞ୍ଜର ଟ୍ରେନ୍‌ ଜୁନାଗଡକୁ ଆସୁଛି। ଜୁନାଗଡ଼ରେ ପହଞ୍ଚତ୍ବା ପରେ ସେଠାରୁ ଟ୍ୟାକ୍ସି କରି ଗୋବରଗୋଲାକୁ ଯାଇ ହେବ। ଜୁନାଗଡ଼ରୁ ୧୨କି.ମି. ବୁଡିଦର ପଞ୍ଚାୟତକୁ ଗଲା ପରେ ୬ କି.ମି ଅମାଠାଗୁଡାକୁ ଯିବାକୁ ପଡିଥାଏ। ସେଠାରୁ ଆଉ ଭଲ ରାସ୍ତା ନ ଥିବାରୁ ୨ କି.ମି ଚାଲିଚାଲି ଜଳପ୍ରପାତ ନିକଟରେ ପହଞ୍ଚତ୍ ହେବ। ସ୍ଥାନଟିକୁ ଦେଖିବା ପରେ ଜୁନାଗଡ଼କୁ ଆସି ହୋଟେଲରେ ରାତ୍ରିଯାପନ କରିପାରିବେ। ଜୁନାଗଡ଼ରେ ହୋଟେଲ, ଲଜ୍‌ର ସୁବିଧା ରହିଛି। ରିପୋର୍ଟ- ଉତ୍ତମ କୁମାର ଦାଶ, ଜୁନାଗଡ଼



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri