ଅପ୍‌ଡେଟ୍‌ ...


ହ୍ବାଟ୍ସଆପ୍‌ ଚାଟିଂ, କଲ୍‌ କିମ୍ବା ଭିଡିଓ କଲ୍‌ ଦ୍ୱାରା ପରସ୍ପର ସହ ଯୋଗାଯୋଗରେ ରହିବାରେ ବେଶ୍‌ ସହଯୋଗ କରୁଛି। ହେଲେ କେବେ କେବେ ଏଥିରେ କାହାପାଖକୁ ଭୁଲବଶତଃ ଚାଲିଯାଉଥିବା ମେସେଜ୍‌ ମୁଣ୍ଡ ବ୍ୟଥାର କାରଣ ସାଜୁଛି। ଯାହାର ସମାଧାନର ବାଟ ଖୋଲି ସମସ୍ତଙ୍କ ପାଇଁ ହ୍ବାଟ୍ସଆପ୍‌ ବ୍ୟବହାର ଆହୁରି ସୁବିଧାଜନକ କରିଛି ଏହାର ଲାଟେଷ୍ଟ ଅପ୍‌ଡେଟ୍‌ ଫିଚର ଡିଲିଟ୍‌ ଫର୍‌ ଏଭ୍ରିଓ୍ବାନ୍‌ ...

ବିଭିନ୍ନ ସୋସିଆଲ୍‌ ସାଇଟ୍‌ଗୁଡିକ ମଧ୍ୟରୁ ସମଗ୍ର ବିଶ୍ୱରେ ହ୍ବାଟ୍ସଆପ୍‌ର ଚାହିଦା ସବୁଠୁ ଅଧିକ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅର୍ଥାତ୍‌ ବର୍ତ୍ତମାନ ସାରା ବିଶ୍ୱରେ ୧.୨ ବିଲିୟନ୍‌ ହ୍ବାଟ୍ସଆପ୍‌ ଉପଭୋକ୍ତା ଥିବା ବେଳେ କେବଳ ଆମ ଦେଶରେ ଏହାର ସଂଖ୍ୟା ୨୦୦ ମିଲିୟନ୍‌ । ଉପଭୋକ୍ତାଙ୍କର ଅନ୍ୟ ସୋସିଆଲ୍‌ ସାଇଟ୍‌ଗୁଡିକ ତୁଳନାରେ ଏଥିପ୍ରତି ବଢୁଥିବା ଚାହିଦା ପଛରେ ରହିଛି ଦିନକୁ ଦିନ ଅପ୍‌ଡେଟ୍‌ ହେଉଥିବା ଲାଟେଷ୍ଟ ଫିଚର୍ସ, ଯାହାକି ସମସ୍ତଙ୍କ ଲାଗି ସହଜ ଏବଂ ସରଳ ହୋଇପାରୁଛି। ୨୦୦୯ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ସାଇଟ୍‌ ବର୍ତ୍ତମାନ ସୁଦ୍ଧା ଏହାର ଅନେକ ଫିଚର୍ସ ଅପ୍‌ଡେଟ୍‌ କରିସାରିଛି। ତେବେ ଚଳିତ ବର୍ଷ ଅପ୍‌ଡେଟ୍‌ ହୋଇଥିବା ମିଡିଆ ଶେୟାରିଂ ଲିମିଟ୍‌ ୧୦ରୁ ୩୦ ହେବା ସମସ୍ତଙ୍କ ଲାଗି ବେଶ୍‌ ସୁବିଧାଜନକ ହୋଇପାରିଥିଲା। ସେହିପରି ଅପ୍‌ଡେଟ୍‌ ଷ୍ଟାଟସ୍‌ ଫିଚର୍ସ ଯେଉଁଥିରେ କି କେବଳ ଲେଖା ପରିବର୍ତ୍ତେ ଛୋଟ ଛୋଟ ଭିଡିଓ କ୍ଲିପ୍‌ କିମ୍ବା ଏକାଧିକ ଫଟୋ ୨୪ ଘଣ୍ଟା ପାଇଁ ରଖାଯାଇପାରୁଛି ଯାହାକି ସମସ୍ତଙ୍କ ଦ୍ୱାରା ବହୁମାତ୍ରାରେ ଆଦୃତ ହୋଇପାରିଛି। ତେବେ ଏତେସବୁ ଭଲ ଫିଚର୍ସ ଥାଇ ସୁଦ୍ଧା ଏଥିରେ ଭୁଲବଶତଃ ଶେୟାର ହୋଇଯାଉଥିବା ମେସେଜ୍‌, ଫଟୋ କିମ୍ବା ଭିଡିଓ କେବେ କେବେ ବ୍ୟବହୃତାଙ୍କ ଲାଗି ଅନ୍ୟମାନଙ୍କ ସହ ସମ୍ପର୍କ ଖରାପ କରିବା, ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବା ଆଦିର କାରଣ ସାଜିଥାଏ। ବିଶେଷ କରି ଯୁବପିଢି ସାଙ୍ଗସାଥୀଙ୍କ ପାଖକୁ ପଠାଉଥିବା ମେସେଜ୍‌ ଭୁଲରେ ଅଫିସିଆଲ୍‌ କିମ୍ବା ଫ୍ୟାମିଲି ଗ୍ରୁପ୍‌ରେ ଶେୟାର ହୋଇଯାଏ, ଆଉ ଯାହା ଥରେ ଚାଲିଯିବା ପରେ ଡିଲିଟ୍‌ ନ ହୋଇ ପାରିବା କାରଣରୁ ଅଯଥାରେ ସେଣ୍ଡରଙ୍କ ପ୍ରତି ସମସ୍ତଙ୍କ ଖରାପ ଇମ୍ପ୍ରେଶନ୍‌ ସୃଷ୍ଟି କରିଥାଏ। ତେବେ ବର୍ତ୍ତମାନ ଆଣ୍ଡ୍ରଏଡ୍‌, ଆଇଫୋନ୍‌ ଏବଂ ଓ୍ବିଣ୍ଡୋଜ୍‌ ଫୋନ୍‌ରେ ହ୍ବାଟ୍ସଆପ୍‌ର ଲାଟେଷ୍ଟ ଫିଚର୍‌ ‘ଡିଲିଟ୍‌ ଫର୍‌ ଏଭ୍ରିଓ୍ବାନ୍‌’ ସମସ୍ତଙ୍କ ଲାଗି ଏହି ସମସ୍ୟାର ସମାଧାନର ଉପାୟ ଆଣିଦେଇଛି। ଏହାକୁ ବ୍ୟବହାର କରିବା ଲାଗି ପ୍ରଥମେ ହ୍ବାଟ୍ସଆପ୍‌ର ଲାଟେଷ୍ଟ ଭର୍ସନ ଡାଉନ୍‌ଲୋଡ୍‌ କରିବାକୁ ହେବ। ଭୁଲ୍‌ରେ ଚାଲିଯାଇଥିବା ମେସେଜ୍‌, ଫଟୋ, ଭିଡିଓ କିମ୍ବା ଫାଇଲ୍‌କୁ ଡିଲିଟ୍‌ କରିବାକୁ ହେଲେ ପଠାଇବାର ମାତ୍ର ୭ ମିନିଟ୍‌ ସମୟ ରହିଛି। ଏହି ନିର୍ଦ୍ଧାରିତ ସମୟ ମଧ୍ୟରେ ଡିଲିଟ୍‌ କରିବାକୁ ଥିବା ମେସେଜ୍‌ ଉପରେ କ୍ଲିକ୍‌ କରି ଏହାକୁ ସିଲେକ୍ଟ କରିବା ପରେ ଡାଏଲଗ୍‌ ବକ୍ସରେ ଦିଆଯାଇଥିବା ଡିଲିଟ୍‌ ଫର୍‌ ଓ୍ବାନ୍‌ କିମ୍ବା ଡିଲିଟ୍‌ ଫର୍‌ ଏଭ୍ରିଓ୍ବାନ୍‌ କ୍ଲିକ୍‌ କରିବାକୁ ହୋଇଥାଏ। ଏହାପରେ ସେଣ୍ଡରଙ୍କୁ ‘ୟୁ ଡିଲିଟେଡ୍‌ ଦିସ୍‌ ମେସେଜ୍‌’ ଏବଂ ରିସିପିଏଣ୍ଟଙ୍କୁ ‘ଦିସ୍‌ ମେସେଜ୍‌ ଓ୍ବାଜ୍‌ ଡିଲିଟେଡ୍‌’ ନୋଟିଫିକେଶନ୍‌ ଆସିଥାଏ। ହେଲେ ମନେରଖନ୍ତୁ, ମାତ୍ର ୭ମିନିଟ୍‌ ମଧ୍ୟରେ ମେସେଜ୍‌ ଡିଲିଟ୍‌ ନ କଲେ ପରେ ଆଉ କରି ହେବ ନାହିଁ। ଥରେ ସେଣ୍ଡ ହୋଇସାରିଥିବା ମେସେଜ୍‌କୁ ଆପଣ ଡିଲିଟ୍‌ କରିବା ରିସିପିଏଣ୍ଟ ଦେଖିପାରିବେ କିନ୍ତୁ ଡିଲିଟ୍‌ କଲା ପରେ ଆଉ ଦେଖିପାରିବେ ନାହିଁ। ସେହି ପରି ଏଥିରେ ରିକଲ୍‌ ସୁବିଧା ମଧ୍ୟ ରହିଛି।

କୁ’ଣ କୁହନ୍ତି ଏମାନେ...

ଗ୍ରୁପ୍‌ରୁ ମେସେଜ ଡିଲିଟ୍‌ କରିବା ହୋଇଛି ସହଜ: ହ୍ବାଟ୍ସଆପ୍ସ ମୋର ଫେବରାଇଟ୍‌ ସୋସିଆଲ୍‌ ସାଇଟ୍‌। ଏହା ଅନ୍ୟସାଇଟ୍‌ ଭଳି ଅଯଥା ସମୟ ନେଇ ନ ଥାଏ। ଏଥିରେ ମେସେଜ୍‌, ଫଟୋ, ଭିଡିଓ ତତ୍‌କ୍ଷଣାତ୍‌ ପଠାଇବା ସହଜ ହୋଇଥାଏ। ହେଲେ ବେଳେ ବେଳେ ଏକାଧିକ ଗ୍ରୁପ୍‌ ସିଲେକ୍ଟ କରି ଏକାସଙ୍ଗେ କୌଣସି ମେସେଜ୍‌ ପଠାଇବା ବେଳେ ଅନ୍ୟମନସ୍କ ବଶତଃ ଯେଉଁ ଗ୍ରୁପ୍‌ରେ ନ ପଠାଇବା କଥା ସେଠାକୁ ମଧ୍ୟ ସେଣ୍ଡ ହୋଇଯାଏ। ଯେମିତିକି ସାଙ୍ଗମାନଙ୍କ ପାଖକୁ ପଠାଉଥିବା କମେଡି କିମ୍ବା ମୌଜମସ୍ତିର କୌଣସି ମେସେଜ୍‌ ଭୁଲ୍‌ରେ ଶିକ୍ଷକମାନେ କିମ୍ବା ପରିବାରର ବଡମାନେ ଥିବା ଗ୍ରୁପ୍‌କୁ ଚାଲିଯାଇଥାଏ। ଏଥିପାଇଁ ଅନ୍ୟମାନଙ୍କ ମନରେ ନିଜ ପ୍ରତି ନକାରାତ୍ମକ ଭାବନା ସୃଷ୍ଟି ହେଉଥିବ ଭାବି ଉପାୟଶୂନ୍ୟ ହୋଇ ବ୍ୟସ୍ତ ବିବ୍ରତ ହେବା ଛଡା ଆଉ କୌଣସି ଉପାୟ ନ ଥାଏ। ହେଲେ ଡିଲିଟ୍‌ ଫର୍‌ ଏଭ୍ରିଓ୍ବାନ୍‌ ଫିଚର୍‌ ଏହି ସମସ୍ୟାକୁ ଦୂର କରିବାରେ ବେଶ୍‌ ସହାୟ ହୋଇପାରୁଛି। ହେଲେ ଏହାର ସମୟସୀମା ମାତ୍ର ୭ମିନିଟ୍‌ ନ ହୋଇ ଅଧିକ ହୋଇଥିଲେ ଭଲ ହୋଇଥାନ୍ତା।

- ସଙ୍କଳ୍ପ ସାହୁ, କର୍ମଜୀବୀ, ବମ୍ବେ

ଭୁଲ୍‌ରେ ଚାଲିଯାଉଥିବା ମେସେଜର ଟେନ୍‌ଶନ୍‌ ନାହିଁ: କୌଣସି ନୂଆ ମେସେଜ୍‌ ପାଇବା ମାତ୍ରେ ଏହାକୁ ଅନ୍ୟମାନଙ୍କ ପାଖକୁ ଫରଓ୍ବାର୍ଡ କରିବାରେ ଯୁବପିଢିଙ୍କୁ ଆଦୌ ସମୟ ଲାଗେନି। ନିଜେ ମଧ୍ୟ ପ୍ରତ୍ୟେକ କୌତୂହଳପୂର୍ଣ୍ଣ ଭିଡିଓ, ଫଟୋ ଆଦି ପାଇବାମାତ୍ରେ ଅନ୍ୟମାନଙ୍କୁ ଶେୟାର କରେ। ତେବେ ଏହି ଅଭ୍ୟାସ ଯୋଗୁ କେବେ କେବେ କୌଣସି ନିର୍ଦ୍ଦିଷ୍ଟ ଗ୍ରୁପ୍‌ର ଫଟୋ କିମ୍ବା ଭିଡିଓ ଆଦି ଭୁଲ୍‌ ବଶତଃ ଅନ୍ୟଗ୍ରୁପ୍‌ରେ ଶେୟାର୍‌ ହୋଇଯାଏ। ଯାହାର ଅର୍ଥ ଅନ୍ୟମାନଙ୍କ ପାଇଁ କିଛି ନ ଥାଏ ଏବଂ ଏଥିପାଇଁ ବାରମ୍ବାର ସମସ୍ତଙ୍କ ପ୍ରଶ୍ନର ଉତ୍ତର ଦେବାକୁ ମଧ୍ୟ ପଡିଥାଏ। ଏବେ ଆଉ ଏହି ଅସୁବିଧା ହେବାର ଟେନ୍‌ଶନ୍‌ ନାହିଁ। କାରଣ ମୁଁ ହ୍ବାଟ୍ସଆପ୍‌ ଅପ୍‌ଡେଟ୍‌ କରୁଛି ଯେଉଁଥିରେ ଡିଲିଟ୍‌ ଫର୍‌ ଏଭ୍ରିଓ୍ବାନ୍‌ ଫିଚର୍‌ ରହିଛି। ହେଲେ ଏହାର ଗୋଟିଏ ଅସୁବିଧା ହେଉଛି ଡିଲିଟ୍‌ କରିବା ପୂର୍ବରୁ ଏହାକୁ ଅନ୍ୟମାନେ ଦେଖିପାରିବେ। ତେଣୁ ଯେପରି ଡିଲିଟ୍‌ ପାଇଁ ୭ମିନିଟ୍‌ ଦିଆଯାଉଛି ସେହିପରି ଅନ୍ୟମାନେ ଦେଖିବା ଲାଗି କିଛି ସମୟ ରହିଲେ ଡିଲିଟ୍‌ କରିବା ପୂର୍ବରୁ କେହି ଏହାକୁ ଦେଖିପାରନ୍ତେ ନାହିଁ।

- ଅଭୀପ୍ସା ବିଶୋଇ, କର୍ମଜୀବୀ, ହାଇଦ୍ରାବାଦ



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri