ପୃଥିବୀରେ ଜୀବନ ଉତ୍ପତ୍ତିର ସୂଚନା ଦେବ ମଙ୍ଗଳ ଅଧ୍ୟୟନ


ଓ୍ବାଶିଂଟନ୍‌: ନାସା ବୈଜ୍ଞାନିକମାନେ ମଙ୍ଗଳର ସମୁଦ୍ରଶଯ୍ୟାରେ ହାଇଡ୍ରୋଥର୍ମାଲ୍‌ ଜମା ହୋଇଥିବାର ପ୍ରମାଣ ପାଇଛନ୍ତି। ଏହା ପୃଥିବୀରେ ଜୀବନ ଉପତ୍ତ୍ତିର ରହସ୍ୟ ଉଦ୍‌ଘାଟନ କରିବା ସୂଚନା ମିଳୁଛି। ମଙ୍ଗଳ ଗ୍ରହର ଦକ୍ଷିଣ ଭାଗସ୍ଥ ଏକ ଅବବାହିକାରେ ପ୍ରଚୁର ହଇଡ୍ରୋଥର୍ମାଲ୍‌ ଜମା ହୋଇଥିବା ନାସାର ମାର୍ସ ରିକନାଇସାନ୍ସ ଅର୍ବିଟର (ଏମ୍‌ଆରଓ) ପର୍ଯ୍ୟବେକ୍ଷଣକୁ ପରୀକ୍ଷା କରି ଗବେଷକମାନେ ଜାଣିପାରିଛନ୍ତି। ଦୀର୍ଘବର୍ଷ ତଳେ ମଙ୍ଗଳ ସମୁଦ୍ରରେ ଥିବା ଆଗ୍ନେୟଗିରିରୁ ଅଗ୍ନି ଉଦ୍‌ଗିରଣ ହେବା ଫଳରେ ଉତ୍ତପ୍ତ ଜଳ ଦ୍ୱାରା ଯେଉଁ ଦ୍ରବ୍ୟ ଜମା ହୋଇ ରହିଛି ସେଇ ତଥ୍ୟକୁ ଗବେଷକମାନେ ବିଶ୍ଳେଷଣ କରିଛନ୍ତି। ମଙ୍ଗଳରେ ଜୀବନ ଥିବାର ପ୍ରମାଣ ଆମକୁ କେବେ ନ ମିଳିଲେ ମଧ୍ୟ ଏହି ସ୍ଥଳ ଆମକୁ ପୃଥିବୀରେ ଜୀବନ ଆରମ୍ଭ ହେବା ବିଷୟରେ ସୂଚନା ଦେଇପାରିବ ବୋଲି ନାସାର ଜନସନ୍‌ ସ୍ପେସ୍‌ ସେଣ୍ଟରର ପଲ୍‌ ନାଇଲ୍ସ ପ୍ରକାଶ କରିଛନ୍ତି। ଏହି ଗବେଷଣା ନେଚର କମ୍ୟୁନିକେଶନ୍‌ ଜର୍ନାଲ୍‌ରେ ପ୍ରକାଶ ପାଇଛି। ଏହି ଅଧ୍ୟୟନର ସହ-ଲେଖକ ନାଇଲ୍ସ କହନ୍ତି, ଯେଉଁ ପରିସ୍ଥିତିରେ ମଙ୍ଗଳ ସମୁଦ୍ରରେ ଅଗ୍ନି ଉଦ୍‌ଗିରଣ ହେଉଥିଲା ସେହି ସମୟରେ ମଧ୍ୟ ପୃଥିବୀ ସମୁଦ୍ରରେ ଅଗ୍ନି ଉଦ୍‌ଗିରଣ ହୋଇଥାଇପାରେ। ଯେଉଁ ସମୟକୁ ଜୀବନ ଉତ୍ପତ୍ତିର ସମୟ ବୋଲି କୁହାଯାଇପାରେ। ବର୍ତ୍ତମାନ ମଙ୍ଗଳରେ ସମୁଦ୍ର ନାହିଁ କି ଆଗ୍ନେୟଗିରିରୁ ଅଗ୍ନି ଉଦ୍‌ଗିରଣ ହେଉନାହିଁ। ଗବେଷକମାନେ କହନ୍ତି ଯେ, ପାଖାପାଖି ୩୭୦କୋଟି ବର୍ଷ ତଳେ ସମୁଦ୍ରଶଯ୍ୟାରେ ହାଇଡ୍ରୋଥର୍ମାଲ୍‌ ଜମାହୋଇ ରହିଥିଲା। ସେହି ସମୟରେ ପୃଥିବୀର ସମୁଦ୍ର ତଳେ ସେଭଳି ପରିସ୍ଥିତି ସୃଷ୍ଟିହେବା କାରଣରୁ ସେତିକିବେଳେ ଜୀବନ ଉତ୍ପତ୍ତି ଆରମ୍ଭ ହୋଇଥିଲା ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି। ପୃଥିବୀରେ ଏବେ ବି ଏଭଳି ସ୍ଥାନ ରହିଛି ଯେଉଁଠାରେ ବିନା ସୂର୍ଯ୍ୟାଲୋକରେ ବଡ଼ ବଡ଼ ପଥରଖଣ୍ଡରୁ ଯେଉଁ ରାସାୟନିକ ଶକ୍ତି ସୃଷ୍ଟିହୁଏ ସେଥିରୁ ବହୁ ଅଣୁଜୀବ ସୃଷ୍ଟିହେଉଥିବା ଦେଖିବାକୁ ମିଳୁଛି। ବୃହସ୍ପତିର ଚନ୍ଦ୍ର ୟୁରୋପା, ଶନିର ଚନ୍ଦ୍ର ଏନ୍‌କ୍ଲିୟାଡସର ସମୁଦ୍ରତଳେ ଯେଉଁ ହାଇଡ୍ରୋଥର୍ମାଲ୍‌ ପରିସ୍ଥିତି ସୃଷ୍ଟି ହୋଇଛି ସେଠାରୁ ଅପାର୍ଥିବ ଜୀବନର ସନ୍ଧାନ ମିଳିବା ସମ୍ଭାବନା ଅଛି ବୋଲି ଗବେଷକମାନେ ମତଦେଇଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri