ଓ୍ବାଶିଂଟନ୍‌: ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସା ଦ୍ୱାରା ପ୍ରେରିତ ମଙ୍ଗଳ ପର୍ଯ୍ୟବେକ୍ଷଣକାରୀ ମହାକାଶଯାନ ମାର୍ସ କ୍ୟୁରୋସିଟି ମଙ୍ଗଳ ଗ୍ରହର ଉପରିଭାଗରେ ଭସାମେଘର ସ୍ପଷ୍ଟ ଛବି ପଠାଇ ପାରିଛି। ପୃଥିବୀର ତୁଷାରକଣା ବିଶିଷ୍ଟ ସିରସ୍‌ ମେଘ ପରି ଏହା ଦୃଶ୍ୟମାନ ହେଉଛି। ୯ବର୍ଷ ତଳେ ନାସାର ଫୋନିକ୍ସ ମାର୍ସ ଲ୍ୟାଣ୍ଡର ମଙ୍ଗଳର ଉତ୍ତରମେରୁରେ ମେଘମଣ୍ଡଳ ଠାବ କରିପାରିଥିଲା। ୫ବର୍ଷ ତଳେ ଏହି ମାସରେ ମଙ୍ଗଳ ବିଷୁବରେଖାର ପାଞ୍ଚଡିଗ୍ରୀ ଦକ୍ଷିଣକୁ କ୍ୟୁରୋସିଟି ଯେଉଁ ମେଘମଣ୍ଡଳର ଛବି ପଠାଇଥିଲା ତାହା ଅପେକ୍ଷା ବର୍ତ୍ତମାନର ଛବି ଖୁବ୍‌ ସ୍ପଷ୍ଟ ବୋଲି ନାସା ପକ୍ଷରୁ କୁହାଯାଇଛି।

ଗତ ମାସରେ ମଙ୍ଗଳ ଆକାଶରେ ସକାଳ ବେଳା ଭସାବାଦଲର ଦୁଇ ସେଟ୍‌ ବିଶିଷ୍ଟ ୮ଟି ଛବି ମିଳିପାରିଛି। ଏଥିପାଇଁ ଗବେଷକମାନେ କ୍ୟୁରୋସିଟିର ନ୍ୟାଭିଗେଶନ୍‌ କ୍ୟାମେରା (ନାଭ୍‌କାମ୍‌) ବ୍ୟବହାର କରିଥିଲେ। ଉଭୟ ସେଟ୍‌ରେ ବାଦଲର ଚଳନକୁ ରେକର୍ଡିଂ କରାଯାଇଥିଲା। ଏହି ଫଟୋକୁ ପରିବର୍ଦ୍ଧନ କରି ଦେଖିବା ସହଜ। ଅପରପକ୍ଷରେ ସେହିଦିନ ମଧ୍ୟାହ୍ନ ସମୟରେ କୌଣସି ବାଦଲ ଦେଖିବାକୁ ମିଳି ନ ଥିଲା।

ଏହି ବାଦଲ ବରଫ ଦାନାର ସମ୍ମିଶ୍ରଣ ଏବଂ ଏହା ଘନୀଭୂତ ହେଲେ କୁଣ୍ଡା ଝାଡ଼ିବା ପରି ବର୍ଷା କରାଏ ବୋଲି କାନାଡାସ୍ଥିତ ୟର୍କ ୟୁନିଭର୍ସିଟିର କ୍ୟୁରୋସିଟି ସାଇନ୍ସ ଟିମ୍‌ ସଦସ୍ୟ ଜନ୍‌ ମୁରେ ପ୍ରକାଶ କରିଛନ୍ତି। ପୃଥିବୀର ଖୁବ୍‌ ଉଚ୍ଚତାରେ ଏଭଳି ବାଦଲ ଦେଖାଯାଉଥିବା ବେଳେ ମଙ୍ଗଳର କେତେ ଉଚ୍ଚତାରେ ଏଭଳି ବାଦଲ ଅଛି ତାହା ଆକଳନ କରିବାକୁ କ୍ୟୁରୋସିଟିର କୌଣସି ବ୍ୟବସ୍ଥା ନାହିଁ।

"/>

ମଙ୍ଗଳ ମେଘର ସ୍ପଷ୍ଟ ଛବି ପଠାଇଲା କ୍ୟୁରୋସିଟି

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri