ପଶ୍ଚିମବଙ୍ଗରେ ଦୁର୍ଗାପୂଜାର ପ୍ରସିଦ୍ଧି ପଛରେ ରହସ୍ୟ


କଲିକତା,୩୦।୯: ପଶ୍ଚିମବଙ୍ଗରେ ଦୁର୍ଗାପୂଜାକୁ ଏକ ମହତ୍ୱପୂର୍ଣ୍ଣ ଉତ୍ସବ ଭାବେ ପାଳନ କରାଯାଇଥାଏ। ୫ଦିନ ଯାଏ ଏହି ଉତ୍ସବକୁ ବେଶ୍‌ ଭକ୍ତିର ସହ ପାଳନ କରିଥାନ୍ତି ପ୍ରାୟ ସମସ୍ତ ବଙ୍ଗାଳୀ ପରିବାର। ଏଠାକାର ଦୁର୍ଗାପୂଜା କେବଳ ଭାରତରେ ନୁହେଁ, ବରଂ ପୃଥିବୀ ପ୍ରସିଦ୍ଧ। ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବା ରହସ୍ୟ ବାବଦରେ। କୃତିବାସୀ ରାମାୟଣହିଁ ପଶ୍ଚିମବଙ୍ଗରେ ଦଶହରାକୁ ପ୍ରସିଦ୍ଧ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି। ବାଲ୍ମିକୀ ରାମାୟଣର ବଙ୍ଗଳା ଭାଷାନ୍ତର ଦ୍ୱାରା କୃତିବାସ ଓଝା ସମାଜରେ ନ୍ୟାୟ ଅନ୍ୟାୟର ଦ୍ୱନ୍ଦ୍ୱକୁ ସାମନାକୁ ଆଣିଛନ୍ତି। ରାବଣ ଭଳି ଆତତାୟୀଙ୍କୁ ମଧ୍ୟ ହାରିବାକୁ ପଡେ ବୋଲି ସେ ଦର୍ଶାଇଛନ୍ତି। ଆଲୋଚକଙ୍କ ମତରେ ଏହି ପ୍ରସଙ୍ଗ ଉଠାଇ କେବଳ ମନରେ ଭକ୍ତି ଜାଗ୍ରତ କରିବାକୁ ନୁହେଁ ବରଂ ଇତିହାସ ଏବଂ ମାନବ ସଭ୍ୟତା ପ୍ରତି ବୁଝିବା ଶକ୍ତିର ବିକାଶ କରିବାକୁ ଚେଷ୍ଟା କରିଛନ୍ତି। କେବଳ ନୈତିକ ବଳ ଅନୁସାରେ ଅନ୍ୟାୟକୁ ହରାଇଦିଆଯାଇ ନ ପାରେ। ଯେତେବେଳେ ନ୍ୟାୟ ଏବଂ ସତ୍ୟର ସାଥ୍‌ ଦେଉଥିବା ମଣିଷ ଏକ ମୌଳିକ ରାସ୍ତାକୁ ଅନୁସରଣ କରେ ସେତେବେଳେ ଅନ୍ୟାୟର ହାର୍‌ ସମ୍ଭବ ହୋଇଥାଏ। ପଶ୍ଚିମବଙ୍ଗରେ ନାରୀ ପୂଜନ ପରମ୍ପରା ବହୁ ପ୍ରଚୀନ। ସେଥିପାଇଁ ସେଠାରେ ଶକ୍ତି ପୂଜାର ଉପାସକ ଶାକ୍ତ ସମ୍ପ୍ରଦାୟର ଅନେକ ପ୍ରଭାବ ରହିଛି। ଅନ୍ୟ ପାର୍ଶ୍ୱରେ ରାମ ଏବଂ କୃଷ୍ଣଙ୍କ ଆରାଧନା କରୁଥିବା ବୈଷ୍ଣବ ସନ୍ଥ ମଧ୍ୟ ରହିଛନ୍ତି। ପୂର୍ବରୁ ଏହି ଦୁଇ ସମ୍ପ୍ରଦାୟ ମଧ୍ୟରେ ଅନେକ ସମୟରେ ସଂଘର୍ଷ ହେଉଥିଲା। କୃତିବାସ ଓଝା ନିଜର ବର୍ଣ୍ଣନାରେ ଶାକ୍ତ ଏବଂ ବୈଷ୍ଣବଙ୍କ ମଧ୍ୟରେ ଏକତା ବଜାୟ ରଖିବାକୁ ଚେଷ୍ଟା କରିଥିଲେ। ଆଲୋଚକଙ୍କ ଅନୁଯାୟୀ ରାମ ମା’ ଦୁର୍ଗାଙ୍କର ଉପାସନା କରୁଥିବା ଦେଖି ସେହି ଦୁଇ ସମ୍ପ୍ରଦାୟ ମଧ୍ୟରେ ଏକତା ଆଣିବରେ ସେ ସଫଳ ହୋଇଥିଲେ। ମା’ ଦୁର୍ଗା ମଧ୍ୟ ଜନମାନସରେ ଲୋକପ୍ରିୟ ହେବାକୁ ଲାଗିଥିଲେ। ତେଣୁ ଗତ ୫ଶତାବ୍ଦୀ ହେଲା ପଶ୍ଚିମବଙ୍ଗରେ ଦୁର୍ଗାପୂଜା ମହା ଅଡମ୍ବରରେ ପାଳିତ ହୋଇଆସୁଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri