ଢାକା: ଭଡ଼ା ଗାଡ଼ି ନେଇ କେଉଁଠିକୁ ଯାଉଥିବା ଲୋକଙ୍କୁ ବେଳେବେଳେ କେତେକ ସମସ୍ୟା ଭୋଗିବାକୁ ପଡ଼ିଥାଏ ଯେତେବେଳେ ଡ୍ରାଇଭର ରାସ୍ତା ଭୁଲି ଅନ୍ୟ ବାଟରେ ଚାଲିଯାଏ। ଠିକ୍‌ ସେହିଭଳି ଏକ ରୋଚକ ଘଟଣାରେ ଜେଲରେ କିଛି ସମୟ ପାଇଁ ଅଟକ ରହିବାକୁ ପଡ଼ିଥିଲା ଏକ ପରିବାରର ୫ଜଣଙ୍କୁ, ଯେଉଁମାନେ ବାହାଘର ଉତ୍ସବରେ ଯୋଗଦେବାକୁ ଯାଉଥିଲେ। ହେଲେ ସେମାନେ କୌଣସି ଭଡ଼ା ଗାଡ଼ି ନୁହେଁ, ଏକ ଘରୋଇ ହେଲିକପ୍ଟରରେ ଯାତ୍ରା କରି ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଘଟଣାଟି ଘଟିଛି ବାଂଲାଦେଶରେ। ଏକ ଧନୀ ପରିବାରର ୫ଜଣ ସଦସ୍ୟ ଗତ ଗୁରୁବାର ଭଡ଼ା ହେଲିକପ୍ଟରରେ ବସି ଯାଉଥିଲେ ନିଜ ସମ୍ପର୍କୀୟଙ୍କ ବାହାଘର ଉତ୍ସବରେ ଯୋଗଦେବା ପାଇଁ। ହେଲେ ପାଇଲଟ ଭୁଲରେ ବାହାଘର ଉତ୍ସବସ୍ଥଳ ପରିବର୍ତ୍ତେ ନିକଟରେ ଥିବା କାଶିମ୍‌ପୁର ସେଣ୍ଟ୍ରାଲ ଜେଲ ପରିସରରେ ହେଲିକପ୍ଟରକୁ ଓହ୍ଲାଇ ଦେଇଥିଲେ। ଏହାଦେଖି ଜେଲ୍‌ ସୁରକ୍ଷାକର୍ମୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାଳେ ଆତଙ୍କବାଦୀମାନେ ଜେଲ୍‌ରେ ଥିବା ସେମାନଙ୍କ ସାଥୀଙ୍କୁ ଖଲାସ କରିନେବାକୁ ଆସିଛନ୍ତି ଭାବି ଜେଲ ପକ୍ଷରୁ ତୁରନ୍ତ ଆବଶ୍ୟକ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଥିଲା। ସଶସ୍ତ୍ର ସୁରକ୍ଷାକର୍ମୀମାନେ ହେଲିକପ୍ଟରକୁ ସାଙ୍ଗେ ସାଙ୍ଗେ ଘେରି ଯାଇଥିଲେ। ଏହାପରେ ହେଲିକପ୍ଟରରୁ ଲୋକଙ୍କୁ ବାହାର କରାଯାଇ ଅଟକ ରଖାଯାଇଥିଲା। ସେମାନଙ୍କୁ ପଚରାଉଚରା କରାଯିବାପରେ ସତ୍ୟତା ଜଣାପଡ଼ିଥିଲା ବୋଲି କୁହନ୍ତି ଜେଲର ଇନ୍ସପେକ୍ଟର ଜେନେରାଲ ସୟେଦ ଇଫତେଖର ଉଦ୍ଦିନ। ଉଦ୍ଦିନଙ୍କ କହିବାନୁଯାୟୀ ତାଙ୍କୁ ପୂର୍ବରୁ ଗୋଇନ୍ଦା ସୂଚନା ମିଳିଥିଲା ଯେ, ଆତଙ୍କବାଦୀମାନେ ସେମାନଙ୍କ ସାଥୀଙ୍କୁ ଜେଲରୁ ଖଲାସ କରିବା ପାଇଁ ଆକ୍ରମଣ କରିପାରନ୍ତି। ଏନେଇ ସେମାନେ ସଜାଗ ଥିଲେ। ଏଭଳି ପରିସ୍ଥିତିରେ ହେଲିକପ୍ଟର ପାଇଲଟଙ୍କ ଭୁଲ କେବଳ ବାହାଘର ଉତ୍ସବକୁ ଯାଉଥିବା ଲୋକଙ୍କୁ ନୁହେଁ ଜେଲ୍‌ କର୍ମଚାରୀ ଓ ଅଧିକାରୀଙ୍କୁ ମଧ୍ୟ ଚିନ୍ତାରେ ପକାଇ ଦେଇଥିଲା। କିନ୍ତୁ ଉକ୍ତ ହେଲିକପ୍ଟର ସେବା ଯୋଗାଉଥିବା ସଂସ୍ଥା ପକ୍ଷରୁ କ୍ଷମାପ୍ରାର୍ଥନା କରାଯିବା ପରେ ସମସ୍ତ ଯାତ୍ରୀଙ୍କୁ ମୁକ୍ତ କରାଯାଇଥିଲା। ଏହାପରେ ସେମାନେ ନିକଟସ୍ଥ ଗ୍ରାମରେ ହେଉଥିବା ବାହାଘର ଉତ୍ସବରେ ଯୋଗଦେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ ବାହାଘର ଉତ୍ସବକୁ ଯାଉଥିବା ବାଂଲାଦେଶୀ ବ୍ୟକ୍ତିଜଣକ ମାଲେସିଆରେ ରୁହନ୍ତି। ସେ ସ୍ତ୍ରୀ ଓ ପିଲାମାନଙ୍କ ସହ ହେଲିକପ୍ଟରରେ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ।

"/>

ବାହାଘର ଉତ୍ସବକୁ ହେଲିକପ୍ଟରରେ ଯାଉଥିଲେ, ପହଞ୍ଚତ୍ଗଲେ ଜେଲ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri