ଗର୍ଭସ୍ଥ ଶିଶୁର ଅଙ୍ଗ ବିକୃତ କରେ ଜ୍ୱର


ଓ୍ବାଶିଂଟନ୍‌ ଗର୍ଭଧାରଣର ପ୍ରଥମ ୩ରୁ ୮ସପ୍ତାହ ମଧ୍ୟରେ ଜ୍ୱର ହେଲେ ଗର୍ଭସ୍ଥ ଶିଶୁର ହୃତ୍‌ପିଣ୍ଡ ଓ ମୁହଁର ବିକୃତି ଘଟିଥାଏ। ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ, ଗର୍ଭଧାରଣର ପ୍ରଥମ ୩ମାସ ମଧ୍ୟରେ ମା’କୁ ଜ୍ୱର ହେଲେ ହୃତ୍‌ପିଣ୍ଡରେ କିଛି ସମସ୍ୟା ଦେଖାଦେବା ସହିତ ଓଠ ଫାଟିବା ଭଳି ମୁହଁରେ ବିକୃତି ସୃଷ୍ଟି ହୋଇଥାଏ। ଏଥିପାଇଁ କୌଣସି ଭୂତାଣୁ ଦାୟୀ କି ଅନ୍ୟ ସଂକ୍ରମଣ ଯୋଗୁ ଏପରି ଘଟିଥାଏ କିମ୍ବା କେବଳ ଜ୍ୱର ଏହି ସମସ୍ୟା ପାଇଁ ଦାୟୀ ତାହାକୁ ନେଇ ଦୀର୍ଘଦିନ ହେଲା ବିତର୍କ ଜାରି ରହିଛି। ଅଧୁନା ବୈଜ୍ଞାନିକମାନେ ଏହା ଉପରେ ଗବେଷଣା କରି ଏକ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ଏଥିପାଇଁ ଜ୍ୱରକୁ କାରଣ ଭାବେ ଚିହ୍ନଟ କରାଯାଇଥିବା ସେମାନେ ପ୍ରକାଶ କରିଛନ୍ତି। ଗର୍ଭଧାରଣର ପ୍ରଥମ ୩ରୁ ୮ସପ୍ତାହ ମଧ୍ୟରେ ଜ୍ୱର ହେଲେ ହୃତ୍‌ପିଣ୍ଡ ଏବଂ ମାଢ଼ି ବିକାଶ ବାଧାପ୍ରାପ୍ତ ହୁଏ। ଏ ସଂକ୍ରାନ୍ତୀୟ ଏକ ନିଷ୍କର୍ଷ ସାଇନ୍ସ ସିଗ୍‌ନାଲିଙ୍ଗ୍‌ ଜର୍ନାଲ୍‌ରେ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ମା’ ଏସିଟାମିନୋଫେନ୍‌ ଔଷଧର ବିବେକାନୁମୋଦିତ ବ୍ୟବହାର କରିବା ଦ୍ୱାରା ଗର୍ଭସ୍ଥ ଶିଶୁର ଅଙ୍ଗ ବିକୃତିକୁ କେତେକାଂଶରେ ଦୂର କରାଯାଇପାରିବ। ଏ ସମ୍ପର୍କରେ ଆମେରିକାସ୍ଥିତ ଡ୍ୟୁକ୍‌ ୟୁନିଭର୍ସିଟିର ସହଯୋଗୀ ପ୍ରଫେସର ଏରିକ୍‌ ବେନର କହନ୍ତି, ଗର୍ଭଧାରଣ ବେଳେ କୌଣସି ଔଷଧ ସେବନ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି। କିନ୍ତୁ ଏହି ସମୟରେ ଏସିଟାମିନୋଫେନ୍‌ ସେବନ କଲେ ଜ୍ୱର ଦୂର ହୋଇପାରିବ। ତେବେ ଏ ସମ୍ପର୍କରେ ମହିଳାମାନେ କୌଣସି ବିପଦର ଆଶଙ୍କା ଓ ଉପକାରିତା ବିଷୟରେ ଡାକ୍ତରଙ୍କ ପରାମର୍ଶ ଲୋଡିବାକୁ ଗବେଷକମାନେ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri