ଟୋକିଓ, ୧୧।୮(ଏ.ଏଫ.ପି.):ଜାପାନର ଅଚଳ ହୋଇପଡିଥିବା ଫୁକୁଶିମା ପରମାଣୁ କେନ୍ଦ୍ର ପରିସରରୁ ଗୁରୁବାର ମିଳିଛି ଏକ ବୋମା। ଏହି ବୋମାଟି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋଲି ସନ୍ଦେହ କରାଯାଉଛି। ଏ ସମ୍ପର୍କରେ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହାର ତଦନ୍ତ ପାଇଁ ପୋଲିସକୁ କୁହାଯାଇଛି।  ସୂଚନା ଅନୁଯାୟୀ ମିଳିଥିବା ବୋମାଟିର ଲମ୍ବ ୮୫ ସେଣ୍ଟିମିଟର(୨.୯ଫୁଟ)। ବିଶ୍ୱଯୁଦ୍ଧ ସମୟରେ ଆମେରିକା ଏହାକୁ ଜାପାନ ଉପରେ ନିକ୍ଷେପ କରିଥିବା ବିଶ୍ୱାସ କରାଯାଉଛି। ଫୁକୁଶିମା ପରମାଣୁ କେନ୍ଦ୍ର ରିଆକ୍ଟରଗୁଡିକ ନିକଟରେ ଏକ ପାର୍କିଂସ୍ଥଳ ନିର୍ମାଣରେ ନିୟୋଜିତ ଶ୍ରମିକମାନେ ଏହି ବୋମାଟିକୁ ପାଇଛନ୍ତି। ଫୁକୁଶିମା ଅପରେଟର ଟୋକିଓ ଇଲେକଟ୍ରିକ ପାଓ୍ବାର କର୍ପୋରେର୍ଶନ (ଟିଇପିସିଓ)ର ଜଣେ ମୁଖପାତ୍ର ଏ ସମ୍ପର୍କରେ ଗଣମାଧ୍ୟମକୁ କହିଛନ୍ତି।

ତୁରନ୍ତ ପୋଲିସକୁ ଖବର ଦିଆଯିବା ସହ ସେଠାରେ ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖାଯାଇଛି। ସେଠାରୁ ପ୍ରାୟ ଏକ କିଲୋମିଟର ଅଞ୍ଚଳକୁ ଘେରାଓ କରି ରଖାଯାଇଛି। ପ୍ରକାଶ ଯେ, ୨୦୧୧ ମାର୍ଚ୍ଚରେ ଏକ ଶକ୍ତିଶାଳୀ ଭୂକମ୍ପ ଘଟି ସୁନାମି ଆସିବା ଯୋଗୁ ଫୁକୁଶିମା ପରମାଣୁ କେନ୍ଦ୍ର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା। ଜାପାନ ଏବେ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବା ସକାଶେ ଉଦ୍ୟମ କରୁଛି। ସେହି କେନ୍ଦ୍ର ପରିସରରୁ ଉକ୍ତ ଅଫୁଟା ବୋମା ମିଳିବା ଘଟଣା ପୁନଃ କାର୍ଯ୍ୟକ୍ଷମ କାର୍ଯ୍ୟକୁ ପ୍ରଭାବିତ କରିବ ନାହିଁ ବୋଲି ଟିଇପିସିଓ ପକ୍ଷରୁ କୁହାଯାଇଛି। ବୋମାଟିକୁ ପରୀକ୍ଷା ନିରୀକ୍ଷା କରିବା ସକାଶେ ପୋଲିସ ଦେଶର ସାମରିକ ବାହିନୀରୁ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍‌କୁ ଡାକିଛି। ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବାର ୭୨ ବର୍ଷ ବିତିଗଲାଣି। ଏହାସତ୍ତ୍ୱେ ଜାପାନର ବିଭିନ୍ନ ଅଞ୍ଚଳରୁ ବେଳେ ବେଳେ ଆମେରିକାର ଅଫୁଟା ବୋମା ମିଳୁଛି। ବିଶେଷ କରି ଜାପାନର ଦକ୍ଷିଣାଞ୍ଚଳରେ ଥିବା ଦ୍ୱୀପ ଓକିନାଓ୍ବାରୁ ଏଭଳି ଅଫୁଟା ବୋମା ମିଳୁଛି। ବିଶ୍ୱଯୁଦ୍ଧ ଶେଷ ବେଳକୁ ଏହି ଦ୍ୱୀପାଞ୍ଚଳରେ ଅତ୍ୟନ୍ତ ଲୋମହର୍ଷଣକାରୀ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ସେତେବେଳେ ଉତ୍ତରପୂର୍ବ ଜାପାନର ଫୁକୁଶିମା କେନ୍ଦ୍ର ଆଖପାଖ ଅଞ୍ଚଳରେ ଜାପାନର ଏକ ସାମରିକ ବିମାନବନ୍ଦର ଥିଲା। ତେଣୁ ଆମେରିକା ଯୁଦ୍ଧବିମାନଗୁଡିକ ଏହି ସ୍ଥାନକୁ ଟାର୍ଗେଟ କରି ପ୍ରଚୁର ବୋମା ନିକ୍ଷେପ କରିଥିଲା। 

"/>

ଫୁକୁଶିମା ଆଣବିକ କେନ୍ଦ୍ର ନିକଟରୁ ମିଳିଲା ବିଶ୍ୱଯୁଦ୍ଧ ବେଳର ବୋମା

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri