ଓ୍ବାଶିଂଟନ୍‌: ଅତି ଶୀତଳତମ କ୍ଷୁଦ୍ର ତାରକାକୁ ନେଇ ଗଠିତ ଟ୍ରାପିଷ୍ଟ-୧ ଗ୍ରହମଣ୍ଡଳ ଆମ ସୌରମଣ୍ଡଳ ଅପେକ୍ଷା ଅଧିକ ପୁରାତନ ବୋଲି ଏକ ଅଧ୍ୟୟନରୁ ଜାଣିବାକୁ ମିଳିଛି। ଟ୍ରାପିଷ୍ଟ-୧ ସିଷ୍ଟମ୍‌ ୭ଟି ପୃଥିବୀ ଆକୃତିର ଗ୍ରହକୁ ନେଇ ଗଠିତ। ୪୦ ଆଲୋକବର୍ଷ ଦୂରତାରେ ଥିବା ଏକ ଅତି ଶୀତଳତମ କ୍ଷୁଦ୍ର ନକ୍ଷତ୍ର ଚାରିପାଖରେ ୭ଟି ଗ୍ରହ ପ୍ରଦକ୍ଷିଣ କରୁଛନ୍ତି। ଏକ ନୂତନ ଅଧ୍ୟୟନରେ ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ, ଟ୍ରାପିଷ୍ଟ-୧ ନକ୍ଷତ୍ର ଅତି ପୁରାତନ। ଏହାର ସୃଷ୍ଟିକାଳ ୫୪୦ କୋଟି ବର୍ଷରୁ ୯୮୦ କୋଟି ବର୍ଷ ମଧ୍ୟରେ। ଏହା ଆମ ସୌରମଣ୍ଡଳ ସୃଷ୍ଟିକାଳର ପାଖାପାଖି ୨ ଗୁଣ। ଆମ ସୌରମଣ୍ଡଳର ସୃଷ୍ଟି ୪୫୦କୋଟି ବର୍ଷ ତଳେ ହୋଇଥିଲା ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ ଏହାର ଆବିଷ୍କାର ବେଳେ ବୈଜ୍ଞାନିକମାନେ ବିଶ୍ୱାସ କରୁଥିଲେ ଯେ, ଟ୍ରାପିଷ୍ଟ-୧ ଗ୍ରହମଣ୍ଡଳ ଅନୂ୍ୟନ ୫୦କୋଟି ବର୍ଷ ତଳେ ସୃଷ୍ଟି ହୋଇଥିଲା। ଆମେରିକାସ୍ଥିତ କାଲିଫର୍ନିଆ ୟୁନିଭର୍ସିଟିର ଜ୍ୟୋତିର୍ବିଜ୍ଞାନୀ ଆଦାମ୍‌ ବୁର୍ଗାସର କହନ୍ତି, ଟ୍ରାପିଷ୍ଟ-୧ ଗ୍ରହମଣ୍ଡଳର ବିବର୍ତ୍ତନ ଆମ ଗବେଷଣାରେ ସହାୟତା କରିବ। କାରଣ ଏହି ମଣ୍ଡଳ କୋଟି କୋଟି ବର୍ଷ ଧରି ଏହାର ସ୍ଥିତି ବଜାୟ ରଖିଛି। ଟ୍ରାପିଷ୍ଟ-୧ ଗ୍ରହଗୁଡ଼ିକର ସାନ୍ଦ୍ରତା ପୃଥିବୀର ସାନ୍ଦ୍ରତା ଅପେକ୍ଷା କମ୍‌। ଏହାର କାରଣ ଏହି ସବୁ ଗ୍ରହର ପୃଷ୍ଠଭୂମିରେ ଜଳ ରହିଥିବାରୁ ଏହା କ୍ଷତିକାରକ ବିକିରଣରୁ ଗ୍ରହଗୁଡ଼ିକୁ ରକ୍ଷା କରେ। ସେଠାରେ ଜୀବ ଥିଲେ ଅତି କଷ୍ଟକର ଜୀବନଯାପନ କରୁଥିବେ ।

"/>

ସୌରମଣ୍ଡଳ ଅପେକ୍ଷା ଅଧିକ ପୁରାତନ ଟ୍ରାପିଷ୍ଟ-୧

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri