ଇମୋଜି: ଶବ୍ଦର ଛୁଟି


ଦିନକୁ ଦିନ ସୋସିଆଲ୍‌ ସାଇଟ୍‌ରେ ମେସେଜ୍‌, ଷ୍ଟାଟସ୍‌ ହେଉ ଅବା କମେଣ୍ଟ ଲାଗି ଶବ୍ଦର ସ୍ଥାନ ମାଡି ବସୁଛି ଇମେଜି । ତେବେ ଏହି ଭିଜୁଆଲ୍‌ ଶର୍ଟକଟ୍‌ ନା କେବଳ ଲମ୍ବା ବାକ୍ୟ ଲେଖିବାର ସ୍ପେଶ୍‌ କମାଉଛି ବରଂ ଅଧିକ ଏକ୍ସପ୍ରେସିଭ୍‌, ଆଇକ୍ୟାଚି ଏବଂ ଫନି ମଧ୍ୟ ଲାଗୁଛି...  

ଇମୋଜି। ପ୍ରଥମେ ଜାପାନର ଜଣେ ମୋବାଇଲ କମ୍ପାନୀ କର୍ମଚାରୀ ଶିଗେଟାକା କୁରିଟାଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ତାଙ୍କୁ ଇମୋଜିର ଜନକ ବୋଲି ମଧ୍ୟ କୁହାଯାଇଥାଏ। ସେ ଏହି ଶବ୍ଦଟି ଇ+ମୋଜି ଅର୍ଥାତ୍‌ ପିକ୍ଚର+କ୍ୟାରେକ୍ଟର ବା ଚିତ୍ର+ଚରିତ୍ରକୁ ନେଇ ଆରମ୍ଭ କରିଥିଲେ। ସେ ଖବରକାଗଜ ଏବଂ ଟେଲିଭିଜନରେ ପାଣିପାଗ ସୂଚନା ଲାଗି ଶବ୍ଦ ବଦଳରେ ଦିଆଯାଉଥିବା ସିମ୍ବଲଗୁଡିକୁ ଦେଖି ମଣିଷର ଭାବକୁ ଶବ୍ଦ ବଦଳରେ ଚିତ୍ର ମାଧ୍ୟମରେ ପ୍ରକାଶ କରିବାକୁ ଉଦ୍ୟମ କରିଥିଲେ। ଏଥିଲାଗି ସେ ନିଜର ଏକ ଟିମ୍‌ଙ୍କ ସହାୟତାରେ ପ୍ରଥମେ ୧୭୬ଟି ଇମୋଜି ପ୍ରସ୍ତୁତ କରିଥିଲେ। ପ୍ରଥମେ କେବଳ ମୁହଁରେ ବିଭିନ୍ନ ଭାବ ଥିବା  ଚିତ୍ରକୁ ନିଆଯାଇଥିଲା। ଏହାବ୍ୟତୀତ ପୋଲିସ ଓ କନ୍‌ଷ୍ଟ୍ରକ୍ସନ କର୍ମଚାରୀମାନଙ୍କ ସିମ୍ବଲକୁ ପୁରୁଷ ଏବଂ ମହିଳା ଅଧିକ ଶପିଂ ଏବଂ ବିୟୁଟିପାର୍ଲର ଯାଉଥିବାରୁ ସେମାନଙ୍କ ଚରିତ୍ରରେ କେଶ କାଟୁଥିବା କିମ୍ବା ମସାଜ ନେଉଥିବାର ଚିତ୍ର ଦିଆଯାଉଥିଲା। ଧିରେ ଧିରେ ଶବ୍ଦ ପରିବର୍ତ୍ତେ ଏସବୁ ସିମ୍ବଲ ଲୋକାଦ୍ରୁତ ହେବାକୁ ଲାଗିଲା। ଆରମ୍ଭରେ ଏହା ଡୋକୋମୋ ଏବଂ ପରେ ୨୦୦୭ରେ ମୋବାଇଲ୍‌ ଟେକ୍ନୋଲୋଜିରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଏବଂ ଏକାଧିକ ଟେଲିକମ୍‌ କମ୍ପାନୀର ନେଟଓ୍ବର୍କ ସାଙ୍ଗକୁ ସ୍ମାର୍ଟଫୋନ୍‌ର ବ୍ୟବହାର ଆରମ୍ଭ ହେବା ଦ୍ୱାରା ବିଭିନ୍ନ ପ୍ରକାର ଇମୋଜି ମଧ୍ୟ ପ୍ରସ୍ତୁତ କରାଗଲା। ବିଶେଷ କରି ୨୦୧୧ରେ ଆପ୍‌ଲ ଦ୍ୱାରା ଇମୋଜି କିବୋର୍ଡ ଆରମ୍ଭ ହେବା ପରଠୁ ଏହା ଅଧିକ ବ୍ୟବହାର ହେଲା। ବର୍ତ୍ତମାନ  ମଣିଷର ପ୍ରତ୍ୟେକ କାର୍ଯ୍ୟ ଠାରୁ ଆରମ୍ଭ କରି ଭାବ ପର୍ଯ୍ୟନ୍ତ ସିମ୍ବଲର ଉଭୟ ମେଲ୍‌ ଏବଂ ଫିମେଲ୍‌ ଭର୍ସନ ସହିତ ଏକାଧିକ ସ୍କିନ୍‌ଟୋନ ମଧ୍ୟ ଉପଲବ୍ଧ। କେବଳ ଏତିକି ନୁହେଁ ଏଥିରେ ପିଲା, ଯୁବାବସ୍ଥା, ବୃଦ୍ଧାବସ୍ଥା ସହିତ ପରିବାର, ବନ୍ଧୁ ଇତ୍ୟାଦି ଭଳି ବିଭିନ୍ନ ସିମ୍ବଲ ମଧ୍ୟ ଆସୁଛି। ପ୍ରତ୍ୟେକ ଜିନିଷର ମଧ୍ୟ ଇମୋଜି ଆସୁଥିବାରୁ ଶବ୍ଦର ବ୍ୟବହାର ସୋସିଆଲ ମିଡିଆରେ କ୍ରମଶଃ କମିବାରେ ଲାଗୁଛି। 

 

ଇମୋଜି କଞ୍ଜୁମର ସାଇନ୍ସ ଟିମ୍‌ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟ ମୁତାବକ ବର୍ତ୍ତମାନ ସମସ୍ତ ସୋସିଆଲ ସାଇଟ୍‌ ବ୍ୟବହାରକାରୀଙ୍କ ମଧ୍ୟରୁ ପ୍ରାୟ ୯୨ ଭାଗ ଇମୋଜି ବ୍ୟବହାର କରୁଛନ୍ତି। ଯେଉଁମାନଙ୍କ ମଧ୍ୟରେ ୧୮ରୁ ୨୯ ବର୍ଷ ବୟସର ବ୍ୟବହୃତାଙ୍କ ସଂଖ୍ୟା ସର୍ବାଧିକ ଅର୍ଥାତ୍‌ ପ୍ରାୟ ୭୦%। ତେବେ ପ୍ରାୟ ୭୦% ମହିଳା ଇମେଜୀ ବ୍ୟହାର କରୁଥିବା ବେଳେ ପୁରୁଷଙ୍କ ସଂଖ୍ୟା ୫୦%। ସୋସିଆଲ୍‌ ସାଇଟ୍‌ ବିଶେଷ କରି ଫେସ୍‌ବୁକ୍‌, ଟ୍ବିଟର, ହ୍ବାଟ୍ସଆପ୍‌ ଏବଂ ଇନ୍‌ଷ୍ଟାଗ୍ରାମ୍‌ରେ ଏହାର ବ୍ୟବହାର ସର୍ବାଧିକ। ତେବେ ସୋସିଆଲ ସାଇଟ୍‌ରେ ଇମୋଜିର ବ୍ୟବହାର ବୃଦ୍ଧିପାଇବା ପଛରେ ରହିଛି ଏକାଧିକ କାରଣ। 

 

ଯଥା:

- ଶବ୍ଦ ତୁଳନାରେ ଚିତ୍ର ସାହାଯ୍ୟରେ ନିଜର ଭାବ ପ୍ରକାଶ କରିବା ଅଧିକ ସହଜ ହେଉଥିବାରୁ ଇମେଜି ଶବ୍ଦର ସ୍ଥାନ ଗ୍ରହଣ କରୁଛି। ଟକ୍‌ଟକ୍‌ ଆଣ୍ଡ ବ୍ୟାଙ୍ଗର୍‌ ୟୁନିଭର୍ସିଟିର ଲିଙ୍ଗୁଇଷ୍ଟିକ୍‌ ବିଭିଗର ପ୍ରଫେସର ଭିଭ୍‌ ଇଭାନ୍ସଙ୍କ ଦ୍ୱାରା କରାଯାଇଥିବା ଏକ ସର୍ଭେ ରିପୋର୍ଟ ମୁତାବକ ଗତବର୍ଷକୁ ତୁଳନା କଲେ ମାତ୍ର ଏକ ବର୍ଷ ମଧ୍ୟରେ ଚଳିତ ବର୍ଷ ହାରାହାରି ୬୨% ଇମୋଜି ବ୍ୟବହାର ବୃଦ୍ଧିପାଇଛି। 

 

- ମୋବାଇଲ୍‌ ଫୋନ୍‌ ହେଉ ଅବା କମ୍ପ୍ୟୁଟରରେ ଅନ୍ୟ ପର୍ଯ୍ୟନ୍ତ ନିଜର କଥା କିମ୍ବା ଭାବ ପହଞ୍ଚାଇବା ଲାଗି ଲମ୍ବା ଲମ୍ବା ବାକ୍ୟ ଟାଇପ୍‌ କରିବା ଦ୍ୱାରା ସମୟ ମଧ୍ୟ ଅଧିକ ଯାଉଥିଲା। ହେଲେ ଇମୋଜି ବ୍ୟବହାର ଦ୍ୱାରା ଏହି ସମୟ ମଧ୍ୟ କମିଯାଇଛି। 

 

- ଆପ୍‌ଲ ଦ୍ୱାରା ‘ଟ୍ୟାପ୍‌ ଟୁ ରିପ୍ଲେସ୍‌ ଇମୋଜି ଇନ୍‌ ଆଇଓଏସ୍‌’ ଫିଚର ଦ୍ୱାରା ମଧ୍ୟ ଏହାର ବ୍ୟବହାର ଆହୁରି ସହଜ ଏବଂ ସରଳ ହୋଇପାରିଛି। 

 

- ଅନ୍ୟର ପୋଷ୍ଟ କିମ୍ବା ପ୍ରୋଫାଇଲ୍‌, ଷ୍ଟାଟସ୍‌ ଆଦିରେ କିଛି କମେଣ୍ଟ ଦେବା ଲାଗି ବ୍ୟବହାର କରୁଥିବା ଶବ୍ଦର ବେଳେ ବେଳେ ସଠିକ୍‌ ଅର୍ଥ ସମସ୍ତେ ବୁଝି ପାରନ୍ତି ନାହିଁ ଏବଂ ତା’କୁ ନେଇ ଅଯଥା ସମସ୍ୟା ସୃଷ୍ଟି ହୋଇଥାଏ। ଏମିତିକି ଏହାକୁ ନେଇ ଅନ୍ୟର ମନ କଷ୍ଟ ହେବା, ଝଗଡା କିମ୍ବା ସମ୍ପର୍କ ଭାଙ୍ଗିଯିବାର ମଧ୍ୟ ଦେଖିବାକୁ ମିଳିଥାଏ। ଏମିତିରେ ଇମୋଜି ବ୍ୟବହାର ଦ୍ୱାରା ଏଭଳି ସମସ୍ୟା ମଧ୍ୟ ଦୂର କରାଯାଇପାରୁଛି। 

 

- ବଡ ବଡ ବାକ୍ୟରେ ଯେତେବି ଗୁରୁତ୍ୱପୂର୍ଣ୍ଣ କଥା ଥାଉ ନା କାହିଁକି ସମୟ ଅଭାବରୁ ଅନେକେ ତାକୁ ମିସ୍‌ କରି ଆଗକୁ ବଢିଯାଆନ୍ତି। ଏମିତିରେ ଇମୋଜି ଅଳ୍ପକେ ଭାବ ପ୍ରକାଶ କରିବା ସହ ଆଇକ୍ୟାଚି ଏବଂ ଫନି ମଧ୍ୟ ଲାଗୁଥିବାରୁ ଏହାର ବ୍ୟବହାର ବୃଦ୍ଧି ପାଉଛି।

 

ସୋସିଆଲ ସାଇଟ୍‌ ସର୍ବାଧିକ ବ୍ୟବହୃତ ଇମୋଜି

 ଅନ୍ୟ ସୋସିଆଲ ସାଇଟ୍‌ ତୁଳନାରେ ଟ୍ବିଟର, ଫେସ୍‌ବୁକ୍‌ , ଇନ୍‌ଷ୍ଟାଗ୍ରାମ ଏବଂ ହ୍ବାଟ୍ସଆପ୍‌ରେ ଇମୋଜି ବ୍ୟବହାର ସର୍ବାଧିକ। ତେବେ ସମସ୍ତ ଇମୋଜି ମଧ୍ୟରୁ ହାପି ଫେସ୍‌ ୪୪ %, ସ୍ୟାଡ୍‌ ଫେସ୍‌ ୧୪ %, ହାର୍ଟ ଶେପ୍‌ ୧୩%, ହ୍ୟାଣ୍ଡ ସିମ୍ବଲ ୫% ଅଧିକ ବ୍ୟବହାର କରାଯାଉଛି।

 

କ’ଣ କରନ୍ତି ଏମାନେ...

ବିଶ୍ୱଜିତା ସ୍ବାଇଁ(ଯୁକ୍ତ ୩, ଶେଷ ବର୍ଷ ବାଣିଜ୍ୟ, ଉଦୟନାଥ କଲେଜ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ଅଡଶପୁର, କଟକ)- ଇମୋଜି ହେଉଛି ଭିଜୁଆଲ୍‌ ସର୍ଟ କଟ୍‌, ଯାହାକି ସ୍ପେଶ୍‌ କମାଇଥାଏ। ଅଧିକ ଶବ୍ଦ ଟାଇପ୍‌ କରିବାରେ ଯାଉଥିବା ସମୟକୁ ମଧ୍ୟ କମାଇଥାଏ। ତା’ ଛଡା ମଝିରେ ମଝିରେ ଇମୋଜି ପଠାଇବାରେ କିମ୍ବା ଇମୋଜିର ଉତ୍ତର ଇମୋଜିରେ ଦେବାରେ ଯେଉଁ ମଜା ଅଛି ତାହା ଶବ୍ଦରେ ନାହିଁ।

 

ପ୍ରଭାତ ବେହେରା( ଯୁକ୍ତ ୩ ପ୍ରଥମ ବର୍ଷ, ଦେବୀ କନ୍ଦଳ ନିତ୍ୟାନନ୍ଦ ମହାବିଦ୍ୟାଳୟ, ଏରଞ୍ଚ, କଟକ)- ସୋସିଆଲ୍‌ ସାଇଟ୍‌ରେ ମନର ଭାବ ପ୍ରକାଶ କରିବା ଲାଗି ଇମୋଜି ବେଷ୍ଟ ଅପ୍ସନ। ଏହାଦ୍ୱାରା କେଉଁ ଶବ୍ଦ କାହାକୁ ଖରାପ ଲାଗିବାର ଟେନ୍‌ଶନ୍‌ ବି ନାହିଁ। ସବୁଠୁ ମଜା କଥା ହେଉଛି ଇମୋଜିରେ କଥା ବେଶି ଏକ୍ସପ୍ରେସିଭ୍‌ ଏବଂ ଫନି ବି ଲାଗିଥାଏ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri