ବୋଷ୍ଟନ: ଜଳବାୟୁ ପରିବର୍ତ୍ତନ ଯୋଗୁ ଆଗାମୀ କିଛି ଦଶନ୍ଧି ମଧ୍ୟରେ ଭାରତ, ପାକିସ୍ତାନ ଓ ବାଂଲାଦେଶର ପାଖାପାଖି ୧୫୦କୋଟି ଲୋକ ପ୍ରବଳ ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ହେବେ। ଅସହ୍ୟ ଗ୍ରୀଷ୍ମ ପାଇଁ ବ୍ୟାପକ ଅଞ୍ଚଳରେ ଖାଦ୍ୟ ସଂକଟ ଦେଖାଦେବ ବୋଲି ମାସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏମ୍‌ଆଇଟି)ର ଗବେଷକମାନେ ସତର୍କ କରାଇ ଦେଇଛନ୍ତି। ସେମାନେ ଭବିଷ୍ୟବାଣୀ କରିଛନ୍ତି ଯେ, ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ଜଳବାୟୁ ପରିବର୍ତ୍ତନ ଦ୍ୱାରା ଦକ୍ଷିଣ ଏସିଆରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ବିଶ୍ୱର ୨୦% ଲୋକ ଏହି ଅଞ୍ଚଳରେ ବାସ କରୁଥିବା ବେଳେ ଅଧିକାଂଶ ଲୋକ ଅତି ଦରିଦ୍ର। ସେମାନେ ମୁଖ୍ୟତଃ କୃଷି ଉପରେ ନିର୍ଭର କରନ୍ତି। ବିଶ୍ୱତାପନର ଭୟଙ୍କର ପରିଣାମକୁ ଏଡାଇବା ଲାଗି କେତେକ ପ୍ରତିକାରମୂଳକ ପଦକ୍ଷେପ ନିଆଯିବା ଜରୁରୀ ବୋଲି ଗବେଷକମାନେ ମତ ଦେଇଛନ୍ତି। କାର୍ବନ ନିର୍ଗମନ ହ୍ରାସରେ ଉଲ୍ଲେଖନୀୟ ପ୍ରଗତି ହାସଲ ନହେଲେ ଅଳ୍ପକିଛି ବର୍ଷ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ପ୍ରଭାବରେ ବ୍ୟାପକ ଅଞ୍ଚଳକୁ ଖାଦ୍ୟ ଯୋଗାଉଥିବା ଉର୍ବର ସିନ୍ଧୁ ଏବଂ ଗଙ୍ଗାନଦୀର ଉପକୂଳବର୍ତ୍ତୀ ଅଞ୍ଚଳ ମରୁଭୂମିରେ ପରିଣତ ହେବ। ୧୫୦କୋଟି ଲୋକ ବସବାସ କରୁଥିବା ଉତ୍ତରଭାରତ, ବାଂଲାଦେଶ ଏବଂ ଦକ୍ଷିଣ ପାକିସ୍ତାନର କେତେକ ଅଞ୍ଚଳ ପ୍ରବଳ ଗରମ ଦ୍ୱାରା ପ୍ରଭାବିତ ହେବା ଆଶଙ୍କା ଅଛି।  ୨୦୧୫ ଗ୍ରୀଷ୍ମକାଳରେ ଦକ୍ଷିଣ ଏସିଆ ଇତିହାସରେ ସବୁଠୁ ଭୟଙ୍କର ଗ୍ରୀଷ୍ମ ପ୍ରବାହ ହୋଇଥିଲା। ଏଥିପାଇଁ ଭାରତ ଓ ପାକିସ୍ତାନରେ ୩,୫୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ଭାରତ ଓ ଚାଇନାରେ ସବୁଜ ଗୃହ ବାଷ୍ପ ନିର୍ଗମନ ହାର ବୃଦ୍ଧି ପାଇବାରେ ଲାଗିଛି। ଅର୍ଥନୈତିକ ଅଭିବୃଦ୍ଧି ଦ୍ୱାରା ଏହା ଅଧିକ ଭାବରେ ପ୍ରଭାବିତ ବୋଲି ଏମଆଇଟି ଗବେଷକ ଏଲ୍‌ଫାତି ଏଲ୍‌ତାହିର ପ୍ରକାଶ କରିଛନ୍ତି। ଉକ୍ତ ଅଧ୍ୟୟନ ଅନୁଯାୟୀ, ୨୧୦୦ ସୁଦ୍ଧା ଏହି ଅଞ୍ଚଳର ୭୦% ଲୋକ ଗ୍ରୀଷ୍ମ ପ୍ରବାହ ଦ୍ୱାରା ପ୍ରଭାବିତ ହେବେ। ଉକ୍ତ ଅଞ୍ଚଳ କୃଷିକ୍ଷେତ୍ର ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ  ହୋଇଥିବାରୁ କୃଷିଜାତ ଉପତ୍ାଦ ବାଧାପ୍ରାପ୍ତ ହେବ। ଉପତ୍ାଦନ ହ୍ରାସ ପାଇଲେ ପ୍ରତ୍ୟେକ ବ୍ୟକ୍ତି କ୍ଷତିଗ୍ରସ୍ତ ହେବେ ବୋଲି ଏଲ୍‌ତାହିର ପ୍ରକାଶ କରିଛନ୍ତି।

"/>

ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ହେବେ ୧୫୦ କୋଟି ଲୋକ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri