ନ୍ୟୁୟର୍କ: ଆମେରିକାର ଇଞ୍ଜିନିୟରମାନେ ଏଭଳି ଏକ ସ୍ମାର୍ଟ ପୋଷାକ ବା ଯନ୍ତ୍ରୀକୃତ ଅନ୍ତଃବସ୍ତ୍ର ପ୍ରସ୍ତୁତ କରିଛନ୍ତି ଯାହା ପିଠିର ତଳଭାଗ ମାଂସପେଶୀର ଥକାପଣକୁ କମାଇଦେବ। ଫଳରେ ପିଠି ଯନ୍ତ୍ରଣା ହ୍ରାସ କରିପାରିବ। ଅବଶ୍ୟ ପିଠି ଯନ୍ତ୍ରଣାର ସମାଧାନ ପାଇଁ ଅନେକ ଉପାୟ ରହିଛି। ହେଲେ ସେଗୁଡ଼ିକ ମଧ୍ୟରୁ ଅନେକ ପ୍ରମାଣସିଦ୍ଧ ହୋଇ ନ ଥିବାରୁ ତାହା ଅକରଣୀୟ। ତେବେ ଆମେରିକାର ଭେଣ୍ଡରବିଲ୍ଟ ବିଶ୍ୱବିଦ୍ୟାଳୟ ମେଡିକାଲ ସେଣ୍ଟରର ସହ-ଅନୁସନ୍ଧାନକାରୀ ଆରୋନ ୟାଙ୍ଗ କୁହନ୍ତି, ଲୋକମାନେ ପିଠି ଯନ୍ତ୍ରଣାରୁ ମୁକ୍ତି ପାଇଁ ପ୍ରାୟତଃ ଏଭଳି କିଛି ଉପକରଣ ବ୍ୟବହାର କରୁଛନ୍ତି ଯାହା ଅବିଶ୍ୱସନୀୟ। ହେଲେ ଏହି ସ୍ମାର୍ଟ ପୋଷାକ ଚିନ୍ତାଧାରା ଭିନ୍ନ। ଅନ୍ୟର ସ୍ବାସ୍ଥ୍ୟ ଯତ୍ନ ନେଉଥିବା ବ୍ୟକ୍ତି ଏବଂ ଅନ୍ୟ ବୃତ୍ତିଧାରୀଙ୍କୁ ମୁଁ ଅନେକ ଦେଖିଛି, ଯେଉଁମାନଙ୍କୁ କାର୍ଯ୍ୟ କରିବାବେଳେ ଦୀର୍ଘସମୟ ଧରି ଠିଆ ହେବା ଏବଂ ନଇଁ ରହି କାମ କରିବାକୁ ପଡ଼ିଥାଏ।

ଏଭଳି କ୍ଷେତ୍ରରେ ସ୍ମାର୍ଟ ପୋଷାକ ସେମାନଙ୍କ ଶାରୀରିକ ପରିଶ୍ରମଜନିତ ମାସଂପେଶୀର ଥକାପଣକୁ କମ୍‌ କରିବାରେ ସହାୟକ ହୋଇପାରିବ ବୋଲି ୟାଙ୍ଗ କହିଛନ୍ତି। ଏହି ଯନ୍ତ୍ରୀକୃତ ଅନ୍ତଃବସ୍ତ୍ର ଛାତି ଓ ଗୋଡ଼ ପାଇଁ ଉଦ୍ଦିଷ୍ଟ, ଯାହା ନାଇଲନ, ଲାକ୍ରା,ପଲିଷ୍ଟର ଓ ଅନ୍ୟ କେତେକ ସାମଗ୍ରୀରେ ତିଆରି ହୋଇଛି। ଅଷ୍ଟ୍ରେଲିଆର ବ୍ରିସବେନରେ ଅନୁଷ୍ଠିତ ଇଣ୍ଟରନ୍ୟାଶନାଲ ସୋସାଇଟି ଅଫ୍‌ ବାୟୋମେକାନିକ୍ସ କଂଗ୍ରେସରେ ଏହା ଲୋକାର୍ପିତ ହୋଇଥିଲା। ପିଠି ଓ ନିତମ୍ବ ଭାଗକୁ ରହୁଥିବା ଏହି ସ୍ମାର୍ଟ ପୋଷାକର ମଝି ମଝିଆ ଅଂଶରେ ମଜଭୁତ ପଟି ସାଙ୍ଗକୁ ରବର ଟୁକୁରାଗୁଡ଼ିକ ରହିଛି। ମୋଶନ କ୍ୟାପଚର, ଫୋର୍ସ ପ୍ଲେଟ୍‌ ଓ ଇଲେକ୍ଟ୍ରୋମାଓଗ୍ରାଫିର ବ୍ୟବହାର ଦ୍ୱାରା ପୋଷାକରେ ଥିବା ଯନ୍ତ୍ର ତଳପିଠିର ମାଂସପେଶୀ ବିସ୍ତାରଣ ଗତିବିଧକୁ ୧୫ରୁ ୪୫ ପ୍ରତିଶତ କମ୍‌ କରିପାରୁଥିବା ପ୍ରସ୍ତୁତକାରୀ ସଂସ୍ଥା ଡେମୋ ଦେଖାଇଥିଲା। ଏହି ପୋଷାକ ଯନ୍ତ୍ରକୁ ମୋବାଇଲ ଫୋନ ଦ୍ୱାରା ନିୟନ୍ତ୍ରଣ କରିବା ପାଇଁ ଏକ ସ୍ବତନ୍ତ୍ର ଆପ୍‌ ମଧ୍ୟ ପ୍ରସ୍ତୁତ ହୋଇଛି। ହେଲେ ପିଠି ଯନ୍ତ୍ରଣା ଭୋଗୁଥିବା ଲୋକଙ୍କ ଚିକିତ୍ସା କରିବା ପାଇଁ ଏହି ସ୍ମାର୍ଟ ପୋଷାକ ପ୍ରସ୍ତୁତି ହୋଇନାହିଁ। ବରଂ କାର୍ଯ୍ୟସ୍ଥଳରେ ତଳପିଠି ମାସଂପେଶୀ ଉପରେ ପଡ଼ୁଥିବା ଭାରକୁ ହାଲୁକା କରିବା ଓ ଥକାପଣ କମ୍‌ କରିବା ପାଇଁ ଏହା ଉଦ୍ଦିଷ୍ଟ ବୋଲି ୟାଙ୍ଗ୍‌ କହିଛନ୍ତି।

"/>

ପିଠି ଯନ୍ତ୍ରଣା ହ୍ରାସ କରିବ ସ୍ମାର୍ଟ ପୋଷାକ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri