ମହାକାଶରେ ଅବସର ବିନୋଦନ


ନ୍ୟୁୟର୍କ ଆମାଜନ୍‌ ସିଇଓ ଜେଫ୍‌ ବେଜୋସ୍‌ଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ବ୍ୟବସାୟିକ ସ୍ପେସ୍‌ କମ୍ପାନୀ-ବ୍ଲୁ ଅରିଜିନ୍‌ ଆସନ୍ତା ୧୮ମାସ ମଧ୍ୟରେ ମହାକାଶ ପର୍ଯ୍ୟଟନ ପାଇଁ ମଣିଷଙ୍କୁ ପଠାଇବାକୁ ଯୋଜନା କରୁଛି। ଲୋକେ ଅବସର ବିନୋଦନ ପାଇଁ ମହାକାଶ ଯାତ୍ରା କରିବେ। ସ୍ପେସ୍‌ ଫାର୍ମ ସିଇଓ ବବ୍‌ ସ୍ମିଥ୍‌ଙ୍କ କହିବାନୁଯାୟୀ, ମହାକାଶଚାରୀ ନୁହେଁ ବରଂ ସାଧାରଣ ନାଗରିକଙ୍କୁ ମହାକାଶ ବୁଲାଇନେବାକୁ ବ୍ଲୁ ଅରିଜିନ୍‌ ଯୋଜନା କରୁଛି। ଆମେରିକାର ମହାକାଶ କାର୍ଯ୍ୟସୂଚୀକୁ ମାର୍ଗଦର୍ଶନ ଦେବା ପାଇଁ ଲକ୍ଷ୍ୟ ରଖିଥିବା ଏକ ନବଗଠିତ କାର୍ଯ୍ୟକାରିଣୀ ଗୋଷ୍ଠୀ-ନ୍ୟାଶନାଲ୍‌ ସ୍ପେସ୍‌ କାଉନସିଲ୍‌ର ପ୍ରଥମ ବୈଠକରେ ସ୍ମିଥ୍‌ ଏହା ପ୍ରକାଶ କରିଛନ୍ତି। ତେବେ ମହାକାଶ ଯାତ୍ରା ପାଇଁ ଟିକେଟ୍‌ ମୂଲ୍ୟ କେତେ ରହିବ ସେ ସମ୍ପର୍କରେ କମ୍ପାନୀ ପକ୍ଷରୁ କୌଣସି ସୂଚନା ଏ ପର୍ଯ୍ୟନ୍ତ ଦିଆଯାଇ ନାହିଁ। ୨୦୧୮ରେ ମହାକାଶ ପର୍ଯ୍ୟଟନ ଆରମ୍ଭ କରିବାକୁ ଉକ୍ତ ଫାର୍ମ ପୂର୍ବରୁ ଘୋଷଣା କରିଥିଲା। ବ୍ଲୁ ଅରିଜିନ୍‌ ୨୦୧୯ରେ ଏହାର ପ୍ରଥମ ମହାକାଶ ପର୍ଯ୍ୟଟନ ଆରମ୍ଭ କରିବ। ତେବେ ପ୍ରତିଦ୍ୱନ୍ଦ୍ୱିତାରେ ଟେସ୍‌ଲା ସିଇଓ ଏଲନ୍‌ ମସ୍କଙ୍କ ନେତୃତ୍ୱରେ ପରିଚାଳିତ ସ୍ପେସେକ୍ସ ଏହାକୁ ପଛରେ ପକାଇଦେବ। କାରଣ ୨୦୧୮ ଶେଷ ୩ମାସ ମଧ୍ୟରେ ସ୍ବେସ୍‌ଏକ୍ସ ଦୁଇଜଣ ପର୍ଯ୍ୟଟକଙ୍କୁ ନେଇ ଚନ୍ଦ୍ର ପରିକ୍ରମା କରାଇବାକୁ ଯୋଜନା ରଖିଛି। ପର୍ଯ୍ୟଟକଙ୍କଠାରୁ ପ୍ରାପ୍ୟ ନେଇ ସେମାନଙ୍କୁ ମହାକାଶ ଯାତ୍ରାର ଆନନ୍ଦ ଦେବା ବ୍ଲୁ ଅରିଜିନ୍‌ର ପ୍ରାକ୍‌ ବ୍ୟବସାୟିକ ରଣନୀତି। ମହାକାଶକୁ ବାରମ୍ବାର ପର୍ଯ୍ୟଟକଙ୍କୁ ବୁଲାଇନେବା ଲାଗି କମ୍ପାନୀ ଇଚ୍ଛୁକ। ସେଠାରେ ଯାତ୍ରୀମାନେ ନିଜର ଓଜନ ନ ଥିବା ଭଳି ଅନୁଭବ କରିବେ ଏବଂ ଅତି ସୁନ୍ଦର ଦୃଶ୍ୟ ଉପଭୋଗ କରିବେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri