ଦୀର୍ଘଦିନର ଅଗ୍ନି ଉଦ୍‌ଗିରଣ ପୃଥିବୀକୁ କରିଥିଲା ଶୀତଳତମ


ଓ୍ବାଶିଂଟନ୍‌ ୧୬.୫ ନିୟୁତ ବର୍ଷ ତଳେ ପ୍ରଶାନ୍ତ ମହାସାଗରର ଉତ୍ତର-ପଶ୍ଚିମାଞ୍ଚଳରେ ଏକ ବୃହତ୍‌ ଆଗ୍ନେୟଗିରିରୁ ସହସ୍ରବର୍ଷ ଧରି ଅଗ୍ନି ଉଦ୍‌ଗିରଣ ଏବଂ ଲାଭା ନିର୍ଗତ ହେବା ଫଳରେ ସଲଫ୍ୟୁରିକ୍‌ ଗ୍ୟାସ୍‌ ସୃଷ୍ଟି ହୋଇଥିଲା। ଏହା ସୂର୍ଯ୍ୟାଲୋକ ଅବରୋଧ କରିବା ଯୋଗୁ ପୃଥିବୀକୁ ଶୀତଳ କରି ରଖିଥିଲା ବୋଲି ଏକ ଅଧ୍ୟୟନରୁ ଜାଣିବାକୁ ମିଳିଛି। ଦୁଇଟି ଆଗ୍ନେୟଗିରି-ସାଇବେରିଆନ୍‌ ଟ୍ରାପ୍‌ ଏବଂ ଡେକାନ୍‌ ଟ୍ରାପ୍‌ ଅପେକ୍ଷାକୃତ ବୃହତ୍‌ ଥିଲେ ଏବଂ ସେ ଦୁଇଟିରୁ ଅଗ୍ନି ଉଦ୍‌ଗିରଣ ଯୋଗୁ ପୃଥିବୀରେ ଦୁଇଟି ମହା ବିପର୍ଯ୍ୟୟ ଘଟିଥିଲା। ଏଥିପାଇଁ ଏକ ବିରାଟ ଭୂଖଣ୍ଡରେ ଧ୍ୱଂସାମତ୍କ ପରିସ୍ଥିତି ଦେଖା ଦେଇଥିଲା। କାରଣ ଅଗ୍ନି ଉଦଗିରଣ ଯୋଗୁ ଅମ୍ଳବର୍ଷା ସୃଷ୍ଟି ହୋଇଥିଲା ବୋଲି ଓ୍ବାଶିଂଟନ୍‌ ଷ୍ଟେଟ୍‌ ୟୁନିଭର୍ସିଟି ପ୍ରଫେସର ଜନ୍‌ ଓ୍ବଲ୍‌ଫ୍‌ ପ୍ରକାଶ କରିଛନ୍ତି। ସେ କହନ୍ତି, ତାପମାତ୍ରା ଉପରେ ଏହା ବିଶ୍ୱବ୍ୟାପୀ ପ୍ରଭାବ ପଡିଥିଲା। ୧୬.୫ ନିୟୁତ ବର୍ଷ ତଳେ ଦକ୍ଷିଣପୂର୍ବ ଓ୍ବାଶିଂଟନ୍‌ ଏବଂ ଉତ୍ତରପୂର୍ବ ଓରେଗନ୍‌ରେ କ୍ରମାଗତ ଅଗ୍ନି ଉଦ୍‌ଗିରଣ ଯୋଗୁ ଯେଉଁ ଲାଭା ନିର୍ଗତ ହୋଇଥିଲା ତାହା ପାଖାପାଖି କାନାଡା ପର୍ଯ୍ୟନ୍ତ ବୋହିଯାଇଥିଲା ଏବଂ ପ୍ରଶାନ୍ତ ମହାସାଗର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥିଲା ବୋଲି ଗବେଷକମାନେ କହିଛନ୍ତି। ଏ ସମ୍ପର୍କିତ ଏକ ଅଧ୍ୟୟନ ଜିଓଲୋଜି ଜର୍ନାଲ୍‌ରେ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ୧୦ହଜାର ବର୍ଷ ଧରି ପୃଥିବୀପୃଷ୍ଠରେ ୨୪୨ରୁ ୩୦୫ ବିଲିୟନ୍‌ ଟନ୍‌ ଓଜନର ସଲଫର ଡାଇଅକ୍‌ସାଇଡ୍‌ର ବନ୍ୟା ଦେଖା ଦେଇଥିଲା। ଏହା ପୃଥିବୀକୁ କମ୍ବଳ ଢାଙ୍କିବା ଭଳି ଘୋଡାଇ ରଖିଥିଲା। ଫଳରେ ଆଦୌ ଗ୍ରୀଷ୍ମଋତୁ ହେଉ ନ ଥିଲା ଏବଂ ଉତ୍ତର ଗୋଲାର୍ଦ୍ଧରେ ଖାଦ୍ୟ ସଂକଟ ଦେଖାଦେଇଥିଲା ବୋଲି ଗବେଷକମାନେ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri