ଅଭୁଲା କଲେଜ ଅନୁଭୂତି: ଇଂ ମାୟାଧର ସ୍ବାଇଁ( ବିଶିଷ୍ଟ ବିଜ୍ଞାନ ଲେଖକ)


୧୯୭୨ ମସିହାରେ କାନପୁର ବଂଶୀଧର ବିଦ୍ୟାପୀଠରୁ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲି। ସମଗ୍ର ଓଡିଶାରେ ଶ୍ରେଷ୍ଠ ୧୦ ଜଣ ବା ଟପ୍‌ ଟେନ୍‌ରେ ସ୍ଥାନ ପାଇ ବହୁତ ଖୁସିଥିଲି। କଟକ ରେଭେନ୍ସା କଲେଜରେ ଆଇଏସ୍‌ସି ପଢିବା ଲାଗି ନାମ ଲେଖାଇଲି ଏବଂ ଛାତ୍ରାବାସରେ ରହିଲି। ପୂର୍ବରୁ କେବେ କଟକ ଯାଇ ନ ଥିଲି। ଗ୍ରାମ୍ୟ ପରିବେଶରେ ବଢି ଆସିଥିବାରୁ ହଠାତ୍‌ ସହରରେ ଚଳିବା ପ୍ରଥମେ ଟିକିଏ ଅଡୁଆ ଲାଗିଲା। ମୋ ଭଳି ଅନେକଙ୍କ ପାଇଁ ସମାନ ପରିସ୍ଥିତି ଥିବାରୁ ଶୀଘ୍ର ବନ୍ଧୁତା ହୋଇଗଲା ଏବଂ ଆମକୁ ମଧ୍ୟ ନୂଆ ପରିବେଶ ସହ ସହଜରେ ଖାପଖୁଆଇ ଚଳିବାକୁ ସହଜ ହେଲା। ଏମିତି କିଛିଦିନ ପରେ ଆସିଲା ବାଲିଯାତ୍ରାର ସମୟ। ହଷ୍ଟେଲ୍‌ରେ ସଂଧ୍ୟା ବେଳୁ ରାତ୍ରି ଭୋଜନ ଦିଆଗଲା, ଯେପରି କର୍ମଚାରୀ ଏବଂ ଛାତ୍ରମାନେ ଭୋଜନ ସାରି ବାଲିଯାତ୍ରା ବୁଲି ଯାଇପାରିବେ। ମନରେ ଖୁସି କହିଲେ ନ ସରେ। ପିଲାବେଳୁ ଶୁଣି ଆସୁଥିବା ବାଲିଯାତ୍ରା ଆଜି ସତରେ ଦେଖିବାକୁ ମିଳିବ। ଆମେ ଚାରିଜଣ ସାଙ୍ଗ ବେଶ୍‌ ଉତ୍କଣ୍ଠାର ସହ ବାହାରି ପଡିଲୁ ବାଲିଯାତ୍ରା ବୁଲି। ଚାଲି ଚାଲିି ଯାଇ ପହଞ୍ଚତ୍ଲୁ ଯାତ୍ରା ପଡିଆରେ। ସେଠାରେ ବୁଲି ବୁଲି ବିଭିନ୍ନ ପ୍ରକାର ଦୋକାନ ଏବଂ ନୂଆ ନୂଆ ଜିନିଷ ଦେଖିବା, ଚାଟ୍‌ ଖାଇବା, ଦୋଳିରେ ବସିବାର ଭରପୂର ଆନନ୍ଦ ନେବା ଭିତରେ ସମୟ ଯେ ରାତି ବାର ଟପିଲାଣି ଧାରଣା ନ ଥାଏ। ଯେମିତି ଫେରିବା କଥା ମନେପଡି ଘଣ୍ଟାରେ ନଜର ପଡିଲା ଚାରିଜଣ ଯାକ ଏକାମୁହାଁ ହୋଇ ହଷ୍ଟେଲ ଅଭିମୁଖେ ଚାଲିଲୁ। ହେଲେ ସେ ତ କଟକ ସହର। ସେଠି ଗଳିକନ୍ଦି ସହ ପରିଚିତ ଲୋକେ ବି ବେଳେ ବେଳେ ବାଟ ବଣା ହୋଇଯାଆନ୍ତି ଆଉ ଆମେ ତ ସମ୍ପୂର୍ଣ୍ଣ ନୂଆ। ଯେଉଁ ଗଳିରେ ପଶୁଛୁ ତା’ ପଛକୁ ଆଉ ଗୋଟିଏ ଗଳି। ଏଣେ ରାତି ଅଧରେ ରାସ୍ତା ପଚାରି ବୁଝିବାକୁ କେହି ଜଣେ ହେଲେ ଲୋକ ଘର ବାହାରେ ଦେଖାଯାଉ ନ ଥାନ୍ତି। କଟକର ବାଉନ ବଜାର ତେପନ ଗଳିରେ ହଜିଯାଇ ଆମେ ଖୁବ୍‌ ଡରିଯାଇଥାଉ। ସମୟ ଯେତେ ଯେତେ ଗଡି ଚାଲିଥାଏ ହଷ୍ଟେଲ୍‌ ରାସ୍ତା ଖୋଜି ଖୋଜି ଆମେ ସେତେ ବ୍ୟସ୍ତ ହୋଇପଡୁଥାଉ। ଏତିକି ବେଳେ ହଠାତ୍‌ ଆଖି ପଡିଲା ସାମ୍‌ନାରୁ ଆସୁଥିବା ଏକ ରିକ୍ସା ଉପରେ। ବିଳମ୍ବ ନ କରି ଧାଇଁଲୁ ରିକ୍ସାବାଲା ପାଖକୁ। ସେ ଆମକୁ ବାଟ ଦେଖାଇବା ପରେ ଯାଇ ପହଞ୍ଚତ୍ଲୁ ମଙ୍ଗଳାବାଗ ଛକରେ। ଓଃ! ମୁଣ୍ଡରୁ ଚିନ୍ତା ଖସିଲା। କାରଣ ସେଠାରୁ କଲେଜ ରାସ୍ତା ସିଧା। ଯାହା ହେଉ ଶେଷରେ ସକାଳ ହେବା ପୂର୍ବରୁ ହଷ୍ଟେଲରେ ପହଞ୍ଚତ୍ଗଲୁ। ସେଦିନର ସେ ଅନୁଭୂତି ମୋ ପାଇଁ ସବୁବେଳେ ଅଭୁଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri