ହିଟ୍‌ଲରଙ୍କ ଗ୍ଲୋବ୍‌ ନିଲାମ


ନ୍ୟୁୟର୍କ: ଜର୍ମାନୀର ଏକଚ୍ଛତ୍ରବାଦୀ ଶାସକ ଆଡଲ୍ଫ ହିଟ୍‌ଲରଙ୍କ ବ୍ୟକ୍ତିଗତ ଗ୍ଲୋବ୍‌ ୬୫,୦୦୦ ଆମେରିକୀୟ ଡଲାର ମୂଲ୍ୟରେ ନିଲାମ ହୋଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷହେବା ପରେ ଜଣେ ଆମେରିକୀୟ ସୈନ୍ୟ ଜନ୍‌ ବଷର୍‌ମିଆନ୍‌ ୧୯୪୫ ମେ ୧୦ରେ ଜର୍ମାନୀସ୍ଥିତ ହିଟ୍‌ଲରଙ୍କ ବାସଭବନରୁ ଏହି ଗ୍ଲୋବ୍‌କୁ ସ୍ମାରକୀ ସ୍ବରୂପ ନେଇଥିଲେ। ଏହି ଗ୍ଲୋବର ପୃଷ୍ଠଭାଗ କାଠରେ ତିଆରି ହୋଇଥିବା ବେଳେ ଏହାର ଦକ୍ଷିଣ ଓ ଉତ୍ତର ମେରୁକୁ ଏକ ଧାତବ ଦଣ୍ଡ ଦ୍ୱାରା ସଂଯୁକ୍ତ କରାଯାଇଛି। ଏହାର ଉଚ୍ଚତା ୧୮ଇଞ୍ଚ। ବିଷୁବରେଖାଠାରେ ଏହାର ବ୍ୟାସ ୧୨ଇଞ୍ଚ। ଆମେରିକାର ଲିଭ୍‌ ଅକ୍ସନ ହାଉସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଗ୍ଲୋବର ଉପରିଭାଗକୁ ଜର୍ମାନ୍‌ ଭାଷାରେ ଚିହ୍ନିତ କରାଯାଇଛି। ୧୯୩୯ରେ ଜର୍ମାନ୍‌-ସୋଭିଏଟ୍‌ ୟୁନିୟନ ଚୁକ୍ତି ଅନୁଯାୟୀ, ଜର୍ମାନୀ ସୀମାନ୍ତ ପୋଲାଣ୍ଡର କିଛି ଅଂଶକୁ ନେଇ ନିର୍ଦ୍ଧାରଣ କରାଯାଇଛି। ୧୯୪୫ ମେ ୧୦ ତାରିଖ ଉଲ୍ଲେଖ ଥାଇ ବଷ୍ମିଆନ୍‌ଙ୍କ ଦ୍ୱାରା ଲିଖିତ ଏକ ପତ୍ର ମଧ୍ୟ ଗ୍ଲୋବ୍‌ ସହିତ ତାଙ୍କ ପରିବାରକୁ ପ୍ରଦାନ କରାଯାଇଥିଲା। ବର୍ଷମିଆଁ ତାଙ୍କ ପତ୍ରରେ ଲେଖିଥିଲେ ଯେ, ”ମୁଁ ଆଲ୍‌ପ୍ସସସ୍ଥିତ ବର୍ସିଗାଡନଠାରେ ଆଡଲ୍ଫ ହିଟ୍‌ଲରଙ୍କ ବାସଭବନ ପରିଦର୍ଶନ କରିଥିଲି। ଏହି ସ୍ଥାନକୁ ବୋମାମାଡ କରାଯାଇଥିଲେ ବି କେତେକ ଜିନିଷ ଅକ୍ଷତ ଅବସ୍ଥାରେ ରହିଛି।“ ଗ୍ଲୋବଟି ୬୫,୦୦୦ ଆମେରିକୀୟ ଡଲାର ମୂଲ୍ୟରେ ନିଲାମ୍‌ ହୋଇଥିବା ଅକ୍ସନ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି। ଇଂଲିଶ୍‌ ଅକ୍ଷର ”ଏ ଏଚ୍‌“ ମୁଦ୍ରିତ ହୋଇଥିବା ଏକ ମନୋଗ୍ରାମ୍‌ ସଂଲଗ୍ନ ହିଟ୍‌ଲରଙ୍କ ଏକ ଶାର୍ଟ ମଧ୍ୟ ୧୦,୦୦୦ ଆମେରିକୀୟ ଡଲାରରେ ବିକ୍ରି ହୋଇଥିବା ଅକ୍ସନ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri