କଲିକତାରେ ଲଣ୍ଡନର ଝଲକ


କଲିକତା:ପ୍ରତିବର୍ଷ ଭଳି ଦୁର୍ଗାପୂଜାର ଜୋର୍‌ଦାର ପ୍ରସ୍ତୁତିରେ ଲାଗି ପଡ଼ିଛି ପଶ୍ଚିମବଙ୍ଗର କଲିକତା ସହର। ଗତ କିଛିବର୍ଷ ହେଲା କୌଣସି ଏକ ବିଷୟବସ୍ତୁ ଉପରେ ଆଧାରିତ (ଥିମ୍‌ ବେସ୍‌ଡ) ମଣ୍ଡପ ପ୍ରସ୍ତୁତ କରାଯାଉଛି। ଏବର୍ଷ ଦୁର୍ଗାପୂଜାବେଳେ ଲଣ୍ଡନ ସହରର ଝଲକ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି। କାରଣ ସହରର ଦୁଇଟି ପ୍ରମୁଖ ପୂଜା ମଣ୍ଡପ ପକ୍ଷରୁ ଲଣ୍ଡନ ସହରକୁ ବିଷୟବସ୍ତୁ ଭାବେ ବ୍ୟବହାର କରାଯାଉଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବସବାସ କରୁଥିବା ଦକ୍ଷିଣ କଲିକତାର ଭବାନିପୁର ଅଞ୍ଚଳରେ ୭୫ଟି ପୂଜା ମଣ୍ଡପ ପକ୍ଷରୁ ମିଳିତ ଭାବେ ଏହି ଲଣ୍ଡନ ଥିମ୍‌କୁ କରାଯାଉଛି। ପୂଜା ପେଣ୍ଡାଲ ସମ୍ମୁଖରେ ୪୦,୦୦୦ ବର୍ଗ କି.ମି. ଅଞ୍ଚଳରେ ଲଣ୍ଡନ୍‌ ରାସ୍ତା ନିର୍ମାଣ କରାଯିବାର ଯୋଜନା ହୋଇଛି। ଲଣ୍ଡନର ଅବିକଳ ନକଲ ରାସ୍ତା ସହ ଦେଶର ପ୍ରସିଦ୍ଧ ବିଗ୍‌ବେନ୍‌ ଘଣ୍ଟା, ଆଇକନିକ୍‌ ଓ୍ବେଷ୍ଟ ମିନିଷ୍ଟର୍‌ ଆଦି ସ୍ଥାନ ପାଇବ। ଏକଦା ବ୍ରିଟିଶ୍‌ ସାମ୍ରାଜ୍ୟ ଦ୍ୱିତୀୟ ସର୍ବବୃହତ୍‌ ସହର ମାନ୍ୟତା ପାଇଥିବା ଏହି ସହରର ପରିବର୍ତ୍ତନ ଲାଗି ମମତା ବାନାର୍ଜୀଙ୍କ ଆହ୍ବାନର ଝଲକ ଦେଖିବାକୁ ମିଳିବ ବୋଲି ଏକ ପୂଜା କମିଟିର ସଦସ୍ୟ ମଳୟ ଦେ ପ୍ରକାଶ କରିଛନ୍ତି। ସହରର ସନ୍ତୋଷ ମିଶ୍ର ଛକରେ ଥିବା ପୂଜା କମିଟି ପକ୍ଷରୁ ମଧ୍ୟ ଲଣ୍ଡନ୍‌ର ପବ୍ଲିକ୍‌ ସ୍କୋୟାର୍‌ର ନକଲ ପ୍ରସ୍ତୁତ କରାଯିବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri