ନୂଆଦିଲ୍ଲୀ:ଇଣ୍ଟରନେଟ୍‌କୁ ସକାରାତ୍ମକ ଢଙ୍ଗରେ ବ୍ୟବହାର କରାଗଲେ ବ୍ୟବହାରକାରୀଙ୍କ ଲାଗି ଏହା ଜ୍ଞାନର ଗନ୍ତାଘର ପାଲଟିଯାଏ, ବିକାଶ ମାର୍ଗ ଖୋଲିଦିଏ। କିନ୍ତୁ ଏହାର ନକାରାତ୍ମକ ବ୍ୟବହାର ମଣିଷକୁ ପଥଭ୍ରଷ୍ଟ କରିବା ସହ ଜୀବନର ଅନ୍ତ ମଧ୍ୟ ଘଟାଇଥାଏ। ଠିକ୍‌ ସେହିପରି ଏହାକୁ ମନୋରଞ୍ଜନର ଗନ୍ତାଘର ମଧ୍ୟ କୁହାଯାଇପାରେ। କାରଣ ସବୁ ବର୍ଗର ଲୋକଙ୍କ ଲୋକଙ୍କ ମନୋରଞ୍ଜନ ଲାଗି ଇଣ୍ଟରନେଟ୍‌ରେ ଭରିରହିଛି ଅସଂଖ୍ୟ ଅନ୍‌ଲାଇନ୍‌ ଗେମ୍‌। ବ୍ୟବହାରକାରୀ ମଧ୍ୟ ଏହାର ବେଶ୍‌ ମଜା ନେଇଥାନ୍ତି। କିନ୍ତୁ ଇଣ୍ଟରନେଟ୍‌ରେ ଏଭଳି କିଛି ଖେଳ ଯାହାର ପରିଣାମ ବ୍ୟବହାରକାରୀଙ୍କୁ ମୃତ୍ୟୁମୁଖକୁ ନେଇଯାଇଥାଏ। ବର୍ତ୍ତମାନ ଏଭଳି ଏକ ଜୀବନହରଣକାରୀ ଅନ୍‌ଲାଇନ୍‌ ଗେମ୍‌ ‘ବ୍ଲୁ ହ୍ବେଲ୍‌ ଚ୍ୟାଲେଞ୍ଜ୍‌’କୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା।

ଏହି ଅନ୍‌ଲାଇନ୍‌ ଗେମ୍‌ ବିଶ୍ୱବ୍ୟାପୀ ଶତାଧିକ ଲୋକଙ୍କ ଜୀବନ ନେଇ ସାରିଥିବାରୁ ଏହାକୁ ବନ୍ଦ କରିବା ଲାଗି ତୀବ୍ର ସ୍ବର ଉଠିଲାଣି। ଏହାର ଭୟାବହତାକୁ ଦେଖି ଭାରତ ସରକାର ଏବେ ବ୍ଲୁ ହ୍ବେଲ୍‌ର ଲିଙ୍କ୍‌ ହଟାଇବା ଲାଗି ବିଭିନ୍ନ ଇଣ୍ଟରନେଟ୍‌ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି। କାରଣ ଚଳିତବର୍ଷ ଭାରତରେ ଏହି ଖେଳ ନେଇଛି ୪ ଜଣଙ୍କ ଜୀବନ।

ବ୍ଲୁ ହ୍ବେଲ୍‌ କ’ଣ

ବ୍ଲୁ ହ୍ବେଲ୍‌ ବା ବ୍ଲୁ ହ୍ବେଲ୍‌ ଚ୍ୟାଲେଞ୍ଜ ହେଉଛି ଏକ ଇଣ୍ଟରନେଟ୍‌ ଗେମ୍‌। ବର୍ତ୍ତମାନ ଏହା ଭାରତ, ଚାଇନା, ଆମେରିକା ସମେତ ଏକାଧିକ ରାଷ୍ଟ୍ରରେ ନିଜର ସ୍ଥିତି ବଜାୟ ରଖିଥିବା ଦାବି କରାଯାଉଛି। ଶହ ଶହ ସଂଖ୍ୟାରେ ଖେଳାଳିଙ୍କ ଆତ୍ମହତ୍ୟା ସାଙ୍ଗକୁ ଏହାର ପ୍ରମାଣ ମଧ୍ୟ ମିଳିସାରିଛି। ଏହି ଖେଳରେ ଖେଳାଳି ଏବଂ ଜଣେ ପରିଚାଳକ ବା ଆଡ୍‌ମିନିଷ୍ଟ୍ରେଟର୍‌ ଥାଆନ୍ତି। ଖେଳାଳିଙ୍କୁ ୫୦ ଦିନ ପର୍ଯ୍ୟନ୍ତ ଖେଳ ଖେଳିବାକୁ ପଡ଼ିଥାଏ। ଦୀର୍ଘ ୫୦ ଦିନର ଖେଳ ମଧ୍ୟରେ ଆଡ୍‌ମିନିଷ୍ଟ୍ରେଟର୍‌ ପ୍ରତିଯୋଗୀମାନଙ୍କୁ ବିଭିନ୍ନ ନିର୍ଦ୍ଦେଶ ଦେଇଥାଆନ୍ତି, ଯାହା ସେମାନଙ୍କୁ ପାଳନ କରିବାକୁ ପଡ଼ିଥାଏ। ଆଡ୍‌ମିନିଷ୍ଟ୍ରେଟର୍‌ ଖେଳାଳିଙ୍କୁ ଯେ କୌଣସି ସମୟରେ ଯାହା କିଛି ନିର୍ଦ୍ଦେଶ ଦେଇପାରିବେ। ଅର୍ଥାତ୍‌ ବିଳମ୍ବିତ ରାତିରେ ରାସ୍ତାରେ ବୁଲିବା, ଟ୍ରେନ୍‌ ଲାଇନ୍‌ରେ ଚାଲିବା, ଛାତ ଉପରେ ଛିଡ଼ା ହେବା କିମ୍ବା ଡେଇଁବା, ଉଚ୍ଚ ସ୍ଥାନରୁ ଡେଇଁବା, ପାଣିରେ ବୁଡ଼ିବା ଇତ୍ୟାଦି। ଆଡ୍‌ମିନିଷ୍ଟ୍ରେଟର୍‌ଙ୍କ ନିର୍ଦ୍ଦେଶ ମାନିବାକୁ ଖେଳାଳି ବାଧ୍ୟ। ଏପରି କି ଆଡ୍‌ମିନିଷ୍ଟ୍ରେଟର୍‌ ଖେଳାଳିମାନଙ୍କୁ ଶରୀରକୁ କଷ୍ଟ ଦେବା, କ୍ଷତବିକ୍ଷତ କରିବା ଲାଗି ମଧ୍ୟ କହିଥାନ୍ତି। ଖେଳର ସମାପ୍ତିରେ ପ୍ରତିଯୋଗୀଙ୍କୁ ଆତ୍ମହତ୍ୟା କରିବାକୁ ପଡ଼ିଥାଏ, ଏହା ହେଉଛି ଖେଳର ନିୟମ। ବ୍ଲୁ ହ୍ବେଲ୍‌ ଶବ୍ଦ ସମୁଦ୍ର କୂଳରେ ପଡ଼ିଥିବା ତିମି ମାଛ ବା ‘ବିଚ୍‌ଡ ହ୍ବେଲ୍‌’ ଶବ୍ଦରୁ ଆନୀତ, ଯାହାର ଅର୍ଥ ହେଉଛି ମୃତ୍ୟୁ। ଏଣୁ ଖେଳର ଶେଷରେ ଖେଳାଳିଙ୍କ ମୃତ୍ୟୁ ସୁନିଶ୍ଚିତ।

ରୁଷିଆରୁ ଆରମ୍ଭ

୨୦୧୩ରେ ପ୍ରଥରେ ରୁଷିଆରେ ଏହି ବ୍ଲୁ ହ୍ବେଲ୍‌ ଖେଳର ଆରମ୍ଭ ହୋଇଥିଲା। ସେତେବେଳେ ଏହା ‘ଏଫ୍‌୫୭’ ନାମରେ ଜଣାଥିଲା। ଏହା ଥିଲା ‘ଭିକୋନ୍‌ଟାକ୍ଟେ’ ସୋସିଆଲ୍‌ ନେଟ୍‌ଓ୍ବର୍କର ଏକ ତଥାକଥିତ ମୃତ୍ୟୁ ଗୋଷ୍ଠୀର ନାମ। ବ୍ଲୁ ହ୍ବେଲ୍‌ ଖେଳରେ ୨୦୧୫ରେ ପ୍ରଥମ ମୃତ୍ୟୁ ହୋଇଥିବା କୁହାଯାଏ। ଏହି ଖେଳକୁ ଆରମ୍ଭ କରିଥିବା ଫିଲିପ୍‌ ବୁଡେଇକିନ୍‌ ନାମକ ଦେଶର ଜଣେ ପୂର୍ବତନ ମନସ୍ତତ୍ତ୍ୱବିଜ୍ଞାନ ଛାତ୍ର ନିଜ ବିଶ୍ୱବିଦ୍ୟାଳୟରୁ ବିତାଡ଼ିତ ହୋଇଥିଲେ। ଏହି ଖେଳର ଉଦ୍ଭାବନ ପଛରେ ଫିଲିପ୍‌ ଯାହା ଉଦ୍ଦେଶ୍ୟ ଦର୍ଶାଇଥିଲେ ତାହା ସମସ୍ତଙ୍କୁ ଚକିତ କରି ଦେଇଥିଲା। ତାଙ୍କ ଅନୁଯାୟୀ ସମାଜକୁ ସଫାକରିବା ଲାଗି ଏହି ଖେଳ ବିଶେଷ ଭାବେ ଫଳପ୍ରଦ ହେବ। ଯେଉଁମାନଙ୍କର ସମାଜରେ କିଛି ମୂଲ୍ୟ ନାହିଁ ଏବଂ ଯେଉଁମାନେ ଆତ୍ମହତ୍ୟା କରିବାକୁ ଚାହାନ୍ତି ସେମାନଙ୍କୁ ଦୁନିଆରୁ ବିଦା କରିବା ଲାଗି ଏହି ଖେଳ ସହାୟକ ହେବ ବୋଲି ଫିଲିପ୍‌ ଦୃଢ଼ ଦାବି କରିଥିଲେ। ଇତିମଧ୍ୟରେ ରୁଷିଆରେ ଏକାଧିକ ଲୋକ ପ୍ରାଣ ହରାଇ ସାରିଥିଲେ। ଗଣମାଧ୍ୟମରେ ଏହା ବିଷୟରେ ଯେତେବେଳେ ତଥ୍ୟ ପ୍ରକାଶ ପାଇଲା ଏହା ଭୌଗୋଳିକ ସୀମା ଅତିକ୍ରମ କରିବାରେ ଲାଗିଲା।

ରୁଷିଆରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଥିଲା। ୧୫ ଜଣ କିଶୋରୀଙ୍କ ମୃତ୍ୟୁର କାରଣ ଦର୍ଶାଇ ଫିଲିପ୍‌ଙ୍କୁ ଗିରଫ କରାଯାଇଥିଲା। ରୁଷିଆନ୍‌ ସୁଇସାଇଡ୍‌ ପ୍ରିଭେନ୍‌ଶନ୍‌ ଆକ୍ଟ ଆଧାରରେ ଦଣ୍ଡିତ କରାଯାଇଥିଲା। ୨୦୧୩ରେ ରୁଷିଆରେ ପ୍ରଥମେ ଏହି ଖେଳ ଯୋଗୁ ଜଣେ ଆତ୍ମହତ୍ୟା କରିଥିବାବେଳେ ୨୦୧୭ରେ ଭାରତରେ ପ୍ରଥମ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଥିଲା। ଚଳିତବର୍ଷ ଜୁଲାଇ ୩୦ରେ ବମ୍ବେର ଅନ୍ଧେରି ଇଷ୍ଟ୍‌ର ଜଣେ ୧୪ ବର୍ଷୀୟ ବାଳକ ସାତ ମହଲା କୋଠା ଉପରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଅଗଷ୍ଟ ୧୦ରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ନିଜ ସ୍କୁଲ୍‌ ଛାତ ଉପରୁ ଡେଇଁବାକୁ ଚେଷ୍ଟା କରୁଥିବାବେଳ ସହପାଠୀମାନେ ତାଙ୍କୁ ଟାଣି ଆଣିଥିଲେ। ଏଭଳି ଚରମ ପଦକ୍ଷେପ ନେବା ପୂର୍ବରୁ ଛାତ୍ର ଜଣକ ଖେଳର ସମସ୍ତ ୫୦ଟି ପାହାଚକୁ ନିଜ ଡାଏରୀରେ ଉଲ୍ଲେଖ କରିଥିଲେ। ୧୨ ଅଗଷ୍ଟରେ ପଶ୍ଚିମବଙ୍ଗର ଓ୍ବେଷ୍ଟ ମେଦିନୀପୁର ଜିଲାର ଜଣେ ସ୍ନାତକ ଛାତ୍ର ଆତ୍ମହତ୍ୟା କରିଥିଲେ। ରାଜ୍ୟର କୁନ୍ନୁର ଅଞ୍ଚଳର ସାଓ୍ବନ୍ତ ନାମକ ଜଣେ ୨୨ ବର୍ଷୀୟ ଆଇଟିଆଇ ଛାତ୍ର ଗତମାସ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ।

"/>

ମୃତ୍ୟୁର ଖେଳ ବ୍ଲୁ ହ୍ବେଲ୍‌ ଚ୍ୟାଲେଞ୍ଜ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri