ବେଜିଂ: ଏକ ନୂଆ ପ୍ରଜାତିର କଙ୍କି ଜୀବାଶ୍ମ ମ୍ୟାନ୍‌ମାର୍‌ରେ ଆବିଷ୍କୃତ ହୋଇଛି। ବ୍ରିଟେନ୍‌ର ପ୍ରସିଦ୍ଧ ପ୍ରକୃତିବିତ୍‌ ସାର୍‌ ଡାଭିଡ ଆଟେନ୍‌ବରୋଙ୍କ ନାମାନୁସାରେ ଏହାର ନାମକରଣ କରାଯାଇଥିବା ବୈଜ୍ଞାନିକମାନେ କହିଛନ୍ତି। ଏହି କଙ୍କି ବହୁଳ ଭାବେ ପରିଚିତ ସ୍ୟାଡୋଡାମ୍‌ସେଲ୍‌ସ ଗୋଷ୍ଠୀର ଅନ୍ତର୍ଭୁକ୍ତ। ଏହାକୁ ନୂଆକରି ମେସୋଷ୍ଟିକ୍‌ଟା ଡାଭିଡାଟେନ୍‌ବରୋଘି ନାମକରଣ କରାଯାଇଛି। ଡାଭିଡ ଆଟେନ୍‌ବରୋଙ୍କ ନାମାନୁସାରେ ଏହାର ନାମକରଣ କରିବା ପାଇଁ ଗବେଷକମାନେ ସ୍ଥିର କରିବାର କାରଣ ହେଉଛି ଏହାର ଦେହ ଯେପରି ଲମ୍ବା ସେହିଭଳି ଏକ ଲମ୍ବା ଆୟୁଷ ବିଶିଷ୍ଟ ଏହି ପ୍ରକୃତିବିତ୍‌ ତାଙ୍କର ୯୦ତମ ଜନ୍ମତିଥି ପାଳନ କରିବାକୁ ଯାଉଛନ୍ତି।

ସାର୍‌ ଡ୍ୟାଭିଡ ଆଟେନବରୋଙ୍କ ନାମାନୁସାରେ ଯେତେଗୁଡିଏ ପ୍ରାଣୀଙ୍କ ନାମକରଣ କରାଯାଇଛି ସେହି ପ୍ରାଣୀଙ୍କ ତାଲିକାରେ ମେସୋଷ୍ଟିକ୍‌ଟା ଡ୍ୟାଭିଡାଟେନ୍‌ବରେଘି ସାମିଲ ହୋଇଛି। ମ୍ୟାନ୍‌ମାରର କାଚିନ୍‌ ପ୍ରଦେଶର ହୁକାଓ୍ବଙ୍ଗ ଉପତ୍ୟକାରେ ଏହି କୀଟର ଜୀବାଶ୍ମ ମିଳିଥିବା ବିଷୟ ସିଷ୍ଟେମେଟିକ୍‌ ପାଲାଇଣ୍ଟୋଲୋଜି ଜର୍ନାଲ୍‌ରେ ପ୍ରକାଶ ପାଇଛି। ଏ ସମ୍ପର୍କରେ ଚାଇନାସ୍ଥିତ ନାନ୍‌ଜିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଜିଓଲୋଜି ଆଣ୍ଡ୍‌ ପାଲାଇଣ୍ଟୋଲୋଜିର ପ୍ରଫେସର ଏଡ୍‌ମଣ୍ଡ ଏ. ଜାର୍ଜିମ୍ବୋସ୍କି କହନ୍ତି, ବର୍ମାରୁ ମିଳୁଥିବା ଡ୍ରାଗନଫ୍ଲାଏଜ୍‌ (କଙ୍କି ସଦୃଶ କୀଟ) ଦେଖିବାକୁ ବିରଳ।

ତେବେ ଚାଇନାରେ ତାଙ୍କ ସାଥୀଙ୍କ ଦ୍ୱାରା ନିକଟରେ ଆବିଷ୍କୃତ କୀଟ ହେଉଛି ଏକ ନୂଆ ପ୍ରଜାତି। ସାର୍‌ ଡାଭିଡ ବ୍ରିଟିଶ୍‌ ଡ୍ରାଗନ୍‌ଫ୍ଲାଏ ସୋସାଇଟିର ସଭାପତି ହିସାବରେ ଏହି ଆବିଷ୍କାର ବିଷୟ ଶୁଣି ଖୁସିବ୍ୟକ୍ତ କରିଥିଲେ। ଜୀବାଶ୍ମଟି ଅତ୍ୟନ୍ତ ରୁଚିସମ୍ପନ୍ନ ଭାବରେ ସଂରକ୍ଷିତ ହୋଇ ରହିଥିବା ଦେଖିବାକୁ ମିଳିଛି। ଏହାର ହଳଦିଆ ସ୍ବଚ୍ଛ ଡେଣା ଦୁଇଟି ମଧ୍ୟ ଅକ୍ଷତ ଅବସ୍ଥାରେ ରହିଥିବା ଗବେଷକମାନେ କହିଛନ୍ତି। ଫଟୋଚିତ୍ର ଜ୍ଞାନକୌଶଳ ସହାୟତାରେ ଗବେଷକମାନେ ଏହି ନୂଆ ପ୍ରଜାତିର ତିନିମାତ୍ରା ବିଶିଷ୍ଟ ସ୍ପଷ୍ଟ ଡିଜିଟାଲ୍‌ ଛବି ଉତ୍ତୋଳନ କରିବାକୁ ସମର୍ଥ ହୋଇପାରିଛନ୍ତି। ଏଥିରୁ ଜଣାପଡୁଛି ଯେ, ପୂର୍ବରୁ ବର୍ଣ୍ଣିତ ଜୀବାଶ୍ମ ଅପେକ୍ଷା ଏହି କୀଟର ଡେଣା ଲମ୍ବା।

"/>

ନୂଆ ପ୍ରଜାତିର କଙ୍କି ଜୀବାଶ୍ମ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri