ଟେଡି ସଂଗ୍ରହ କରି ବିଶ୍ୱ ରେକର୍ଡ


ଓ୍ବାଶିଂଟନ୍‌: ସର୍ବାଧିକ ଟେଡି ବିଅର୍‌ ସଂଗ୍ରହ କରିବାରେ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି ଆମେରିକାର ଜଣେ ମହିଳା। ଦେଶର ସାଉଥ୍‌ ଡାକୋଟାର ଜ୍ୟାକି ମିଲେ ନାମ୍ନୀ ୬୮ ବର୍ଷୀୟା ଏହି ମହିଳା ଜଣକ ୮,୦୨୬ଟି ଟେଡି ବିଅର ସଂଗ୍ରହ କରି ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ୨୦୦୦ ମସିହାରୁ ଜ୍ୟାକି ଟେଡି ସଂଗ୍ରହ କରିବା ଆରମ୍ଭ କରିଛନ୍ତି। ୨୦୦୦ରେ ଛୁଟି କଟାଇବାକୁ ବାହାରକୁ ଯାଇଥିବାବେଳେ ପ୍ରଥମେ ସେ ଏକ ଟେଡି କିଣିଥିଲେ। ଏହାପରେ ଏହା ତାଙ୍କର ଅଭ୍ୟାସରେ ପରିଣତ ହୋଇଯାଇଥିଲା। ଇତିମଧ୍ୟରେ ସେ ୮ ହଜାରରୁ ଊର୍ଦ୍ଧ୍ୱ ଟେଡି ସଂଗ୍ରହ କରି ସାରିଛନ୍ତି। ଏ ସମ୍ପର୍କରେ ଗ୍ରାଣ୍ଡମା ଜ୍ୟାକି କହିଛନ୍ତି ଯେ, ପିଲାବେଳେ ସେ ଟେଡିରେ ଖେଳିବାର ସୁଯୋଗ କେବେ ପାଇପାରି ନ ଥିଲେ। ଏପରି କି ଟେଡି କ’ଣ ସେ ଜାଣି ନ ଥିଲେ। ୮ ବର୍ଷ ବୟସରେ ମିନେସୋଟା ଷ୍ଟେଟ୍‌ରେ ଚାଲିଥିବା ଉତ୍ସବରେ ସେ ପ୍ରଥମ କରି ଟେଡି ଦେଖିବାକୁ ପାଇଥିଲେ। ବିଭିନ୍ନ ସମୟରେ ସେ ଟେଡି କିଣିବା ଲାଗି ଦୋକାନକୁ ଯାଉଥିଲେ। କିନ୍ତୁ ୨୦୦ ମସିହାରେ ପ୍ରଥମେ ଏହାର ସଂଗ୍ରହ ଆରମ୍ଭ କରିଥିଲେ। ୩୦୦୦ ସଂଗ୍ରହ ହେବା ପରେ ଗିନିଜ୍‌ ରେକର୍ଡ ଲାଗି ଆବେଦନ କରିବାକୁ ତାଙ୍କର ବନ୍ଧୁମାନେ ମିଲେଙ୍କୁ କହିଥିଲେ। କିନ୍ତୁ ୮୦୦୦ ଅତିକ୍ରମ କରିବା ପରେ ସେ ଏହି ରେକର୍ଡ ମାନ୍ୟତା ଲାଭ କରିଛନ୍ତି। ମିଲେଙ୍କ ଟେଡି ମଧ୍ୟରେ ସବୁଠାରୁ ବଡ଼ ୮ ଫୁଟ୍‌ ଉଚ୍ଚର ହୋଇଥିବାବେଳେ ୩/୪ ଇଞ୍ଚ୍‌ର ଛୋଟ ଟେଡି ରହିଛି। ମିଲେଙ୍କ ପାଖରେ ଆମେରିକାର ସମସ୍ତ ରାଜ୍ୟ ଏବଂ ଦେଶର ୨୯ଟି ଅନ୍ୟ ଦେଶର ଟେଡି ରହିଛି। ସାଉଥ୍‌ ଡାକୋଟାରେ ତାଙ୍କର ଏହି ସମସ୍ତ ଟେଡିକୁ ସଂଗ୍ରହ କରି ରଖାଯାଇଛି। ଟେଡି ବିଅର ଟାଉନ୍‌ ଭାବେ ଏହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri