ପାଠ ସହ ଅଭିନୟକୁ ଗୁରୁତ୍ୱ ଦେବି: ଶିଶୁ ପ୍ରତିଭା ପ୍ରିୟବ୍ରତ ମିଶ୍ର


ମନରେ ଅସୀମ ଆଗ୍ରହ। ଛୋଟବେଳୁ ଡ୍ରାମା ଦେଖି ସେ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ। ସମୟକ୍ରମେ ଏହା ତାଙ୍କର ଏକ ନିଶା ପାଲଟି ଯାଇଛି ବୋଲି କହିପାରନ୍ତି। ସେ ହେଲେ ଶିଶୁ କଳାକାର ପ୍ରିୟବ୍ରତ ମିଶ୍ର। ଢେଙ୍କାନାଳ ଜିଲା ଭୁବନ ଅନ୍ତର୍ଗତ ନୂଆ ଭୁବନ ଉଚ୍ଚ ବିଦ୍ୟାଳୟର ୧୦ମ ଶ୍ରେଣୀରେ ସେ ଏବେ ଅଧ୍ୟୟନରତ। ଅଭିନୟ ପ୍ରତି କାହିଁକି ଅଧିକ ଆକର୍ଷିତ ହେଲେ ପ୍ରଶ୍ନର ଉତ୍ତରରେ ସେ କହନ୍ତି, ”ଆମ ସ୍କୁଲରେ ପ୍ରତିବର୍ଷ ଡ୍ରାମା ପରିବେଷିତ ହୁଏ। ମୋତେ ଏଥିରେ ଅଭିନୟ କରିବାକୁ ସୁଯୋଗ ଦେଇଥିଲେ ଆମ ସ୍କୁଲର ଶିକ୍ଷକ ତଥା ନିର୍ଦ୍ଦେଶକ ଗୁରୁ ମିଶ୍ର। ତାଙ୍କର କେଇପଦ କଥା ମୋତେ ବେଶ୍‌ ପ୍ରଭାବିତ କରିଥିଲା। ଆଉ ତା’ପରେ ମୁଁ ପଛକୁ ଚାହିଁ ନ ଥିଲି। ତାଙ୍କ ନିର୍ଦ୍ଦେଶନାରେ ମୁଁ କେତୋଟି ଡ୍ରାମାରେ ଅଭିନୟ କରିସାରିଛି। କେବଳ ସେତିକି ନୁହେଁ ଅଭିନୟ ବିଷୟରେ ତାଙ୍କ ଠାରୁ ଯେତିକି ଶିଖିଛି ତାହା ମୋତେ କ୍ୟାରିୟର କରିବାରେ ସହାୟକ ହେବ।“କେବଳ ଅଭିନୟ ନୁହେଁ, ବିଭିନ୍ନ ବିଷୟକୁ ନେଇ ଆୟୋଜିତ ଡିବେଟ୍‌ରେ ପ୍ରିୟବ୍ରତ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି। କେବଳ ସେତିକି ନୁହେଁ ନିଜକୁ ଜଣେ ମେଧାବୀ ଛାତ୍ର ଭାବରେ ପରିଗଣିତ କରାଇବାରେ ସକ୍ଷମ ହୋଇଛନ୍ତି ମା’ ରୀନାରାଣୀ ମିଶ୍ର ଏବଂ ବାପା ସୁବ୍ରତ କୁମାର ମିଶ୍ରଙ୍କ ଏହି ସୁପୁତ୍ର। ଏଣିକି ପାଠ ସହ ଅଭିନୟକୁ ମଧ୍ୟ ଗୁରୁତ୍ୱ ଦେବି ବୋଲି କହନ୍ତି ଏହି ଶିଶୁ କଳାକାର।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri