ପିଲାଙ୍କୁ ଶିଖାନ୍ତୁ : ମନି ମ୍ୟାନେଜମେଣ୍ଟ


ଯଦି ପିଲାକୁ କମ୍‌ ବୟସରେ ମନି ମ୍ୟାନେଜମେଣ୍ଟ ବିଷୟରେ ଶିଖାଇବେ ସେ ଆରମ୍ଭରୁ ଏ ନେଇ ନିଜର ଜ୍ଞାନର ସୀମା ବଢ଼ାଇପାରିବ। ସାଧାରଣତଃ ପାଞ୍ଚରୁ ଦଶବର୍ଷ ବୟସର ପିଲାଙ୍କର ସାଧାରଣତଃ ଏତେଟା ବୁଝିବାର ଶକ୍ତି ନ ଥାଏ। ଏଥିପାଇଁ ତାଙ୍କୁ ଉଦାହରଣ ମାଧ୍ୟମରେ ବୁଝାଇପାରିବେ। ଉଦାହରଣ ସ୍ବରୂପ କହିପାରିବେ ଯେ-ମୁଁ ଏବଂ ବାପା ଦୁଇଜଣ ଅଫିସ୍‌ ଯାଉଛୁ, କାମ କରୁଛୁ। ଟଙ୍କା ରୋଜଗାର କରୁଛୁ। ଟଙ୍କାକୁ ସୁରକ୍ଷିତ ରଖିବା ଲାଗି ଆମେ ବ୍ୟାଙ୍କର ସହାୟତା ନେଉଛୁ। ଯେତେବେଳେ ଟଙ୍କା ଆବଶ୍ୟକ ପଡୁଛି ଆମେ ଏଟିଏମ୍‌ରୁ ଟଙ୍କା ଉଠାଇଥାଉ।

୧୦-୧୫ବର୍ଷ ପିଲାଙ୍କୁ

 

ସେମାନେ ଟିକେ ପରିପକ୍ୱ ହୋଇଥାନ୍ତି । ସେମାନଙ୍କ ମଧ୍ୟରେ ଟିକେ ଜ୍ଞାନ ଆସିଯାଇଥାଏ। ଜରୁରୀ ସାମଗ୍ରୀର ଦେଖାଶୁଣା କିପରି କରାଯାଏ ତାଙ୍କୁ ସେ ବିଷୟରେ ଅବଗତ କରାନ୍ତୁ। ଜିନିଷର ଠିକ୍‌ ବ୍ୟବହାର ମଧ୍ୟ ଭଲଭାବେ ବୁଝାଇବା ଆବଶ୍ୟକ। ପକେଟ ଖର୍ଚ୍ଚ ପିଲାକୁ ଯଦି ପକେଟ ମନି ଦେଉଛନ୍ତି ତେବେ ତାକୁ ସେହି ଟଙ୍କାରୁ ସଞ୍ଚୟ କରିବା ଶିଖାନ୍ତୁ। ପିଲା ଯଦି କୌଣସି ଜିନିଷ କିଣିବାକୁ ଜିଦ୍‌ ଧରୁଛି ତେବେ ତାକୁ କୁହନ୍ତୁ ଯେ ସେ ପକେଟ୍‌ ମନି ସଞ୍ଚୟକରି ଜିନିଷ କିଣିବ। ସଞ୍ଚୟ ବିଷୟରେ କଥା ହେବା ପାଇଁ ଏହା ହେଉଛି ଠିକ୍‌ ସମୟ। ମାନି ନିଅନ୍ତୁ ଯେ ଆପଣ ପିଲାକୁ ପ୍ରତି ସପ୍ତାହରେ ୨୦୦ଟଙ୍କା ଦେବେ। ତେବେ ଯେତେବେଳେ ପିଲା ଆପଣଙ୍କୁ ଅଧିକ ଟଙ୍କା ମାଗୁଛି ପେନ୍‌ କିମ୍ବା ଆଉ କ’ଣ କିଣିବ ଏଥିପାଇଁ ତାକୁ ବୁଝାନ୍ତୁ ଅଧିକ ଟଙ୍କା ନେଉଥିଲେ ସେହି ଟଙ୍କାରୁ ମଧ୍ୟ ସଞ୍ଚୟ କରିହେବ।

ସଞ୍ଚୟର ଅଭ୍ୟାସ

 

ଏହି ପ୍ରକ୍ରିୟାରେ ପିଲା ମନରେ ସଞ୍ଚୟ ପ୍ରତି ଆଗ୍ରହ ବଢ଼ାଇବା ଆବଶ୍ୟକ। ତାକୁ ବୁଝାନ୍ତୁ ଯେ ପ୍ରତ୍ୟେକ ଜିନିଷ ଭାବିଦେଲେ ଖାଲି ହେବନି। ଟଙ୍କା ଖର୍ଚ୍ଚ କରିବାକୁ ହେଲେ ପୂର୍ବରୁ ସବୁ ପ୍ଲାନିଂ କରିବା ଆବଶ୍ୟକ। ଆପଣ ପିଲାକୁ ଉଦାହରଣ ଦେଇ କିଛି ଗପ କହି ତାକୁ ବୁଝାଇପାରିବେ।

ବିନିଯୋଗ ଓ ସଞ୍ଚୟର ମଧ୍ୟରେ ତଫାତ୍‌

 

ପିଲାକୁ ନିବେଶ ଓ ସଞ୍ଚୟ ମଧ୍ୟରେ ତଫାତ୍‌ ବୁଝାନ୍ତୁ। ଆବଶ୍ୟକତା ଏବଂ ସଉକ ମଧ୍ୟରେ ତଫାତ୍‌ ରହିଛି। ଏଥିପାଇଁ ତାଙ୍କୁ ପ୍ରତିଦିନ ଉଦାହରଣ ମାଧ୍ୟମରେ ବୁଝାଇପାରିବେ। ପେଟ ଭରିବା ପାଇଁ ଖାଦ୍ୟ ଖାଇବା ନିହାତି ଜରୁରୀ। କିନ୍ତୁ ଏହି ଖାଦ୍ୟ ଘରେ ନ ଖାଇ ଯଦି ସବୁବେଳେ ହୋଟେଲରେ ଖାଇବେ, ତେବେ ଆପଣ ଅଧିକ ଟଙ୍କା ଖର୍ଚ୍ଚ କରି କମ୍‌ ଖାଇଲେ। ପିଲା ଯେତେବେଳେ କିଶୋରାବସ୍ଥାରେ ଅବତୀର୍ଣ୍ଣ ହେଉଛି ତା’ ଉପରେ କିଛି ଦାୟିତ୍ୱ ଦିଅନ୍ତୁ। ତାକୁ ଇଏମ୍‌ଆଇ ଅର୍ଥ,ସଞ୍ଚୟ ଋଣ ବିଷୟରେ ଅବଗତ କରାନ୍ତୁ। ତାକୁ ବୁଝାନ୍ତୁ ଯେ ଯଦି ତା’ର କୌଣସି ପ୍ରୋଜେକ୍ଟ କାମ ପାଇଁ ପ୍ରିଣ୍ଟର ଆବଶ୍ୟକ ଅଛି, ମାତ୍ର ଆମ ପାଖରେ ଟଙ୍କା ନାହିଁ, କିନ୍ତୁ ଜିନିଷ ନିହାତି ଦରକାର । ଆମକୁ ସେ କ୍ଷେତ୍ରରେ ଇଏମ୍‌ଆଇରେ ପ୍ରିଣ୍ଟର କିଣିବାକୁ ପଡ଼ିବ। ଏଥିପାଇଁ ପ୍ରତିମାସରେ ନିଧାର୍ଯ୍ୟ ହୋଇଥିବା ଟଙ୍କା ଆକାଉଣ୍ଟରୁ ଆପେ ଆପେ କଟିଯିବ। ଜିନିଷର ପ୍ରକୃତ ମୂଲ୍ୟ କେତେ, ଆମକୁ କେତେ ଟଙ୍କା ଇଏମ୍‌ଆଇରେ ଅଧିକ ଦେବାକୁ ହେବ ଏସବୁ ବୁଝାନ୍ତୁ। ଏହି ଉଦାହରଣ ମାଧ୍ୟମରେ ବୁଝାଇଲେ ପିଲା ସହଜରେ ବୁଝିଯିବ।

କ୍ରେଡିଟ୍‌ କାର୍ଡ ଓ ଡେବିଟ୍‌ କାର୍ଡ ବିଷୟରେ ବୁଝାନ୍ତୁ

 

ପିଲାକୁ କ୍ରେଡିଟ୍‌ ଏବଂ ଡେବିଟ୍‌ କାର୍ଡ ବିଷୟରେ ବୁଝାନ୍ତୁ। ତାକୁ ଏଇଟା ବି ବୁଝାନ୍ତୁ କ୍ରେଡିଟ୍‌ କାର୍ଡର ଟଙ୍କା ଡିପୋଜିଟ୍‌ ଠିକ୍‌ ସମୟରେ ନ କଲେ କେତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତାକୁ ବୁଝାନ୍ତୁ ଆଜି ଯେଉଁ କ୍ରେଡିଟ୍‌ କାର୍ଡ ମାଧ୍ୟମରେ କିଣାକିଣି କରୁଛନ୍ତି ତାହାକୁ ପୁଣି ପର ମୁହୂର୍ତ୍ତରେ ଭରଣା ଆପଣଙ୍କୁ ହିଁ କରିବାକୁ ପଡ଼ିପାରେ। ନିଜେ ବି କରନ୍ତୁ ମନି ମ୍ୟାନେଜମେଣ୍ଟ ଏସବୁ ବ୍ୟତୀତ ମହତ୍ତ୍ୱପୂର୍ଣ୍ଣ କଥା ହେଲା ଆପଣ ନିଜେ କେତେ ମନି ମ୍ୟାନେଜମେଣ୍ଟ ପ୍ରତି ଧ୍ୟାନ ଦେଉଛନ୍ତି। ପିଲାକୁ ବୁଝାଇବା ସମୟରେ ନିଜକୁ ମଧ୍ୟ ଅନୁଶାସନ କରିବା କଥା। ତେବେ ତାଙ୍କୁ ମଝିରେ ମଝିରେ ନିଜର ଉଦାହରଣ ଦେଇ ମଧ୍ୟ ବୁଝାଇପାରିବେ।

ଏମାନେ କ’ଣ କରନ୍ତି...

ଉଦାହରଣ ଦେଇ ପିଲାଙ୍କୁ ବୁଝାନ୍ତୁ:ସ୍ବପ୍ନିତା ସ୍ବାଇଁ,ଗୃହିଣୀ,ରସୁଲଗଡ଼,ଭୁବନେଶ୍ୱର


ଆମେ ପିଲାକୁ ବିଭିନ୍ନ ଉପାୟ ମାଧ୍ୟମରେ ସଞ୍ଚୟ ଉପାୟ ଶିଖାଇପାରିବା। ଯେମିତିକି ବାହାର ଖାଦ୍ୟ ଖାଇଲେ ଆମ ଶରୀର ଅସୁସ୍ଥ ହେବା ଆଶଙ୍କା ରହିଛି। ଯଦି ଆମେ ସେଇ ଖାଦ୍ୟକୁ ଘରେ ଭଲଭାବେ ପ୍ରସ୍ତୁତ କରି ଖାଇବା ତେବେ ଏହା ଆମ ସ୍ବାସ୍ଥ୍ୟ ପାଇଁ ଭଲ ହେବା ସହ ଟଙ୍କା ସଞ୍ଚୟ ହୋଇପାରିବ। ଯଦି କୌଣସି ଜିନିଷ ନଷ୍ଟ ହୋଇଯାଇଥିବ ତାକୁ ପୁନର୍ବାର କିପରି ବ୍ୟବହାର ଉପଯୋଗୀ କରାଯାଇପାରିବ ତାକୁ ସେ ବିଷୟରେ ବୁଝାଇଥାଏ। ପିଲାକୁ ସବୁବେଳେ କହିଥାଏ ଯିଏ ଯାହା ପିନ୍ଧିଲେ କ’ଣ ହେବ ଆମର ଯାହା ଅଛି, ଯେତିକି ଟଙ୍କା ଅଛି ତାକୁ ନେଇ ଆମେ ଚଳିବା ଏମିତି ଉଦାହରଣ ଦେଇ ବୁଝାଇଥାଏ।

ପକେଟମନିରୁ ସଞ୍ଚୟ ଶିଖାଏ: ବିଶ୍ୱେଶ୍ୱରୀ ସେଠୀ,ଗୃହିଣୀ,ରତନପୁର,ଖୋର୍ଦ୍ଧା

 

ଝିଅକୁ ମୋର ଦଶବର୍ଷ ବୟସ। ସେ ସ୍କୁଲ ଯାଏ ତାକୁ ପେନ୍‌ କିମ୍ବା ପାଠ ସମ୍ବନ୍ଧୀୟ କୌଣସି ଜିନିଷ କିଣିବାର ଥିଲେ ତାକୁ ପକେଟ୍‌ ମନି ଦେଇଥାଏ। ସେଥିରୁ ଟଙ୍କା ବଳିଲେ ଝିଅକୁ ମୁଁ ସେଇ ଟଙ୍କାକୁ ସଞ୍ଚୟ କରିବାର ଉପାୟ ଶିଖାଇଥାଏ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri