ରାଣୀ ଭିକ୍ଟୋରିଆଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିଲେ ଜଣେ ଭାରତୀୟ


ବ୍ରିଟେନ୍‌ ରାଣୀ ଭିକ୍ଟୋରିଆ ଜଣେ ଭାରତୀୟ ମୁସଲମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଦୀର୍ଘ ୧୩ବର୍ଷ ଧରି ଖାଇଆସୁଥିଲେ। ତାଙ୍କ ନାଁ ଥିଲା ଅବ୍‌ଦୁଲ୍‌ କରିମ୍‌। ଭିକ୍ଟୋରିଆଙ୍କ ପ୍ରତି ତାଙ୍କର ଗଭୀର ଅନୁରକ୍ତି ଥିଲା। କରିମ୍‌ ଭିକ୍ଟୋରିଆଙ୍କୁ ମା’ ଏବଂ ସର୍ବୋତ୍ତମ ବନ୍ଧୁ ରୂପରେ ଦେଖୁଥିଲେ। ସେ ମଧ୍ୟ ତାଙ୍କୁ ପ୍ରତିଦିନ ଉର୍ଦ୍ଦୁ ଶିଖାଉଥିଲେ। ଏ ସମ୍ପର୍କିତ ଏକ ଡାଏରି ଅବଦୁଲ୍‌ ଦୀର୍ଘ ୧୦ବର୍ଷ ଧରି ସାଇତି କରି ରଖିଥିଲେ। ସେମାନଙ୍କ ମଧ୍ୟରେ ନିବିଡ଼ ବନ୍ଧୁତ୍ୱ ସମ୍ପର୍କରେ ‘ଅବ୍‌ଦୁଲ୍‌ ଓ ଭିକ୍ଟୋରିଆ’ ନାମକ ଏକ ନୂଆ ପୁସ୍ତକରେ ବର୍ଣ୍ଣନା କରାଯାଇଛି। ଶ୍ରାବଣୀ ବସୁ ନାମ୍ନୀ ଜଣେ ଲେଖିକା ଏହି ଡାଏରିକୁ କରାଚୀସ୍ଥିତ ଅବଦୁଲ୍‌ଙ୍କ ଉତ୍ତରାଧିକାରୀଙ୍କଠାରୁ ହାସଲ କରିଥିଲେ। ୧୯୪୭ରେ ଭାରତ ସ୍ବାଧୀନତା ହାସଲ କାଳରେ ଅବ୍‌ଦୁଲ୍‌ଙ୍କ ପରିବାର ପାକିସ୍ତାନ ପଳାଇବା ପରେ ସେହିଦିନଠାରୁ ଏହି ଡାଏରିଟି ଗୋଟିଏ ତାଲାଦିଆ ବାକ୍ସରେ ପଡ଼ି ରହିଥିଲା। ଭାରତରେ ଜନ୍ମିତ ଏହି ଲେଖିକା କହନ୍ତି, ଅବ୍‌ଦୁଲ୍‌ଙ୍କ ପରିବାର ଏହି ଡାଏରି ଆଦୌ ପଢ଼ିନାହାନ୍ତି। ଏହାକୁ ଭଲ ଇଂଲିଶ୍‌ ଭାଷାରେ ଲେଖାଯାଇଛି। ବ୍ରିଟେନ୍‌ ରାଣୀଙ୍କ ରାଜପ୍ରାସାଦ ଗସ୍ତ କରିବା ପରେ ଅବ୍‌ଦୁଲ୍‌ ଭିକ୍ଟୋରିଆଙ୍କ ପ୍ରତି କେତେ ଗୁରୁତ୍ୱପୂର୍ଣ୍ଣ ଥିଲେ ତାହା ବସୁ ଉପଲବ୍‌ଧି କରିଛନ୍ତି। ସେ କହନ୍ତି, ”ରାଣୀ ଭିକ୍ଟୋରିଆଙ୍କ ବିଛଣାରେ ଜନ୍‌ ବ୍ରାଉନ୍‌ଙ୍କ ଫଟୋ। ତା’ ତଳକୁ ଅବ୍‌ଦୁଲ୍‌ ଏବଂ ସବାତଳେ ପ୍ରିନ୍ସ ଆଲବର୍ଟଙ୍କ ଫଟୋ। ଏହି ୩ ଜଣଙ୍କୁ ରାଣୀ ଖୁବ୍‌ ଭଲ ପାଉଥିଲେ। ସ୍କଟଲାଣ୍ଡର ଜଣେ ‘ଘିଲି’ (ଶିକାର ପାଇଁ ସାଥିରେ ଯାଉଥିବା ବ୍ୟକ୍ତି) ବ୍ରାଉନ୍‌ଙ୍କ ସହିତ ଭିକ୍ଟୋରିଆଙ୍କ ଘନିଷ୍ଠ ସମ୍ପର୍କ ରହିଥିଲା। ୧୮୬୧ରେ ପ୍ରିନ୍ସ ଆଲବର୍ଟଙ୍କ ମୃତ୍ୟୁପରେ ଭିକ୍ଟୋରିଆଙ୍କୁ ଖୁସି କରାଇବା ପାଇଁ ରୟାଲ ହାଉସହୋଲ୍ଡ ଦ୍ୱାରା ବ୍ରାଉନ୍‌ଙ୍କୁ ରାଣୀଙ୍କ ପାଖରେ ନିୟୋଜିତ କରାଯାଇଥିଲା। ୧୮୮୩ରେ ୫୬ବର୍ଷ ବୟସରେ ବ୍ରାଉନ୍‌ଙ୍କ ମୃତ୍ୟୁପରେ ରାଣୀ ଭାଙ୍ଗିପଡିଥିଲେ। ତାଙ୍କୁ ଖୁସି କରିବା ପାଇଁ ୪ବର୍ଷ ପରେ ଅର୍ଥାତ୍‌ ରାଣୀଙ୍କ ସୁବର୍ଣ୍ଣ ଜୟନ୍ତୀ ତିଥିରେ ୨୪ବର୍ଷ ବୟସ୍କ ଅବଦୁଲ୍‌ କରିମ୍‌ ନାମକ ଜଣେ କିରାନିଙ୍କୁ ନିଯୁକ୍ତ କରାଯାଇଥିଲା। ଭିକ୍ଟୋରିଆ ଏବଂ ଅବ୍‌ଦୁଲ୍‌ ଉଭୟେ ଥିଲେ ଆମତ୍ିକ ସାଥୀ। ସେମାନେ ଏକତ୍ର ଅନେକ ସମୟ ଅତିବାହିତ କରୁଥିଲେ। ଶ୍ରାବଣୀ ବସୁ କହନ୍ତି, ଅବ୍‌ଦୁଲ୍‌ଙ୍କ ଚେହେରା ଜନ୍‌ ବ୍ରାଉନ୍‌ଙ୍କ ଭଳି ଥିଲା। ତାଙ୍କର ଉଚ୍ଚତା ଥିଲା ୬ଫୁଟ, ବଳିଷ୍ଠ ଚେହେରା ଏବଂ ଅତି ବିଶ୍ୱସ୍ତ। ୧୯୦୧ରେ ୮୧ବର୍ଷ ବୟସରେ ଅବ୍‌ଦୁଲ୍‌ଙ୍କ ମୃତ୍ୟୁପରେ ତାଙ୍କ ମରଶରୀରକୁ ଭାରତ ଅଣାଯାଇଥିଲା। ମୃତ୍ୟୁ ପର୍ଯ୍ୟନ୍ତ ଅବ୍‌ଦୁଲ୍‌ ରାଣୀ ଭିକ୍ଟୋରିଆଙ୍କ ରାଜକୀୟ ଅନୁଗତ ଭାବେ ରହିଆସିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri