ଓ୍ବାଶିଂଟନ୍‌: ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ମସ୍ତିଷ୍କ ଅଧିକ ସକ୍ରିୟ। ବିଶେଷକରି ସ୍ପଷ୍ଟ ଦୃଷ୍ଟିପାତ, ଉଦ୍‌ବେଗ ନିୟନ୍ତ୍ରଣ, ମନୋଭାବ ଏବଂ ଉକତ୍ଣ୍ଠା କ୍ଷେତ୍ରରେ ମହିଳାମାନେ ସକ୍ରିୟ ଥାଆନ୍ତି ବୋଲି ଏକ ଅଧ୍ୟୟନରୁ ଜାଣିବାକୁ ମିଳିଛି। ମହିଳା ଏବଂ ପୁରୁଷଙ୍କ ମସ୍ତିଷ୍କ ମଧ୍ୟରେ ପାର୍ଥକ୍ୟ ନିରୂପଣ କରିବା ପାଇଁ ୪୬,୦୩୪ ଜଣ ଲୋକଙ୍କ ମସ୍ତିଷ୍କର ଚିତ୍ର(ଇମେଜ୍‌) ଅଧ୍ୟୟନ କରାଯାଇ ତୁଳନା କରାଯାଇଥିଲା।

ଏ ସମ୍ପର୍କରେ ଆମେରିକାସ୍ଥିତ ଆମେନ କ୍ଲିନିକ୍ସର ପ୍ରତିଷ୍ଠାତା ତଥା ଉକ୍ତ ଅଧ୍ୟୟନର ପ୍ରମୁଖ ଲେଖକ ଡାନିଏଲ୍‌ ଜି. ଆମେନ୍‌ କହନ୍ତି, ଲିଙ୍ଗ-ଭିତ୍ତିକ ମସ୍ତିଷ୍କ ମଧ୍ୟରେ ପାର୍ଥକ୍ୟ ଜାଣିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟୟନ। ଏହି ଅଧ୍ୟୟନ ଦ୍ୱାରା ଆଲ୍‌ଝିମର ଭଳି ଲିଙ୍ଗ-ଭିତ୍ତିକ ମସ୍ତିଷ୍କ ସମସ୍ୟା ସମ୍ପର୍କରେ ଭଲ ଭାବେ ବୁଝାଯାଇପାରିବ।ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ମସ୍ତିଷ୍କ ପୁରୁଷଙ୍କ ମସ୍ତିଷ୍କ ଅପେକ୍ଷା ଅଧିକ ସକ୍ରିୟ। ବିଶେଷକରି ଦୃଷ୍ଟିକୋଣ ଏବଂ ଉତ୍ସାହ ନିୟନ୍ତ୍ରଣ ସହିତ ସମ୍ପୃକ୍ତ ଥିବା ପ୍ରିଫ୍ରଣ୍ଟାଲ୍‌ କୋର୍ଟେକ୍ସ ଏବଂ ମନୋଭାବ ଓ ଉଦ୍‌ବେଗ ସହିତ ସମ୍ପୃକ୍ତ ଥିବା ମସ୍ତିଷ୍କର ଭାବାବେଗ କ୍ଷେତ୍ର ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ଅଧିକ ସକ୍ରିୟ ଥାଏ ବୋଲି ଗବେଷକମାନେ କହିଛନ୍ତି।

ଅପରପକ୍ଷରେ ପୁରୁଷଙ୍କ ମସ୍ତିଷ୍କର ଦୂରଦୃଷ୍ଟି ଏବଂ ସମନ୍ବୟ କ୍ଷେତ୍ର ମହିଳାଙ୍କ ଅପେକ୍ଷା ଅଧିକ ସକ୍ରିୟ। ସ୍ପେକ୍ଟ (ସିଙ୍ଗଲ୍‌ ଫୋଟନ୍‌ ଏମିଶନ୍‌ କମ୍ପ୍ୟୁଟେଡ ଟମୋଗ୍ରାଫି) ମସ୍ତିଷ୍କରେ ରକ୍ତ ପ୍ରବାହକୁ ମାପ କରିପାରେ। ମସ୍ତିଷ୍କ ବିଶ୍ରାମ ନେଇଥିବା ଏବଂ କାର୍ଯ୍ୟକରୁଥିବା ବେଳେ ଯେଉଁ ଫଟୋଚିତ୍ର ନିଆଯାଏ ସେଥିରେ ରକ୍ତପ୍ରବାହର ଭିନ୍ନ ଭିନ୍ନ ଚିତ୍ର ଦୃଶ୍ୟମାନ ହୁଏ। ୧୧୯ଜଣ ସୁସ୍ଥ ସ୍ବେଚ୍ଛାସେବୀ ଏବଂ ୨୬,୬୮୩ ରୋଗୀଙ୍କୁ ନେଇ ସେମାନଙ୍କ ମସ୍ତିଷ୍କ ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷାରେ ବିଶେଷକରି ବ୍ରେନ୍‌ ଟ୍ରମା, ବାଇପୋଲାର ସମସ୍ୟା, ମୁଡ୍‌ ସମସ୍ୟା ଏବଂ ସିଜୋଫ୍ରେନିଆ ଆଦି ବିଭିନ୍ନ ମାନସିକ ରୋଗକୁ ପରୀକ୍ଷାରେ ସାମିଲ କରାଯାଇଥିଲା। ମସ୍ତିଷ୍କର ୧୨୮ଟି କ୍ଷେତ୍ରକୁ ବିଶ୍ଳେଷଣ କରାଯାଇଥିଲା। ପୁରୁଷ ଓ ମହିଳାଙ୍କ ମସ୍ତିଷ୍କ ଦକ୍ଷତାରେ ପାର୍ଥକ୍ୟ ଥିବା ଦେଖିବାକୁ ମିଳିଲା। ଏହି ପାର୍ଥକ୍ୟକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ କାରଣ ମସ୍ତିଷ୍କ ସମସ୍ୟା ଦ୍ୱାରା ମହିଳା ଓ ପୁରୁଷ ପୃଥକ୍‌ ଭାବରେ ପ୍ରଭାବିତ ହୋଇଥାଆନ୍ତି।

"/>

ମହିଳାଙ୍କ ମସ୍ତିଷ୍କ ଅଧିକ ସକ୍ରିୟ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri