୫ ଭାରତୀୟ ଛାତ୍ର ନାସା ରୋଭର ଚ୍ୟାଲେଞ୍ଜ୍‌ ପାଇଁ ମନୋନୀତ


ହାଇଦ୍ରାବାଦ୍‌: ତେଲେଙ୍ଗାନାର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ୫ଜଣ ଛାତ୍ରଙ୍କୁ ସମ୍ମାନଜନକ ନାସା ହ୍ୟୁମ୍ୟାନ୍‌ ଏକ୍ସ୍‌ପ୍ଲୋରେଶନ୍‌ ରୋଭର ଚ୍ୟାଲେଞ୍ଜ୍‌ ପାଇଁ ବଛାଯାଇଛି। ଓ୍ବାରାଙ୍ଗଲ୍‌ସ୍ଥିତ ଏସ୍‌ଆର୍‌ ଇଞ୍ଜିନିୟରିଂ କଲେଜର ୫ଜଣ ଛାତ୍ରଙ୍କୁ ନେଇ ଗଠିତ ଟିମ୍‌ ନାସା ହ୍ୟୁମ୍ୟାନ୍‌ ଏକ୍ସପ୍ଲୋରେଶନ୍‌ ରୋଭର ଚ୍ୟାଲେଞ୍ଜର ୫ମ ବାର୍ଷିକ ଉତ୍ସବରେ ଅଂଶଗ୍ରହଣ କରିବେ। ଉକ୍ତ ଉତ୍ସବ ଆମେରିକାରେ ୨୦୧୮ ଏପ୍ରିଲ୍‌ରେ ଅନୁଷ୍ଠିତ ହେବାକୁ ଯାଉଛି। ଛାତ୍ରମାନେ ଚୟନ ମାନଦଣ୍ଡ ପୂରଣ କରିବା ପରେ ଫାଇନାଲ୍‌ ଚ୍ୟାଲେଞ୍ଜ୍‌ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏସ୍‌ଆର୍‌ ଇଞ୍ଜିନିୟରିଂ କଲେଜ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦ୍ରର ପୃଷ୍ଠଭୂମିରେ ଚାଲିବା ଭଳି ଏକ ଯାନର ଡିଜାଇନ୍‌ ପ୍ରସ୍ତୁତ କରିବା, ଏହା କିପରି ଗତିକରିବ ଏବଂ ଯାତ୍ରୀମାନେ କିପରି ନିରାପଦରେ ଅବସ୍ଥାନ କରିପାରିବେ ସେ ସଂକ୍ରାନ୍ତରେ ରିପୋର୍ଟ ପ୍ରସ୍ତୁତ କରିବାକୁ ଛାତ୍ରମାନଙ୍କୁ କୁହାଯାଇଥିଲା। ନାସାର ରୋଭର ଚ୍ୟାଲେଞ୍ଜ୍‌ ସମ୍ପୂର୍ଣ୍ଣ କରିବା ପରେ ଭାରତର କେବଳ ୪ଟି ଟିମ୍‌କୁ ଏଥିପାଇଁ ବଛାଯାଇଛି। ୨୩ଟି ଦେଶର ଛାତ୍ରମାନେ ଏହି ସମ୍ମାନଜନକ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। ଚନ୍ଦ୍ର ଭଳି ପୃଷ୍ଠଭୂମିରେ ଏକ ଗତିଶୀଳ ଯାନ ପ୍ରସ୍ତୁତ କରିବା ଛାତ୍ରଙ୍କ ପାଇଁ ଏକ ଚ୍ୟାଲେଞ୍ଜ୍‌ ହୋଇଥିବା କଲେଜ ପକ୍ଷରୁ ଏକ ପ୍ରେସ୍‌ ଇସ୍ତାହାରରେ କୁହାଯାଇଛି। ଫ୍ୟାକଲ୍ଟି ମନୋଜ ଚୌଧରୀଙ୍କ ନେତୃତ୍ୱରେ ପି. ପଲ୍‌ ବନୀଥ୍‌, ପ୍ରକାଶ ରାଇନେନି, ପି. ଶ୍ରବଣ ରାଓ, ଆର୍‌. ଦିଲୀପ୍‌ ରେଡ୍ଡୀ ଏବଂ ଭି. ସ୍ନେହଙ୍କୁ ନେଇ ଗଠିତ ଟିମ୍‌ ନାସା ଗସ୍ତରେ ଯିବେ। ବିଶ୍ୱର ବିଭିନ୍ନ ଦେଶରୁ ଯୋଗ ଦେଉଥିବା ସାଥୀଙ୍କ ସହିତ ଏହି ଛାତ୍ରମାନେ ଚନ୍ଦ୍ରର ପ୍ରତିକୂଳ ପୃଷ୍ଠଭୂମିକୁ ଅତିକ୍ରମ କରିବା ଭଳି ଏକ ରୋଭର ନିର୍ମାଣ କରିବେ। ଏ ସମ୍ପର୍କରେ ଜଣେ ଛାତ୍ର କହନ୍ତି, ଏହି ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ଆମେ ଉତ୍ସୁକତାର ସହିତ ଚାହିଁ ରହିଛୁ। ‘ମହାକାଶ ଅନୁସନ୍ଧାନ’ ବିଷୟରେ ଆମେ ଜ୍ଞାନ ହାସଲ କରିବୁ। ଆମେ ସମ୍ପୂର୍ଣ୍ଣ ଆଶାବାଦୀ ଯେ, ଆମଦ୍ୱାରା ନିର୍ମିତ ରୋଭର ଉକ୍ତ ଚ୍ୟାଲେଞ୍ଜକୁ ସାମ୍‌ନା କରିପାରିବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri