କାର୍ଯ୍ୟ କରିବ ଚିପ୍ସ ଆଣ୍ଟିନା


ବୋଷ୍ଟନ:ଆଣ୍ଟିନା ସହ ପ୍ରାୟତଃ ସମସ୍ତେ ପରିଚିତ। ବିଭିନ୍ନ ବୈଦ୍ୟୁତିକ ଯନ୍ତ୍ରପାତି ସହ ଏହା ଜଡ଼ିତ। ସମସ୍ତେ ଏହାକୁ ବଡ ରୂପରେ ଦେଖି ଆସିଛନ୍ତି। କିନ୍ତୁ ଅଧୁନା ବୈଜ୍ଞାନିକମାନେ ଛୋଟ ଚିପ୍ସ ଆଣ୍ଟନା ବିକାଶ କରିଛନ୍ତି। ଏହା ବିଭିନ୍ନ ଆକୃତିର କମ୍ପାକ୍ଟ ଆଣ୍ଟିନାର ଏକଶତାଂଶ ବା ଶହେ ଭାଗରୁ ଏକ ଭାଗ। ଏହା ବେତାର ତରଙ୍ଗ ଗ୍ରହଣ କରିପାରିବ। ୨୦୦ ମାଇକ୍ରୋମିଟର ପରିମିତ ଏହି ଚିପ୍ସକୁ ଖଣ୍ଡେ କାଗଜର ମୋଟେଇ ସହିତ ତୁଳନା କରାଯାଇପାରେ। ନେଚର କମ୍ୟୁନିକେଶନ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପରବର୍ତ୍ତୀ ପିଢ଼ିର ଆଣ୍ଟିନା ଭାବରେ ଏହାକୁ ବ୍ୟବହାର କରାଯିବ। ଟିଭି, ସେଲ୍‌ଫୋନ୍‌ ଏବଂ ରେଡିଓ ଦ୍ୱାରା ବ୍ୟବହୃତ ଏକାଭଳି ସିଗ୍‌ନାଲକୁ ଏହି ଚିପ୍ସ ରିଲେ କରିପାରିବ ବୋଲି ଗବେଷକମାନେ କହିଛନ୍ତି। ଏ କ୍ଷେତ୍ରରେ ଗବେଷଣା ଆଗେଇଲେ ହାତରେ ପିନ୍ଧାଯାଇ ପାରୁଥିବା ଇଲେକ୍‌ଟ୍ରୋନିକ୍ସ ଯନ୍ତ୍ରପାତି ବିକାଶ କରାଯିବ ବୋଲି ବୋଷ୍ଟନସ୍ଥିତ ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ଜଣେ ଇଲେକ୍ଟ୍ରିକାଲ୍‌ ଓ କମ୍ପ୍ୟୁଟର ଇଞ୍ଜିନିୟର ତଥା ଏହି ଅଧ୍ୟୟନର ସହ-ଲେଖକ ନିଆନ୍‌ ସୁନ୍‌ ପ୍ରକାଶ କରିଛନ୍ତି। ଛୋଟ ଆଣ୍ଟିନା ତିଆରି କରିବାର ପ୍ରୟାସ ଗତ କିଛି ଦଶନ୍ଧି ହେଲା ଜାରି ରହିଛି। ତେବେ ଏଭଳି ଛୋଟ ଚିପ୍ସ ଆଣ୍ଟିନା ଭଳି କାର୍ଯ୍ୟ କଲେ ଏହା ବହୁଳ ଭାବରେ ବ୍ୟବହାର ହେବ ବୋଲି ବ୍ଲାକ୍ସବର୍ଗସ୍ଥିତ ଭର୍ଜିନିଆ ଟେକ୍‌ର ଜନୈକ ବାୟୋମେଡିକାଲ୍‌ ଇଞ୍ଜିନିୟର ଜନ୍‌ ଡୋମନାନ୍‌ ପ୍ରକାଶ କରିଛନ୍ତି। ସେ କହନ୍ତି ଯେ, ବିଦ୍ୟୁତ୍‌ ଚୁମ୍ବକୀୟ ତରଙ୍ଗ ବାୟୁମଣ୍ଡଳରେ ଖେଳିବୁଲିଲେ ପାରମ୍ପରିକ ଆଣ୍ଟିନା ସଂକେତ ଗ୍ରହଣ କରିଥାଏ। କିନ୍ତୁ ଚିପ୍‌ ଆଣ୍ଟିନା ଦେଇ ବିଦ୍ୟୁତ୍‌ ଚୁମ୍ବକୀୟ ତରଙ୍ଗ ଅତିକ୍ରମ କଲେ ବୈଦ୍ୟୁତିକ ଯନ୍ତ୍ରରେ ଥିବା ଚୁମ୍ବକୀୟ ପଦାର୍ଥର ଆଟମ୍‌କୁ ଏହା ସକ୍ରିୟ କରେ। ଫଳରେ ଯନ୍ତ୍ରଟି କାର୍ଯ୍ୟକ୍ଷମ ହୁଏ। ଗବେଷକମାନେ ଏତେ ଛୋଟ ଆଣ୍ଟିନା ବିକାଶ କରିଛନ୍ତି ଯେ, ଏଗୁଡିକ ରେଡିଓ ଫ୍ରିକ୍ୱେନ୍ସି ରେଞ୍ଜ ମଧ୍ୟରେ ରହୁଥିବା ଜିପିଏସ୍‌, ଓ୍ବାଇ-ଫାଇ, ଏଫଏମ୍‌ ରେଡିଓ ଏବଂ କାର୍ଯ୍ୟକ୍ରମ ପ୍ରସାର କରୁଥିବା ଟିଭି ପାଇଁ ସଂକେତ ଗ୍ରହଣ କରିପାରିବେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri