ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାଏବରେଲି ଜିଲାର ଫୁର୍‌ସତଗଞ୍ଜଠାରେ ଭାରତର ପ୍ରଥମ ବିମାନ ଚାଳନା ବିଶ୍ୱବିଦ୍ୟାଳୟ ଆସନ୍ତା ୧୮ରେ ଉଦ୍‌ଘାଟିତ ହେବାକୁ ଯାଉଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଶୋକ ଗଜପତି ରାଜୁ, ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କଂଗ୍ରେସ ଉପାଧ୍ୟକ୍ଷ ତଥା ଆମେଥି ଏମ୍‌ପି ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟମାନେ ଏହି ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବେ ବୋଲି ରାଜୀବ ଗାନ୍ଧୀ ନ୍ୟାଶନାଲ୍‌ ଆଭିଏଶନ୍‌ ୟୁନିଭର୍ସିଟି (ଆରଜିଏନ୍‌ଏୟୁ)ର ଅଫିସରମାନେ ପ୍ରକାଶ କରିଛନ୍ତି। ଦେଶରେ ବିମାନ ଚଳାଚଳରେ ଶିକ୍ଷା, ତାଲିମ୍‌ ଓ ଗବେଷଣାର ପ୍ରସାର ଲକ୍ଷ୍ୟ ରଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣରେ ଏଭଳି ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଯୋଜନା ହୋଇଥିଲା। ଏୟାର ଭାଇସ୍‌ ମାର୍ଶାଲ୍‌ (ଅବସରପ୍ରାପ୍ତ) ନଳିନ ଟଣ୍ଡନଙ୍କୁ ଭାଇସ୍‌ ଚାନ୍‌ସେଲର ଭାବେ ନିଯୁକ୍ତି ଦିଆଯାଇଛି। ୨୦୧୮ରୁ ଫୁରସତଗଞ୍ଜ କ୍ୟାମ୍ପସରେ ପ୍ରାରମ୍ଭିକ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଯୋଜନା ରହିଛି। ଉକ୍ତ ବିଶ୍ୱବିଦ୍ୟାଳୟ ସ୍ଥାପନ ଲାଗି ରାଜୀବ ଗାନ୍ଧୀ ନ୍ୟାଶନାଲ ଆଭିଏଶନ୍‌ ୟୁନିଭର୍ସିଟି ବିଲ୍‌, ୨୦୧୩ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା ଏବଂ ୨୦୧୩ ସେପ୍ଟେମ୍ବର ୧୯ରେ ଇଣ୍ଡିଆ ଗ୍ୟାଜେଟ୍‌ରେ ଏହା ପ୍ରକାଶ ପାଇଛି। କେନ୍ଦ୍ର ସରକାରଙ୍କ ଅଧୀନ ଏକ ସ୍ବୟଂଶାସିତ ଉଡାଣ ତାଲିମ୍‌ ପ୍ରତିଷ୍ଠାନ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ଉଡାନ୍‌ ଏକାଡେମୀକୁ ଦିଆଯାଇଥିବା ପାଖାପାଖି ୨୬.୩୫ ଏକର ପରିମିତ ଜମି ଉପରେ ଏହା ପ୍ରତିଷ୍ଠିତ। ଏଠାରେ ପ୍ରଥମେ ଆଭିଏଶନ୍‌/ ଏୟାରପୋର୍ଟରେ ପିଜି ଡିପ୍ଲୋମା ପାଠ୍ୟକ୍ରମ ଆରମ୍ଭ ହେବ। ନିକଟ ଭବିଷ୍ୟତରେ ଏଠାରେ ଆଭିଏଶନ୍‌ ମ୍ୟାନେଜମେଣ୍ଟରେ ଏମ୍‌ବିଏ ପ୍ରୋଗ୍ରାମ ଆରମ୍ଭ କରାଯିବ। ଏୟାରକ୍ରାଫ୍ଟ ମେଣ୍ଟେନାନ୍ସରେ ବିଏସ୍‌ସି (ଅନର୍ସ) ଲାଗି ଅନ୍ୟ କଲେଜ/ପ୍ରତିଷ୍ଠାନଗୁଡିକୁ ଏହା ସ୍ବୀକୃତି ପ୍ରଦାନ କରିବ ବୋଲି ସମ୍ପୃକ୍ତ ଅଫିସରମାନେ ପ୍ରକାଶ କରିଛନ୍ତି।

"/>

ଭାରତର ପ୍ରଥମ ବିମାନ ଚାଳନା ବିଶ୍ୱବିଦ୍ୟାଳୟ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri