କ୍ୱାଣ୍ଟମ୍‌ ସାଟେଲାଇଟ୍‌ ପଠାଇଲା ସିଗ୍‌ନାଲ


ବେଜିଂ: ଚାଇନା ଦ୍ୱାରା ପ୍ରେରିତ କ୍ୱାଣ୍ଟମ୍‌ ସ୍ୟାଟେଲାଇଟ୍‌ ପୃଥବୀକୁ ଏହାର ଅବିରତ ସଂକେତ ପଠାଇବା ଆରମ୍ଭ କରିଛି। ଏହାଦ୍ୱାରା ବିଶ୍ୱରେ କ୍ୱାଣ୍ଟମ୍‌ ଯୋଗାଯୋଗ ନେଟଓ୍ବାର୍କ ପ୍ରତିଷ୍ଠା ହୋଇପାରିବ ବୋଲି ସରକାରୀ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି। ବିଶ୍ୱର ପ୍ରଥମ କ୍ୱାଣ୍ଟମ୍‌ ସ୍ୟାଟେଲାଇଟ୍‌, କ୍ୱାଣ୍ଟମ୍‌ ଏକ୍ସପେରିମେଣ୍ଟ୍‌ସ ଆଟ୍‌ ସ୍ପେସ୍‌ ସ୍କେଲ୍‌ (କ୍ୟୁୟୁଇଏସ୍‌ଏସ୍‌) ‘କ୍ୱେସ୍‌’ ଦ୍ୱାରା କରାଯାଇଥିବା ପର୍ଯ୍ୟବେକ୍ଷଣ ସଫଳତା ଅଥୋରିଟେଟିଭ୍‌ ଏକାଡେମିକ୍‌ ଜର୍ନାଲ୍‌ ‘ନେଚର’ରେ ପ୍ରକାଶିତ ହୋଇଛି। ନେଚର ପତ୍ରିକାର ସମୀକ୍ଷକମାନେ ମତ ଦେଇଛନ୍ତି ଯେ, ଉକ୍ତ ପର୍ଯ୍ୟବେକ୍ଷଣ ଏକ ପ୍ରଭାବ ସୃଷ୍ଟକାରୀ ସଫଳତା। ଏହା ଯୋଗାଯୋଗ କ୍ଷେତ୍ରରେ ଏକ ମାଇଲ୍‌ଖୁଣ୍ଟ ପ୍ରତିଷ୍ଠା କରିପାରିଥିବା ସରକାରୀ ଗଣମାଧ୍ୟମ ଜିନ୍‌ହୁଆରେ ପ୍ରକାଶ ପାଇଛି। ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀର ଚାଇନା ଦାର୍ଶନିକ ତଥା ବୈଜ୍ଞାନିକ ‘ମିକିଅସ୍‌’ଙ୍କ ନାମରେ ଏହାର ନାମକରଣ କରାଯାଇଛି। ମିକିଅସ୍‌ଙ୍କୁ ଆଲୋକ ପର୍ଯ୍ୟବେକ୍ଷଣ ପରିଚାଳନାରେ ପ୍ରଥମ ବ୍ୟକ୍ତି ଭାବରେ ଶ୍ରେୟ ଦିଆଯାଏ। ୬୦୦କିଲୋଗ୍ରାମ୍‌ରୁ ସାମାନ୍ୟ ଅଧିକ ଓଜନ ବିଶିଷ୍ଟ ଏହି ସ୍ୟାଟେଲାଇଟ୍‌କୁ ୨୦୧୬ ଅଗଷ୍ଟ ୧୬ରେ ପୃଥିବୀଠାରୁ ୫୦୦କିଲୋମିଟର ଦୂର ସନ୍‌-ସାଇଙ୍କ୍ରୋନସ୍‌ କକ୍ଷପଥରେ ଛଡାଯାଇଥିଲା। ‘କ୍ୱେସ୍‌’ର ପ୍ରମୁଖ ବୈଜ୍ଞାନିକ ପାନ୍‌ ଜିଆନ୍‌ଓ୍ବେଇ କହିଛନ୍ତି ଯେ, ଉତ୍ତର ପଶ୍ଚିମ ଚାଇନାର ଜିନ୍‌ଜିଆଙ୍ଗ ୟୁଗୁର ସ୍ବୟଂଶାସିତ ଅଞ୍ଚଳର ରାଜଧାନୀ ଉରୁମ୍‌କି ନିକଟବର୍ତ୍ତୀ ନାନ୍‌ଶାନ୍‌ ଏବଂ ଉତ୍ତର ଚାଇନାର ହେବେଇ ପ୍ରଦେଶର ଜିଙ୍ଗ୍‌ଲଙ୍ଗ୍‌ଠାରେ ଥିବା ଗ୍ରାଉଣ୍ଡ ଷ୍ଟେଶନ୍‌କୁ କ୍ୱାଣ୍ଟମ ସ୍ୟାଟେଲାଇଟ୍‌ ଏହାର ସଂକେତ ପଠାଇଛି। ସ୍ୟାଟେଲାଇଟ୍‌ ଏବଂ ଗ୍ରାଉଣ୍ଡ ଷ୍ଟେଶନ୍‌ ମଧ୍ୟରେ ଯୋଗାଯୋଗ ଦୂରତା ୬୪୫କିଲୋମିଟରରୁ ୧୨୦୦କିଲୋମିଟର ମଧ୍ୟରେ ଭିନ୍ନତା ଦେଖାଯାଏ। ଯେତେବେଳେ ଏହି ସ୍ୟାଟେଲାଇଟ୍‌ ଚାଇନା ଉପର ଦେଇ ଗତି କରିବ ଏହା ୧୦ ମିନିଟ୍‌ ପାଇଁ ଏକ ପର୍ଯ୍ୟବେକ୍ଷଣ ଉଇଣ୍ଡୋ ଯୋଗାଇଦେବ। ଏହି ସମୟ ମଧ୍ୟରେ ୩୦୦ କେବିଆଇଟି ବିଶିଷ୍ଟ ନିରାପତ୍ତା ସିକ୍ୟୁର କି ସୃଷ୍ଟିହେବ। ଫଳରେ ଫୋନ୍‌ କଲ୍‌ ଦ୍ୱାରା ନିରଙ୍କୁଶ ଯୋଗାଯୋଗ ହେବା ସହିତ ପ୍ରଭୁତ ବ୍ୟାଙ୍କ ତଥ୍ୟ ଆଦାନ ପ୍ରଦାନ ହୋଇପାରିବ ବୋଲି ପ୍ୟାନ୍‌ ପ୍ରକାଶ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri