ନୀଳ ରଙ୍ଗର ଶୟନକକ୍ଷ ଦିଏ ସୁଖନିଦ୍ରା


ଇଂଲଣ୍ଡ ନିଦ୍ରା ସହିତ ଶୟନକକ୍ଷର ରଙ୍ଗର ସମ୍ପର୍କ ରହିଛି ବୋଲି ଗବେଷକ କହିଛନ୍ତି। ଶୟନକକ୍ଷର ରଙ୍ଗ ଅନୁସାରେ ଶୋଇବା ସମୟ ଉପରେ ତାରତମ୍ୟ ଦେଖିବାକୁ ମିଳିଥାଏ। ବ୍ରିଟେନ୍‌ର ଅନେକ ନାଗରିକ ରାତିରେ ସୁଖନିଦ୍ରା ପାଇଁ ସେମାନଙ୍କ ବେଡ୍‌ ରୁମରେ ବିଭିନ୍ନ ରଙ୍ଗ ଦେଇଥାନ୍ତି। ରଙ୍ଗ ତରଙ୍ଗ ମସ୍ତିଷ୍କ ସହିତ ଶରୀର ଉପରେ ପ୍ରଭାବ ପକାଇଥାଏ। ଗବେଷଣାରୁ ଜଣାପଡିଛି ବେଡ୍‌ରୁମ୍‌ରେ ନୀଳ ରଙ୍ଗ ଦେଲେ ସେଠାରେ ସୁଖନିଦ୍ରାର ହାରାହାରି ସମୟ ସୀମା ୭ ଘଣ୍ଟା ୫୨ ମିନିଟ୍‌ ରହିଥାଏ। ନୀଳ ରଙ୍ଗ ଶାନ୍ତ ପରିବେଶ ସୃଷ୍ଟି କରିଥାଏ। ଏହା ରକ୍ତଚାପ ହ୍ରାସ କରିବା ସହିତ ହୃଦ୍‌ସ୍ପନ୍ଦନରେ ସମନ୍ବୟ ସୃଷ୍ଟି କରିଥାଏ। ସେହିପରି ହଳଦିଆ ରଙ୍ଗ ବେଡ୍‌ରୁମ୍‌ରେ ନିଦ୍ରା ସମୟ ସୀମା ପ୍ରାୟ ୭ଘଣ୍ଟା ୪୦ ମିନିଟ୍‌ ରହିଥାଏ। ସବୁଜ ରଙ୍ଗ କାନ୍ଥ ଥିବା ବେଡ୍‌ରୁମ୍‌ରେ ଏହା ହାରାହାରି ୭ଘଣ୍ଟା ୩୬ ମିନିଟ୍‌ ରହିଥାଏ। ସିଲଭର ଓ କମଳା ରଙ୍ଗ କାନ୍ଥ ଥିବା ଶୋଇବାଘରେ ନିଦ୍ରା ସମୟ ସୀମା ଯଥାକ୍ରମେ ୭ ଘଣ୍ଟା ୩୩ ମିନିଟ୍‌ ଓ ୭ ଘଣ୍ଟା ୨୮ ମିନିଟ୍‌ ରହିଥାଏ ବୋଲି ଗବେଷକ ସୂଚିତ କରିଛନ୍ତି। ଶୋଇବା ଘର କାନ୍ଥର ରଙ୍ଗ ବାଇଗଣୀ ହେଲେ ଏହା ଶରୀର ଓ ମସ୍ତିଷ୍କ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ସେଠାରେ ଶୋଇବା ସମୟ ସୀମା ୫ ଘଣ୍ଟା ୫୬ ମିନିଟ୍‌ ରହିଥାଏ। ନୀଳ ରଙ୍ଗ କାନ୍ଥ ଥିବା ବେଡ୍‌ରୁମ୍‌ରେ ଶୋଉଥିବା ପ୍ରାୟ ୫୮ ପ୍ରତିଶତ ବ୍ୟକ୍ତିଙ୍କ ଜୀବନଶୈଳୀ ସୁଚାରୁ ରୂପେ ସମ୍ପନ୍ନ ହୋଇଥାଏ। ସେମାନଙ୍କର ନିତି ଦିନିଆ କାମରେ କୌଣସି ବାଧା ଆସୁ ନ ଥିବା ବେଳେ ସେମାନେ ବୁଝିବିଚାରି ପଦକ୍ଷେପ ଗ୍ରହଣ କରୁଥିବା ଗବେଷକ କହିଛନ୍ତି। ଏଭଳି ବ୍ୟକ୍ତିଙ୍କଠାରେ ପ୍ରାୟତଃ କୌଣସି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ନ ଥାଏ ବୋଲି ଗବେଷକ ସୂଚିତ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri