ନିରାପଦ ଦୀପାବଳି


ଆଲୋକର ପର୍ବ ଦୀପାବଳି। ଏହି ସମୟରେ ବାଣ ଫୁଟାଇବାକୁ ଏକରକମ ପ୍ରତିଯୋଗିତା ଚାଲିଥାଏ। ଦୀପାବଳିରେ ସତର୍କ ରହିବା ଜରୁରୀ। କାରଣ ପିଲାମାନେ ବାଣ ଫୁଟାଇବାକୁ ନେଇ ଅଧିକ ଉତ୍ସାହିତ ଥାଆନ୍ତି। ତେବେ ଗୃହିଣୀମାନେ ଏହି ସମୟରେ ଧ୍ୟାନ ଦେବା ଦରକାର ଯେ ପିଲାମାନେ ଦୀପାବଳିରେ କେବଳ ବାଣ ଉପରେ ଗୁରୁତ୍ୱ ନଦେଇ କିପରି ସୁରକ୍ଷିତ ଭାବରେ ଦୀପାବଳି ପର୍ବ ପାଳନ କରିବେ .... ଘରକୁ ଦିଅନ୍ତୁ ନୂଆ ରୂପ : ଦୀପାବଳି ପାଳିବା ପୂର୍ବରୁ ଘରର ବାହ୍ୟ ଅବା ଭିତର ଭାଗକୁ ଭଲ ଭାବରେ ସଜାଇ ପାରନ୍ତି। ଯଦି ସମ୍ଭବ ହୁଏ ତେବେ ଘରର କଲର ବଦଳାଇ ନୂଆ କଲର ଲଗାଇ ପାରନ୍ତି। ଯଦି ଆବବାବପତ୍ର ବଦଳାଉଛନ୍ତି ତେବେ ଘରକୁ ସୁନ୍ଦର ଦେଖାଯିବା ଭଳି ଆବସାବପତ୍ର ଆଣନ୍ତୁ। ଆଜିକାଲି ଦୀପାବଳି ଅବସରରେ ଘରକୁ ଆଲୋକମାଳରେ ସଜାଯାଉଛି। ତେଣୁ ଏଭଳି ଲାଇଟ୍‌ ଡେକୋରେଶନ କରନ୍ତୁ ଯାହା ଘରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେବ। କାରଣ ଦୀପାବଳି ଅବସରରେ ଯଦି ଆପଣ ଘରେ ଏକ ଗେଟଟୁଗେଦରର କରିବାର ଯୋଜନା ରଖିଛନ୍ତି ତେବେ ଏହି ମାହୋଲକୁ ଘରର ନୂଆ ରୂପ ଖୁସିରେ ଭରିଦେବ। ଘର ସାମନାରେ ଯଦି ଗାର୍ଡେନ ଅଛି ତେବେ ତାହା କିପରି ସୁନ୍ଦର ଦେଖାଯିବ ସେଥିପ୍ରତି ନଜର ଦିଅନ୍ତୁ। ଖାଦ୍ୟପେୟ : ଯେ କୌଣସି ପର୍ବ ହେଉ ଏଥିରେ ଖାଦ୍ୟପେୟ ସ୍ବତନ୍ତ୍ର ମହତ୍ତ୍ୱ ରଖିଥାଏ। ବିଶେଷଭାବରେ ଦୀପାବଳିରେ ନିଜର ମନ ପସନ୍ଦର ଖାଦ୍ୟ ପ୍ରସ୍ତୁତ କରନ୍ତୁ। ବିଶେଷଭାବରେ ଏହି ସମୟରେ ପିଠାପଣାର ଆସର ଜମିଥାଏ। ତେଣୁ ନୂଆ ଭେରାଇଟିର ପିଠା ପ୍ରସ୍ତୁତ କରନ୍ତୁ। ତା’ସହ ନୂଆ ନୂଆ ସ୍ବାଦଯୁକ୍ତ ଖାଦ୍ୟ ପ୍ରସ୍ତୁତ କରିବାର ଯୋଜନା ଥିଲେ ନିର୍ଦ୍ଦିଷ୍ଟ ଦିନ ପୂର୍ବରୁ ସେଥିପାଇଁ ଶପିଂ କରିନିଅନ୍ତୁ। ବାହାର ଖାଦ୍ୟଠାରୁ ଦୂରେଇ ରହନ୍ତୁ: ଦୀପାବଳି ଅବସରରେ ବାହାରେ ବିଭିନ୍ନ ପ୍ରକାରର ମନୋଲୋଭା ଖାଦ୍ୟ ମିଳିଥାଏ। ସେଗୁଡିକ ମଧ୍ୟରୁ କେତେକ ଖାଦ୍ୟ ସ୍ବାସ୍ଥ୍ୟପଯୋଗୀ ନୁହେଁ। ତେଣୁ ସେଭଳି ଖାଦ୍ୟ ନିଜେ ଖାଆନ୍ତୁ ନାହିଁ କମ୍ବା ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ। ଘରେ ମନଲୋଭା ଖାଦ୍ୟ ପ୍ରସ୍ତୁତ କରି ଖାଆନ୍ତୁ ଏବଂ ପିଲାମାନଙ୍କୁ ଖୁଆନ୍ତୁ। ପିଲାଙ୍କ ପାଇଁ ପାର୍ଟି ଆୟୋଜନ କରନ୍ତୁ : ସାଧାରଣତଃ ଛୁଟିଦିନରେ ପିଲାଙ୍କର ଦୃଷ୍ଟାମି ଟିକେ ବଢ଼ିଯାଇଥାଏ। ଏମିତିରେ ପର୍ବପର୍ବାଣୀଦିନରେ ସେମାନଙ୍କୁ ନିୟନ୍ତ୍ରଣରେ ରଖିବା ବହୁତ ଜରୁରୀ। କାର୍ଯ୍ୟବ୍ୟସ୍ତତା ମଧ୍ୟରେ ସବୁ ସମୟରେ ତାଙ୍କ ଉପରେ ନଜର ରଖିବା ସମ୍ଭବ ପର ହୁଏ ନାହିଁ। ବାସ୍‌, ଦୀପାବଳି ଅବସରରେ ସେମାନଙ୍କ ପାଇଁ ଘରେ ଏକ ପାର୍ଟି ଆୟୋଜନ କରିପାରନ୍ତି। ଏଥିରେ ସେମାନଙ୍କୁ ବିଭିନ୍ନ ପ୍ରକାର ଚିତ୍ର ଆଙ୍କିବାକୁ କୁହନ୍ତୁ। ଏହାଦ୍ୱାରା ସେମାନଙ୍କ ଭିତରେ ଥିବା ସୃଜନଶୀଳତା ଆହୁରି ବିସ୍ତାରିତ ହୋଇଥାଏ। ପିଲାମାନଙ୍କର ସାଙ୍ଗଙ୍କୁ କିଛି ଉପହାର ମଧ୍ୟ ଦେଇପାରନ୍ତି। ବାଣ କିଣୁଥିଲେ : ଦୀପାବଳିକୁ ଆହୁରି ରଙ୍ଗୀନ କରିବାକୁ ଆଜିକାଲି ବଜାରେ ବିଭିନ୍ନ ପ୍ରକାର ବାଣ ମିଳୁଛି। କିନ୍ତୁ ସେଗୁଡିକ ମଧ୍ୟରୁ ଅଧିକାଂଶ ଆମ ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଥାଏ। ବାଣ ଫୁଟାଇବା ସମୟରେ ଅସାବଧାନତାରୁ ଦୁର୍ଘଟଣା ଘଟିବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ପିଲାଙ୍କ ପାଇଁ ହେଉ ଅବା ନିଜ ପାଇଁ ବାଣ କିଣିବା ସମୟରେ ଏଭଳି ବାଣ କିଣନ୍ତୁ ଯାହାଦ୍ୱାରା ଦୁର୍ଘଟଣା ହେବାର ଆଶଙ୍କା ଆଦୌ ନ ଥିବ। ସ୍ଥାନ ନିରୂପଣ କରନ୍ତୁ : ଦୀପାବଳିରେ କେଉଁ ସ୍ଥାନରେ ବେଶ୍‌ ନିରାପଦରେ ବାଣ ଫୁଟାଇ ପାରିବେ ତାହା ନିରୂପଣ କରନ୍ତୁ। ଯଦି ପାଖରେ ଜନବସତି ଅଛି ତେବେ ବେଶ୍‌ ସତର୍କତାର ସହ ବାଣ ଫୁଟାନ୍ତୁ। କୌଣସି ବାଣ ଫୁଟାଇବା ପୂର୍ବରୁ ତାହାକୁ କିପରି ଫୁଟାଇବେ ସେ ବିଷୟରେ ଅବଗତ ହୁଅନ୍ତୁ। ବିଶେଷଭାବରେ ପିଲାମାନେ ବିସ୍ଫୋରକ ବାଣ ଫୁଟାଇବାକୁ ଆଗ୍ରହ ପ୍ରକାଶ କରିଥାଆନ୍ତି। ସେମାନଙ୍କୁ ଏଥିରୁ ବିରତ ରଖିବାକୁ ଚେଷ୍ଟା କରନ୍ତୁ। କାରଣ ହୁଏତ ଅସାବଧାନତାରୁ ଦୁର୍ଘଟଣା ଘଟିପାରେ। ବାଣ ଫୁଟାଇବା ସମୟରେ ପାଖରେ ପାଣି ବାଲ୍‌ଟିି ରଖନ୍ତୁ। ଏହି ସମୟରେ ପିନ୍ଧିଥିବା ଡ୍ରେସ୍‌ରେ ନିଅଁା ଲାଗିବାର ଆଶଙ୍କା ଥାଏ। ତେଣୁ ଏଥିପାଇଁ ସତର୍କ ରହନ୍ତୁ। ଆଦୌ ତରତର ହୋଇ ବାଣ ଫୁଟାନ୍ତୁ ନାହିଁ। ପିଲାମାନେ ଯଦି ବାଣ ଫୁଟାଉଛନ୍ତି ତେବେ ସେମାନଙ୍କ ପାଖେ ପାଖେ ରୁହନ୍ତୁ। ସେମାନଙ୍କୁ କଦାପି ଏକୁଟିଆ ବାଣ ଫୁଟାଇବାକୁ ଛାଡନ୍ତୁ ନାହିଁ। ଆଉ ଏକ କଥା-ବାଣ ଫୁଟାଇବା ପୂର୍ବରୁ ଘରେ ଫାଷ୍ଟ ଏଡ୍‌ ବକ୍ସ ପ୍ରସ୍ତୁତ କରିରଖନ୍ତୁ। ମନକୁ ନିୟନ୍ତ୍ରଣରେ ରଖନ୍ତୁ : ବିଶେଷଭାବରେ ଦୀପାବଳିକୁ ଧୁମଧାମରେ ପାଳିବାକୁ କିଏ ବା ନ ଚାହେଁ ? ସେହି ସମୟରେ କେତୋଟି କଥାକୁ ଅନେକେ ଭୁଲି ଯାଇଥାଆନ୍ତି। ତାଙ୍କ ଘର ଲୋକ ବହୁତ ବାଣ ଫୁଟାଇବେ, ଆମେ ତାଙ୍କ ତୁଳନାରେ ବେଶି ବାଣ ଫୁଟାଇ ତାହାର ମଜା ନେବା। ଏଭଳି ଧାରଣା ମନରେ ଆଣନ୍ତୁ ନାହିଁ। କାରଣ ଏପରି ପ୍ରତିଯୋଗିତାମୂଳକ ମନୋଭାବ ଦ୍ୱାରା ନିଜର ମନ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥାଏ। ଫଳରେ ବାଣ ଫୁଟାଇବା ସମୟରେ ଦୁର୍ଘଟଣା ଘଟିଥାଏ। ତେଣୁ ଏହି ସମୟରେ ନିଜ ଆଶାକୁ ନିୟନ୍ତ୍ରଣରେ ରଖନ୍ତୁ। ଅଧିକ ବାଣ ଫୁଟାଇବା ପାଇଁ ନିଜ ପିଲା କିମ୍ବା ଅନ୍ୟ କାହାକୁ ପ୍ରଲୋଭିତ କରନ୍ତୁ ନାହିଁ। ଦୀପ-କ୍ୟାଣ୍ଡେଲରେ ଘରକୁ ସଜାନ୍ତୁ : ବାଣର ଶବ୍ଦ କିମ୍ବା ଆଲୋକ ସିନା ମନକୁ ଆନନ୍ଦ ଦେଇଥାଏ, ହେଲେ ଥରେ ସଜା ଯାଇଥିବା ଦୀପଗୁଡିକୁ ଲକ୍ଷ୍ୟ କରନ୍ତୁ ନା! ଘର ବାହାରେ, ଛାତ ଉପରେ, ବାଲକୋନିରେ ଦୀପ ସଜାଇ ଦିଅନ୍ତୁ। ଦେଖିବେ ଦୀପର ଆଲୋକରେ ଆପଣଙ୍କ ଘର କେତେ ସୁନ୍ଦର ଦେଖାଯାଉଛି। ଦୀପ ବ୍ୟତୀତ କ୍ୟାଣ୍ଡେଲକୁ ଧାଡି ଧାଡି କରି ସଜାଇ ଲଗାନ୍ତୁ। ଆଜିକାଲ ବିଭିନ୍ନ କଲରଯୁକ୍ତ କ୍ୟାଣ୍ଡେଲ ବଜାରରେ ମିଳୁଛି। ହେଲେ ତାହାକୁ କିପରି ସଜାଇବେ ପୂର୍ବରୁ ଯୋଜନା ପ୍ରସ୍ତୁତ କରନ୍ତୁ। ଘରକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଏବେ ବିଭିନ୍ନ କଲର୍‌ର ଏଲଇଡି ଲାଇଟ୍‌ ମାଳ ମିଳୁଛି। ଏହାକୁ ଛାତ ଉପରୁ ତଳକୁ ଲମ୍ବାଇ ଦେଇ ସେଥିରେ ବିଦ୍ୟୁତ୍‌ ସଂଯୋଗ କରନ୍ତୁ। ଧୂଅଁାଠାରୁ ଦୂରେଇ ରୁହନ୍ତୁ : ସନ୍ଧ୍ୟା ଆସିବା ମାତ୍ରେ ବାଣଫୁଟା ଆସର ଆରମ୍ଭ ହୋଇଯାଏ। ସମୟ ଗଡିଚାଲିବା ସହ ଏହାର ମାହୋଲ ବେଶ୍‌ ସୁନ୍ଦର ଦେଖାଯାଏ। ହେଲେ ବାଣ ଫୁଟିବା ଦ୍ୱାରା ପରିବେଶ ହୋଇଉଠେ ଧୂଅଁାମୟ। ଏପରି କି ଏଭଳି ପରିବେଶରେ ଅଧିକ ସମୟ ରହିଲେ ଅଣନିଃଶ୍ୱାସୀ ଲାଗେ। ତେଣୁ ଯଦି ପରିବେଶ ଅଧିକ ପ୍ରଦୂଷିତ ହୋଇଯାଇଛି ତେବେ ସେଠାରୁ ନିଜକୁ ଏବଂ ନିଜ ପିଲାମାନଙ୍କୁ ଦୂରେଇ ରଖନ୍ତୁ। ଘରର ଝରକା, କବାଟ ବନ୍ଦ କରିଦିଅନ୍ତୁ। କାରଣ ଏଭଳି ଧୂଆଁା ସଂସ୍ପର୍ଶରେ ଆସିଲେ ବିିଭିନ୍ନ ରୋଗ ସୃଷ୍ଟିହେବାର ଆଶଙ୍କା ରହିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri