ଡର କାହାକୁ


ଡର। କେଉଁ ପରିସ୍ଥିତିରେ କାହା ମନକୁ କବଳିତ କରେ ତା’ର ହିସାବ ନ ଥାଏ। ତେବେ  ଅନେକ ଯୁବତୀଯୁବକଙ୍କ ମନରେ ସାର୍ବସାଧାରଣଙ୍କ ସମ୍ମୁଖରେ କିଛି କହିବା କିମ୍ବା ବକ୍ତବ୍ୟ ଦେବାକୁ ନେଇ ଡର ଥାଏ। ହେଲେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାର ସ୍ବାଦ ଚାଖିବାକୁ ହେଲେ ନିଜସ୍ବ ଉଦ୍ୟମ ହିଁ ଏକମାତ୍ର ଉପାୟ...

କେତୋଟି ନିର୍ଦ୍ଦିଷ୍ଟ ଜିନିଷ କିମ୍ବା ପରିସ୍ଥିତିକୁ ନେଇ କେତେକଙ୍କ ମନରେ ଡର ଥାଏ। ଯାହାକୁ ଆମେ ସାଧାରଣତଃ ଫୋବିଆ ବୋଲି କହିଥାଉ। ଠିକ୍‌ ଯେମିତି ଅନେକ ଯୁବତୀଯୁବକଙ୍କୁ ସର୍ବସାଧାରଣଙ୍କ ସମ୍ମୁଖରେ କିମ୍ବା ଜନସମାଗମରେ କିଛି କହିବା କିମ୍ବା ବକ୍ତବ୍ୟ ଦେବାକୁ ଡର ଲାଗିଥାଏ।  ହେଲେ ଯେଉଁମାନେ ଯଥା ସମୟରେ ମନ ଭିତରୁ ଏହି ଭୟ କାଢିବାକୁ ଚେଷ୍ଟା ନ କରନ୍ତି ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାର ସ୍ବାଦ ଚାଖିବାରୁ ବଞ୍ଚତ୍ତ ହୁଅନ୍ତି। ତେଣୁ ଯଦି ଆପଣଙ୍କ ମନରେ ଏଭଳି ଭୟ ଥାଏ, ତେବେ କିପରି ଏହାକୁ ଦୂର କରିପାରିବେ ଜାଣିରଖନ୍ତୁ...

- ଯେଉଁମାନଙ୍କଠାରେ ଜନସାଧାରଣ ବା ଅଧିକଲୋକଙ୍କ ଆଗରେ କିଛି କହିବାକୁ ନେଇ ଭୟ ଥାଏ। କେତେକଙ୍କ ଠାରେ ଏଭଳି ପରିସ୍ଥିତିର ସାମ୍‌ନା କରିବା ତ ଦୂରର କଥା ଶୁଣିବା ମାତ୍ରେ ଦେହ ଥରିବା, ବ୍ୟସ୍ତ ହୋଇପଡିବା, ଝାଳ ବୋହିବା, ଭୟରେ ଓଠ ଶୁଖିଯିବା, ମାନସିକ ସ୍ତରରେ ଦୁର୍ବଳ ହୋଇପଡିବା, ବାରମ୍ବାର ମନା କରିବା ଭଳି ଲକ୍ଷଣ ଦେଖିବାକୁ ମିଳିଥାଏ। ଏମିତିକି ପବ୍ଲିକ୍‌ରେ ନିଜକୁ କିଛି କହିବାକୁ ହେବ ଜାଣିବା ମାତ୍ରେ କାହା କାହାକୁ ଭୟରେ ଝାଡା, ପରିସ୍ରା ମଧ୍ୟ ଲାଗିଥାଏ। ତେବେ ଏହି ଭୟକୁ ମେଡିକାଲ ସାଇନ୍ସରେ ଗ୍ଲୋସୋଫୋବିଆ ବୋଲି କୁହାଯାଇଥାଏ। ଯାହାକୁ ଦୂର କରିବା ଲାଗି ନିଜସ୍ବ ଚେଷ୍ଟା ନିତାନ୍ତ ଆବଶ୍ୟକ। ଏହା ବ୍ୟତୀତ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଖୋଲାଯାଇଥିବା କମ୍ୟୁନିକେଶନ ସ୍କିଲ୍‌ ଡେଭଲପ୍‌ମେଣ୍ଟ, ଗ୍ରୁପ୍‌ ଡିସ୍କଶନ୍‌ ଭଳି ଟ୍ରେନିଂ ନେଇପାରିବେ।
- ପୂର୍ବ ପ୍ରସ୍ତୁତି ମଧ୍ୟ ଭୟ ଦୂର କରିବାରେ ବେଶ୍‌ ଲାଭଦାୟକ। ଅର୍ଥାତ୍‌ ଜନସମାଗମରେ କିଛି କହିବାକୁ ଭୟ ଲାଗୁଛି ତେବେ କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ଏହାର ଉଦ୍ଦେଶ୍ୟ ଏବଂ ବିଷୟ ବସ୍ତୁକୁ ଭଲ ଭାବେ ବୁଝନ୍ତୁ। ଯଦି ସମ୍ଭବ ଏ ସମ୍ପର୍କରେ ପୂର୍ବରୁ ପଢିନିଅନ୍ତୁ, ଯାହାକି ଆପଣଙ୍କୁ ନିର୍ଭୟ ଭାବେ ସମସ୍ତଙ୍କ ଆଗରେ କହିବାର ସାହସ ଯୋଗାଇବ।
- ଡର ଦୂର କରିବା ଲାଗି ପୂର୍ବରୁ ଅଭ୍ୟାସ କରିନେବା ଭଲ।  ଏଥିପାଇଁ ପରିବାର ସଦସ୍ୟ କିମ୍ବା ବନ୍ଧୁମାନଙ୍କୁ ଦର୍ଶକ ଭାବେ ବସାଇ ସେମାନଙ୍କଠାରୁ ମତାମତ ନେଇପାରିବେ।  ଏହାଦ୍ୱାରା ନା କେବଳ ଆପଣଙ୍କ ସାହସ ବଢିବ ବରଂ କୌଣସି ତ୍ରୁଟି ଥିଲେ ଏହାକୁ ସୁଧାରିବାର ମଉକା ମିଳିବ ଏବଂ ଏଥିନେଇ ଆପଣଙ୍କ ମନ ଭିତରେ ଥିବା ଡର ବି ଦୂର ହେବ।   
- ପ୍ରତ୍ୟେକ କାର୍ଯ୍ୟ ଲାଗି ଆମତ୍ବିଶ୍ୱାସ ରହିବା ଅତ୍ୟନ୍ତ ଜରୁରୀ। ତେଣୁ ଯଦି ମନରେ କୌଣସି ନକାରାମତ୍କ ଭାବନା ରହିଛି ତେବେ ଏହାକୁ ଦୂର କରିବା ଲାଗି ପ୍ରଥମେ ନିଜର ଆମତ୍ବିଶ୍ୱାସ ବଢାନ୍ତୁ ଏବଂ ଦୃଢତାର ସହ ନିଜ କଥା ଅନ୍ୟମାନଙ୍କ ସମ୍ମୁଖରେ ଉପସ୍ଥାପନା କରନ୍ତୁ। ଦେଖିବେ ଏହା ନିଶ୍ଚିତ ଭାବେ ଆପଣଙ୍କୁ ଆଗକୁ ବଢିବାରେ ସହଯୋଗ କରିବ।  
- ବକ୍ତବ୍ୟ ଦେଉଥିବା ସ୍ଥାନରେ କେଉଁ ବର୍ଗର ଦର୍ଶକ ଉପସ୍ଥିତ ଅଛନ୍ତି ଏବଂ କିଭଳି ସରଳ ଓ ସୁନ୍ଦର ଶୈଳୀରେ ନିଜର ବକ୍ତବ୍ୟ ପ୍ରଦାନ କଲେ ଏହା ସେମାନଙ୍କ ହୃଦୟସ୍ପର୍ଶୀ ହୋଇପାରିବ ସେ ସମ୍ପର୍କରେ ବିଚାର କରିବାକୁ ଆଦୌ ଭୁଲନ୍ତୁ ନାହିଁ ା
- ପବ୍ଲିକ୍‌ ସ୍ପିକିଂକୁ ଭୟ ଥିବା ଯୁବତୀଯୁବକ ଅନେକ ସମୟରେ ପଛଘୁଞ୍ଚା ଦିଅନ୍ତି କିମ୍ବା ନିହାତି ଆବଶ୍ୟକ ସ୍ଥଳେ ନିଜର ବେଷ୍ଟ ଦେବା ଆଳରେ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ନକଲ କରିବାକୁ ଚେଷ୍ଟା କରନ୍ତି। ହେଲେ ଏହାଦ୍ୱାରା ସେମାନେ ନିଜର ବକ୍ତବ୍ୟକୁ  ଆକର୍ଷଣୀୟ କରିବା ପରିବର୍ତ୍ତେ ଅଧିକ ଖରାପ କରିଦିଅନ୍ତି ଏବଂ ପରିହାସର ପାତ୍ର ହୁଅନ୍ତି, ଯାହାକି ଆଗକୁ ବଢିବା ଦିଗରେ ସେମାନଙ୍କ ମନବଳକୁ ଦୁର୍ବଳ କରିଦିଏ। ତେଣୁ କାହାକୁ ନକଲ ନ କରି ନିଜର ବ୍ୟକ୍ତିତ୍ବକୁ ବଜାୟ ରଖି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ।
- ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନା କରୁଥିବା ସମୟରେ ଭୟକୁ ଲୁଚାଇବା ଆଳରେ ଅନେକେ ଏତେ ଯତ୍ନଶୀଳ ହୋଇ ଉଠନ୍ତି ଯେ, ଅପରପକ୍ଷେ ତାଙ୍କ ସମ୍ପୂର୍ଣ୍ଣ ବକ୍ତବ୍ୟ ବା ମନ୍ତବ୍ୟ ଶୁଣୁଥିବା ଦର୍ଶକଙ୍କ ନଜରରେ ତାଙ୍କ ଭୟ ସ୍ପଷ୍ଟ ବାରିହୋଇଯାଉଛି ବୋଲି ସେମାନେ ଜାଣି ପାରନ୍ତି ନାହିଁ। ଫଳସ୍ବରୂପ ସେମାନେ ନିଜ ଉପସ୍ଥାପନାରେ ଅନ୍ୟମାନଙ୍କୁ ପ୍ରଭାବିତ କରିବାରେ ବିଫଳ ହୁଅନ୍ତି। ତେଣୁ  ମନ ଭିତରେ ଡର ଥିଲେ ସୁଦ୍ଧା ଆପଣ ନିଜକୁ ଏଭଳି ଭାବେ ରଖନ୍ତୁ ଯେପରି ଦର୍ଶକଙ୍କୁ ତାହା ପ୍ରଭାବିତ କରିପାରିବ। ବଡ କଥା ହେଉଛି ନିଜର ଉପସ୍ଥାପନା ଶୈଳୀକୁ ମନୋରଞ୍ଜକପୂର୍ଣ୍ଣ କରନ୍ତୁ ଏବଂ ନିଜର ବଡିଲାଙ୍ଗୁଏଜ୍‌ ଏବଂ ଫେସିଆଲ୍‌ ଏକ୍ସପ୍ରେଶନ୍‌ ପ୍ରତି ସଜାଗ ରୁହନ୍ତୁ । ଫଳରେ ଦର୍ଶକ ଧୈର୍ଯ୍ୟର ସହିତ ଆପଣଙ୍କ କଥା ଶୁଣିବେ ଏବଂ ପୁନର୍ବାର ଶୁଣିବାକୁ ଉତ୍ସାହିତ ହେବେ।
- ମନେ ରଖନ୍ତୁ ଭୟ ଦୂର କରିବାର ଅର୍ଥ ନୁହେଁ ଯେ, ନିଜର ଉପସ୍ଥାପନାକୁ ଅଧିକ ପ୍ରଭାବଶାଳୀ କରିବା ଲାଗି ଏଭଳି କିଛି ଭୁଲ୍‌ ମନ୍ତବ୍ୟ ଦେବା, ଯାହା ପରବର୍ତ୍ତୀ ସମୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରେ ଏବଂ ଆପଣଙ୍କୁ ଆଗକୁ ବଢିବାରେ ବାଧା ଆଣିପାରୋ
କ’ଣ କରନ୍ତି ଏମାନେ...
ଲକ୍ଷ୍ମୀପ୍ରିୟା ରାଏ(ରାଉରକେଲା)- ନୃତ୍ୟ, ସଂଗୀତ ଏବଂ ମଡେଲିଂ ପ୍ରତି ଆରମ୍ଭରୁ ଆଗ୍ରହ ଥିଲା। ତେଣୁ ଏ କ୍ଷେତ୍ରରେ ଆଗକୁ ବଢିବାକୁ ଚେଷ୍ଟା କଲି। ସର୍ବସମ୍ମୁଖରେ ପରିବେଷଣ କଲା ବେଳେ ଡର ଲାଗିବା ତ ସ୍ବାଭାବିକ କଥା। ହେଲେ ଏହାକୁ ଦୂର କରିବା ଲାଗି ପ୍ରଥମେ ନିଜ ଅଭିଭାବକଙ୍କ ସାହାଯ୍ୟ ନେଲି। ସେମାନଙ୍କ ସମ୍ମୁଖରେ ପରିବେଷଣ କରିବା ପରେ ଡର ଦୂର ହୋଇଗଲା। ତା’ଛଡା ସବୁବେଳେ ନିଜର ବେଷ୍ଟ ଦେବାକୁ ଚେଷ୍ଟା କରିବା ନିଶାରେ ବି ଡର ଚାଲିଗଲା।

ଶୁଭଜିତ୍‌ ପଣ୍ଡା( ଭୁବନେଶ୍ୱର)- ସମସ୍ତଙ୍କ ଆଗରେ କିଛି କହିବାର ଡରକୁ କିଭଳି ଦୂର କରିବ ତାହା କେବଳ ନିଜ ଉପରେ ହିଁ ନିର୍ଭର କରେ। ଏପରି କହିବାର ତାତ୍ପର୍ଯ୍ୟ ହେଉଛି ଆଜି ଜଣେ ଉପସ୍ଥାପକ ଭାବେ ପରିଚୟ ସୃଷ୍ଟି କରିପାରିଛି କେବଳ ନିଜର ଉଦ୍ୟମ ଏବଂ ଦୃଢ ଇଛାଶକ୍ତି ବଳରେ। ସ୍କୁଲ, କଲେଜ, ଜିଲା, ରାଜ୍ୟ, ଜାତୀୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଏବଂ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ଯେପରି ଦର୍ଶକଙ୍କ ସାମ୍‌ନା କଲାବେଳେ ଡରି ନ ଯାଏ ସେଥିଲାଗି ନିଜ ଭିତରେ ଆଗ୍ରହ ସୃଷ୍ଟି କରିବା, ସବୁ କାର୍ଯ୍ୟରେ ଆତ୍ମବିଶ୍ୱାସର ସହ ଆଗଭର ହେବା, ବାରମ୍ବାର ଅଭ୍ୟାସ କରିବା ଆଦି କାର୍ଯ୍ୟ କରିଛି। ଏହାହିଁ ମତେ ମାନସିକ ସ୍ତରରେ ସଦୃଢ ଏବଂ ସଫଳ କରାଇପାରିଛି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri