ଅଜବ ନିୟମ...


ପୃଥିବୀରେ ଏମିତି ବିଭିନ୍ନ ଦେଶ ରହିଛି, ଯେଉଁଠି ଅଜବ ଆଇନ କାନୁନ ଦେଖିବାକୁ ମିଳେ। ଶୁଣିବାକୁ ଅଜବ ଲାଗୁଥିବା ଏହି ନିୟମ କିନ୍ତୁ ଖୁବ୍‌ କଡ଼ାକଡ଼ି ଭାବେ ଜାରି କରାଯାଇଥାଏ ସେହି ଅଞ୍ଚଳରେ। କେଉଁଠି ଗାଧୋଇବା ମନା ତ ଆଉ କେଉଁଠି ଚୁମ୍ବନ ଦେବା। ଏମିତି ୧୦ଟି ଦେଶର ୧୦ଟି ଅଜବ ନିୟମକୁ ଏହି ତାଲିକାରେ ଯୋଡ଼ାଯାଇ ପାରେ। ମ୍ୟାନମାର୍‌ରେ ଇଣ୍ଟରନେଟ୍‌ ବ୍ୟବହାର କରିବା ବେଆଇନ। ଯଦି କୌଣସି ବ୍ୟକ୍ତି ଲୁଚିଛପି ଏହାର ବ୍ୟବହାର କରୁଥିବା ଜଣାପଡ଼େ ତେବେ ତାଙ୍କୁ କାରାଦଣ୍ଡ ହୋଇପାରେ। ସୁଇଜର୍‌ଲାଣ୍ଡରେ ମଧ୍ୟ ଏମିତି ଏକ ଅଜବ କାନୁନ୍‌ ପ୍ରଚଳିତ। ଏଠାରେ ରାତି ୧୦ଟା ପରେ କୌଣସି ପୁରୁଷ ଲୋକ ଛିଡ଼ା ହୋଇ ଥକ୍କାମାରିବା ବେଆଇନ। ଆମେରିକାର ଲସ୍‌ଏଞ୍ଜେଲ୍ସରେ ଗୋଟିଏ ବାଥ୍‌ଟବ୍‌ରେ ଦୁଇଟି ଶିଶୁଙ୍କୁ ଗାଧୋଇଦେବା ଆଇନ ବିରୁଦ୍ଧ। ଏପରିସ୍ଥଳେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ନିୟମ ରହିଛି। ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ରହିଛି ଏକ ଅଜବ ନିୟମ। ଏଠାରେ ରବିବାର ଦିନବେଳେ ଗୋଲାପି ରଙ୍ଗର ପ୍ୟାଣ୍ଟ ପିନ୍ଧିବା ଉପରେ କଟକଣା ରହିଛି। କାଲିଫର୍ନିଆର ସାନ୍‌ ଫ୍ରାନ୍ସିସ୍‌କୋ ସହରରେ ଅନ୍ତଃବସ୍ତ୍ର ଦ୍ୱାରା କାର ଧୋଇବା ଉପରେ ଆଇନଗତ କଟକଣା ଜାରି କରାଯାଇଛି। ସେହିପରି ନଓ୍ବୋଡ଼ାର ୟୁରେକା ସହରରେ ଏକ ମଜାଦାର କାନୁନ୍‌ ରହିଛି। ଏଠାରେ ମହିଳାଙ୍କୁ ଦାଢ଼ି ରଖିଥିବା ପୁରୁଷ ଚୁମ୍ବନଦେବା ବେଆଇନ। ଇଂଲଣ୍ଡର ମାସାଚ୍ୟୁଟରେ ରାତିରେ ନ ଗାଧୋଇ ଶୋଇବା ଏବଂ ରବିବାର ଗାଧୋଇବା ବେଆଇନ। ଓହିଓର ଅକ୍ସଫୋର୍ଡ଼ରେ କୌଣସି ପୁରୁଷଙ୍କ ଫଟୋ ଆଗରେ ମହିଳାଙ୍କ ପୋଷାକ ପରିବର୍ତ୍ତନ ଉପରେ କଟକଣା ରହିଛିି। ମିସୌରିରେ ନାଇଟ୍‌ ଗାଉନ ପିନ୍ଧିଥିବା ମହିଳାଙ୍କୁ ଦମକଳ ବାହିନୀ ବଞ୍ଚାଇବା ବେଆଇନ। ଫ୍ଲୋରିଡ଼ାର ମିଓମିରେ ପଶୁମାନଙ୍କ ନକଲ କରିବାକୁ ଅପରାଧ ବିବେଚନା କରାଯାଏ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri