ଲଣ୍ଡନ: ବୈଜ୍ଞାନିକମାନେ ବିଦ୍ୟୁତ୍‌ ଓ ଅଙ୍ଗାରକାମ୍ଳ ଉପଯୋଗ କରି ପ୍ରୋଟିନ୍‌ ପାଉଡର ଭଳି ଖାଦ୍ୟ ଉପତ୍ାଦ ସୃଷ୍ଟି କରିବାକୁ ସମର୍ଥ ହୋଇଛନ୍ତି। ଏହି ଗବେଷଣା ଆଗେଇଲେ ବିଶ୍ୱରେ ଖାଦ୍ୟସଙ୍କଟ ଦୂରହେବା ସହିତ କ୍ଷୁଧା ନିବାରଣ କରାଯାଇପାରିବ ବୋଲି ଗବେଷକମାନେ ଆଶାୟୀ ଅଛନ୍ତି। ପ୍ରୋଟିନ୍‌ ପାଉଡର ପ୍ରସ୍ତୁତି ପାଇଁ ସାମଗ୍ରିକ ଭାବେ ବିଦ୍ୟୁତ୍‌, ଜଳ, ଅଙ୍ଗାରକାମ୍ଳ ଏବଂ ମାଇକ୍ରୋବ୍‌ସ ଆବଶ୍ୟକ। ସୌରଶକ୍ତି ଭଳି ନବୀକରଣଯୋଗ୍ୟ ଶକ୍ତି ଉତ୍ସରୁ ଯେ କୌଣସିଠାରେ ପ୍ରୋଟିନ୍‌ ପ୍ରସ୍ତୁତ କରାଯାଇପାରିବ। ଏହି ପ୍ରକ୍ରିୟା ପାଇଁ ସବୁତକ କଞ୍ଚାମାଲ୍‌ ବାୟୁରୁ ମିଳିପାରିବ। ଭବିଷ୍ୟତରେ ଏହି ପ୍ରକ୍ରିୟା ଦୁର୍ଭିକ୍ଷ ପ୍ରପୀଡ଼ିତ ଏବଂ ମରୁଭୂମି ଅଞ୍ଚଳରେ କରାଗଲେ ଲୋକଙ୍କୁ କ୍ଷୁଧା ସଂକଟରୁ ରକ୍ଷାକରାଯାଇ ପାରିବ ବୋଲି ଫିନ୍‌ଲାଣ୍ଡସ୍ଥିତ ଭିଟିଟି ଟେକ୍ନିକାଲ୍‌ ରିସର୍ଚ୍ଚ ସେଣ୍ଟର ମୁଖ୍ୟ ବୈଜ୍ଞାନିକ ଜୁହା-ପେକ୍କା ପିଟ୍‌କାନେନ୍‌ ପ୍ରକାଶ କରିଛନ୍ତି। ଏକ ବାୟୋରିଆରରେ ଇଲେକ୍‌ଟ୍ରୋଲିସିସ୍‌ ପଦ୍ଧତିରେ କଞ୍ଚାମାଲ୍‌ଗୁଡିକୁ ଏକ୍ସପୋଜ୍‌ କରାଗଲେ ଏହି ପ୍ରକ୍ରିୟାରେ ପ୍ରୋଟିନ୍‌ ପାଉଡର ସୃଷ୍ଟି ହୋଇପାରିବ। ଏହା ୫୦%ରୁ ଅଧିକ ପ୍ରୋଟିନ୍‌ ଏବଂ ୨୫% କାର୍ବୋହାଇଡ୍ରେଟ୍‌ସରେ ପରିପୂର୍ଣ୍ଣ। ଉପତ୍ାଦନରେ ବ୍ୟବହୃତ ମାଇକ୍ରୋବ୍‌ସ ପରିମାଣ ପରିବର୍ତ୍ତନ କରି ଉକ୍ତ ଅନୁପାତକୁ ପରିବର୍ତ୍ତନ କରାଯାଇପାରିବ। ଉକ୍ତ ପ୍ରୋଟିନ୍‌ କୃଷିଜାତ ଖାଦ୍ୟସାମଗ୍ରୀର ବିକଳ୍ପ ହୋଇପାରିବ ଏବଂ କୃଷିକ୍ଷେତ୍ରକୁ ଜଙ୍ଗଲ ଭଳି ଅନ୍ୟାନ୍ୟ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରାଯାଇପାରିବ। ଯେଉଁଠି ଆବଶ୍ୟକ ପଡ଼ିବ ସେଠାରେ ଉକ୍ତ ପଦ୍ଧତିରେ ଖାଦ୍ୟ ଉପତ୍ାଦନ କରାଯାଇପାରିବ ବୋଲି ଗବେଷକମାନେ କହିଛନ୍ତି। ଉକ୍ତ ପ୍ରୋଟିନ୍‌ ପାଉଡରରୁ ଅନ୍ୟାନ୍ୟ ଖାଦ୍ୟ ଉପତ୍ାଦ ମଧ୍ୟ ପ୍ରସ୍ତୁତ କରାଯାଇପାରିବ। ଏହା ଅତ୍ୟନ୍ତ ପୁଷ୍ଟିକାରକ। ଏଥିରେ ପ୍ରୋଟିନ୍‌ ଏବଂ କାର୍ବୋହାଇଡ୍ରେଟ୍‌ ସମେତ ସ୍ନେହସାର ଏବଂ ନ୍ୟୁକ୍ଲିକ୍‌ ଏସିଡ୍‌ ରହିଛି ବୋଲି ପିଟ୍‌କାନେନ୍‌ ପ୍ରକାଶ କରିଛନ୍ତି। ଗବେଷକଙ୍କ ଆକଳନ ଅନୁଯାୟୀ, ବିଜ୍ଞାନାଗାରରେ ବର୍ତ୍ତମାନ ୧୦୦ଗ୍ରାମ୍‌ ପ୍ରୋଟିନ୍‌ ଉପତ୍ାଦନ ପାଇଁ ଦୁଇ ସପ୍ତାହ ସମୟ ଲାଗୁଛି। କିନ୍ତୁ ବର୍ତ୍ତମାନର ପଦ୍ଧତି ଅନୁଯାୟୀ ପ୍ରଚୁର ପରିମାଣରେ ପ୍ରୋଟିନ୍‌ ପାଉଡର ଉପତ୍ାଦନ କରାଗଲେ ଏହା ବିଶ୍ୱର ଖାଦ୍ୟସଂକଟକୁ ଦୂର କରିପାରିବ ବୋଲି ଗବେଷକମାନେ କହିଛନ୍ତି।

"/>

ଅଙ୍ଗାରକାମ୍ଳରୁ ଖାଦ୍ୟ ଉତ୍ପାଦନ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri