୪ ଦିନରେ ଗଠନ ହୁଏ ମାନବ ହୃଦୟ


ଲଣ୍ଡନ: ଗର୍ଭାଶୟରେ ମାତ୍ର ୪ ଦିନ ମଧ୍ୟରେ ଗଠନ ହୋଇଥାଏ ମାନବ ହୃଦୟ (ହାର୍ଟ)। ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଏହି ଅଧ୍ୟୟନର ନିଷ୍କର୍ଷ ଗର୍ଭ ନଷ୍ଟକୁ ରୋକିବାରେ ନୂଆ ପଥ ଦେଖାଇବ ବୋଲି ଆକଳନ କରାଯାଉଛି। ନ୍ୟାଚୁରାଲ ଜର୍ନାଲ ସାଇଣ୍ଟିଫିକ୍‌ ରିପୋର୍ଟରେ ପ୍ରକାଶିତ ଏହି ଅଧ୍ୟୟନରେ ଗର୍ଭଧାରଣର ୧୩ରୁ ୨୦ ସପ୍ତାହ ମଧ୍ୟରେ କିପରି ହୃଦୟ ବିକଶିତ ହୁଏ ତାହା ଦର୍ଶାଯାଇଛି। ବ୍ରିଟେନ୍‌ ସ୍ଥିତ ଲଡ୍‌ସ୍‌ ୟୁନିଭରସିଟିର ବିଶେଷଜ୍ଞମାନଙ୍କ ସମେତ ଗବେଷକମାନେ ଏ ସମ୍ପର୍କରେ ଜାଣିବା ସକାଶେ ଏମ.ଆର.ଆଇ .ଟେକ୍ନୋଲୋଜି, ସ୍ବତନ୍ତ୍ର ଭାବେ ଲିଖିତ ଆଲ୍‌ଗୋରିଥିମ୍‌ସ ଏବଂ ୩ଡି କମ୍ପ୍ୟୁଟର ସଫ୍ଟଓ୍ବେରର ସହାୟତା ନେଇଥିଲେ। ଏହି ସଫ୍ଟଓ୍ବେର ବ୍ୟବହାର କରି ସେମାନେ ୨୩ଟି ଭ୍ରୂଣର ହାର୍ଟ ପରୀକ୍ଷା କରିଥିଲେ। ଏହି ଭ୍ରୂଣଗୁଡ଼ିକର ବୟସ ଗର୍ଭାଶୟରେ ୯୫ରୁ ୧୪୩ ଦିନ ମଧ୍ୟରେ ଥିଲା। ସେମାନେ ଏଥିରୁ ଦେଖିଥିଲେ ଯେ, ଗର୍ଭଧାରଣର ୧୨୪ ଦିନ ମଧ୍ୟରୁ ମାତ୍ର ୪ ଦିନରେ ଭ୍ରୂଣର ସର୍ବାଧିକ ପରିବର୍ତ୍ତନ ଘଟିଥାଏ। ଏହି ସ୍ବଳ୍ପ ଦିନ ମଧ୍ୟରେ ହୃଦୟର ମାଂସପେଶୀ ତନ୍ତୁ ଦ୍ରୁତ ସଂଗଠିତ ହୋଇଥାଏ। କାର୍ଡିଆକ୍‌ ଫାଇବର ଗଠିତ ହୋଇ ହୃଦୟର ୪ଟି ଚାମ୍ଭର ସୃଷ୍ଟି କରିଥାଏ। ଗବେଷକମାନେ ଜାଣି ପାରିଛନ୍ତି ଯେ, ଭ୍ରୂଣର ସ୍ବାଭାବିକ ଭାବେ ହୃଦୟ ଗଠନ ନ ହୋଇପାରିବା ହେଉଛି ଗର୍ଭ ନଷ୍ଟର ଅନ୍ୟତମ କାରଣ। ୧୦ଟି ମଧ୍ୟରୁ ଉପରୋକ୍ତ କାରଣରୁ ଗୋଟିଏ ଗର୍ଭ ନଷ୍ଟର କାରଣ ବୋଲି ଗବେଷକମାନେ ଜାଣି ପାରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri