ବିନା ଅମ୍ଳଜାନରେ ବଞ୍ଚି ରହେ ଗୋଲ୍ଡ ଫିସ୍‌


ଲଣ୍ଡନ, ୧୪ା୮: ବିନା ଅମ୍ଳଜନାରେ ଗୋଲ୍ଡ ଫିସ୍‌ ବଞ୍ଚି ରହିଥାଏ ବୋଲି ଏକ ଗବେଷଣାରୁ ଜଣାପଡିଛି। ଏହି ପ୍ରଜାତିର ମାଛ ନିଜ ଶରୀରରେ ଆଲକୋହଲ ସୃଷ୍ଟି କରିଥାନ୍ତି। ଆଲକୋହଲର ରସାୟନିକ ପ୍ରତିକିୟାରୁ ସୃଷ୍ଟି ହେଉଥିବା ଅମ୍ଳଜାନ ସେମାନଙ୍କୁୁ ମାସ ମାସ ଧରି ବରଫ ଆଚ୍ଛାଦିତ ପାଣିରେ ମଧ୍ୟ ନିଶ୍ୱାସ ପ୍ରଶ୍ୱାସ ନେବାରେ ସହାୟତା ପ୍ରଦାନ କରିଥାଏ। ଅମ୍ଳଜାନ ବିନା ଅନ୍ୟ ମେରୁଦଣ୍ଡୀ ପ୍ରାଣୀ ଅଳ୍ପ କିଛି ମିନଟ୍‌ ମଧ୍ୟରେ ମୃତ୍ୟୁ ମୁଖରେ ପଡିଥାନ୍ତି। କିନ୍ତୁ ଗୋଲ୍ଡଫିସ୍‌ ସମେତ କ୍ରୁସିଆନ୍‌, କାର୍ପ ପ୍ରଭୃତି ମାଛ ଅମ୍ଳଜାନ ମିଳୁ ନ ଥିବା ଗଭୀର ଜଳରେ ସହଜରେ ବଞ୍ଚି ରହିବାକୁ ସକ୍ଷମ ହୋଇଥାନ୍ତି ବୋଲି ନରଓ୍ବେର ଓଶଲୋ ବିଶ୍ୱବିଦ୍ୟାଳୟ ଓ ବ୍ରିଟେନ୍‌ର ଲିଭରପୁଲ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ କହିଛନ୍ତି। ଏସବୁ ପ୍ରଜାତିର ମାଛ ନିଜ ଶରୀରରେ ସୃଷ୍ଟି ହେଉଥିବା ଲାକ୍ଟିକ୍‌ ଏସିଡ୍‌କୁ ଇଥାନଲ୍‌ରେ ପରିଣତ କରିଥାନ୍ତି। ଏହାକୁୁ ଗାଲିସି ସହାୟତାରେ ଜଳ ସହିତ ପ୍ରତିକ୍ରିୟା କରାଇ ସେଥିରୁ ସୃଷ୍ଟି ହେଉଥିବା ଅମ୍ଳଜାନକୁ ବ୍ୟବହାର କରିଥାନ୍ତି। ସାଧାରଣତଃ ମେରୁଦଣ୍ଡୀ ପ୍ରାଣୀଙ୍କ ଶରୀରରେ ବ୍ରେଓ୍ବେରର୍ସ ଇଷ୍ଟ ସୃଷ୍ଟି ହୋଇଥାଏ। ଏଥିରୁ ଆଲକୋହଲ ଉତ୍ପନ୍ନ ହୋଇଥାଏ। ଗୋଲ୍ଡଫିସ୍‌ ଓ କାର୍ପ ମାଛର କୋଷର ମାଇଟୋକଣ୍ଡ୍ରିଆରେ କାର୍ବୋହାଇଡ୍ରେଟ୍‌ ବିଘଟନ ହୋଇ ସେଥିରୁ ସେମାନଙ୍କ ଶରୀର ପାଇଁ ଆବଶ୍ୟକ ଶକ୍ତି ଉତ୍ପନ୍ନ ହୋଇଥାଏ। ସେମାନଙ୍କ ଶରୀରରେ ଦୁଇ ପ୍ରକାର ପ୍ରୋଟିନ୍‌ ରହିଥାଏ। ସେଥି ମଧ୍ୟରୁ ଗୋଟିଏ ପ୍ରକାର ପ୍ରୋଟିନ୍‌ ବିନା ଅମ୍ଳଜାନରେ ବିଘଟିତ ହୋଇ ଲାକ୍ଟିକ୍‌ ଏସିଡ୍‌ ସୃଷ୍ଟି କରିଥାଏ ବୋଲି ଲିଭରପୁଲ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ମାଇକେଲ୍‌ ବିରେନ୍‌ବ୍ରିଙ୍କ୍‌ କହିଛନ୍ତି। ଏହି ପ୍ରଜାତି ମାଛ ୮ ନିୟୁତ ବର୍ଷ ପୂର୍ବେ ଆଇସ୍‌ ଏଜ୍‌ ସମୟରେ ପୃଥିବୀରେ ବାସ କରୁଥିଲେ। ସେତେବେଳେ ଅଧିକାଂଶ ଅଞ୍ଚଳ ବରଫରେ ଆବୃତ ହୋଇରହୁଥିଲା। ମାତ୍ର ସେମାନଙ୍କ ଶରୀରରେ ଆଲକୋହଲ ସୃଷ୍ଟି ହେଉଥିବାରୁ ଏହା ଶରୀରର ଅମ୍ଳଜାନ ଆବଶ୍ୟକତାକୁ ପୂରଣ କରିପାରୁଥିଲା। ଫଳରେ ଏଭଳି ପ୍ରଜାତି ଅତି କଷ୍ଟକର ପରିବେଶରେ ମଧ୍ୟ ଜୀବନ ଧାରଣ କରିପାରୁଥିଲେ ବୋଲି ଓଶଲୋ ବିଶ୍ୱବିଦ୍ୟାଳୟର ପ୍ରଫେସର କ୍ୟାଥିରିନା ଏଲିଜାବେଥ୍‌ ଫାଗରନେସ୍‌ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri