ଶିଶୁ ପ୍ରତିଭା: ଚିତ୍ରାଙ୍କନ ଯାହାର ନିଶା


ସୁଭାଷିତା ରାଜଲକ୍ଷ୍ମୀ ଓରଫ୍‌ ଲିପି। ଖୋର୍ଦ୍ଧା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ୫ମ ଶ୍ରେଣୀର ଛାତ୍ରୀ। ସୁବାସ ଚନ୍ଦ୍ର ହଦ ଓ ସବିତା ମଞ୍ଜରୀ ହଦଙ୍କ ଏହି କନ୍ୟା କେବଳ ପାଠ ନୁହେଁ କ୍ଲାସିକାଲ୍‌ ଡ୍ୟାନ୍ସ, ଗୀତ ଓ ଚିତ୍ର ଆଙ୍କିବା ଆଦିରେ ବେଶ୍‌ ମାହିର। ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ହାସଲ କରିଛନ୍ତି ଅନେକ ପୁରସ୍କାର। ନିଜର ନିଷ୍ଠା ଏବଂ ପ୍ରଗାଢ଼ ଉଦ୍ୟମ ତଥା ବାପାମା’ଙ୍କ ପ୍ରେରଣା ଯୋଗୁ ସେ ଆଜି ସଫଳତା ହାସଲ କରିଛନ୍ତି ବୋଲି କୁହନ୍ତି ସୁଭାଷିତା। ପିଲାଦିନରୁ ଚିତ୍ର ଆଙ୍କିବା ପାଇଁ ସେ ଆଗ୍ରହ ପ୍ରକାଶ କରିଥିଲେ। କୌଣସି ଚିତ୍ର ଆଙ୍କିବା ସମୟରେ ସେ ସେଥିରେ ସମ୍ପୂର୍ଣ୍ଣ ଭାବରେ ନିମଗ୍ନ ହୋଇଯାଆନ୍ତି। ଗୁରୁ ସତ୍ୟଜିତ ଭଞ୍ଜଙ୍କ ପାଖରୁ ସେ ପ୍ରଥମେ ଚିତ୍ରାଙ୍କନ ଶିକ୍ଷା ଆରମ୍ଭ କରିଥିଲେ। ଝିଅର ଏଭଳି ଆଗ୍ରହ ଦେଖି ତାଙ୍କ ମା-ବାପା ବିଭିନ୍ନ ପ୍ରକାର ଆର୍ଟ ବୁକ୍‌ ସଂଗ୍ରହ କରି ସେଥିରେ ଚିତ୍ର ଆଙ୍କିବାକୁ ଉତ୍ସାହିତ କରନ୍ତି। ଏତେ କମ୍‌ ବୟସରେ ତାଙ୍କ ହାତରେ ଚିତ୍ରଗୁଡିକ ଜୀବନ୍ତ ପରି ଲାଗେ। ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯେପରି କି ମୋନୋ ଆକ୍ଟିଂ (ଏକକ ଅଭିନୟ), ଡ୍ରଇଂ, ସ୍ଲୋଗାନ୍‌ ରାଇଟିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ପୁରସ୍କୃତ ମଧ୍ୟ ହୋଇଛନ୍ତି। ଏହା ବ୍ୟତୀତ ବିିଭନ୍ନ ସ୍ଥାନରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ନୃତ୍ୟ ନିପୁଣତା ପ୍ରଦର୍ଶନ କରିଛନ୍ତି। ଦ୍ୱିତୀୟ ଶ୍ରେଣୀରେ ପାଠ ପଢିବାବେଳେ ସେ ନୃତ୍ୟ ଓ ତୃତୀୟ ଶ୍ରେଣୀ ପଢିବା ବେଳେ ସେ ଗୀତ (ଭଜନ, ରାଗ) ଶିଖିବା ଆରମ୍ଭ କଲେ। ଖୋର୍ଦ୍ଧାର ଇଷ୍ଟ୍‌ କୋଷ୍ଟ ରେଲ୍‌ଓ୍ବେ ଓମେନ୍ସ ଓ୍ବେଲଫେୟାର ଅର୍ଗାନାଇଜେଶନ୍‌ ପକ୍ଷରୁ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଶୀ ନୃତ୍ୟ, କ୍ଲାସିକାଲ୍‌ ଡ୍ୟାନ୍ସ ଏବଂ କ୍ଲାସିକାଲ୍‌ ଭଜନ ପରିବେଷଣ କରି ସେ ପୁରସ୍କୃତ ହୋଇଥିଲେ। ୨୦୧୭ରେ ଜଟଣୀ ପୁସ୍ତକ ମେଳା ପକ୍ଷରୁ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ପାଇଥିଲେ। ଭବିଷ୍ୟତରେ ଡାକ୍ତର ହୋଇ ଜନସେବା କରିବାର ଲକ୍ଷ୍ୟ ରଖିଛନ୍ତି ଏହି କୁନି ପ୍ରତିଭା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri