ବିମାନରେ ବିଶ୍ୱ ପରିକ୍ରମା


ମେଲବୋର୍ନ: ଅଷ୍ଟ୍ରେଲିଆର ୧୮ବର୍ଷ ବୟସ୍କ ଜଣେ ସର୍ବକନିଷ୍ଠ ପାଇଲଟ୍‌ ବିମାନ ଚଳାଇ ବିଶ୍ୱ ପରିକ୍ରମା କରିବାରେ ଗିନିଜ୍‌ ରେକର୍ଡ ସ୍ଥାପନ କରିପାରିଛନ୍ତି। ଗତ ଜୁଲାଇ ୪ରେ ଅଷ୍ଟ୍ରେଲୀୟ ବାଳକ ଲାଚ୍‌ଲାନ୍‌ କୁଇନ୍ସଲାଣ୍ଡସ୍ଥିତ ସ୍ମାର୍ଟ ସନ୍‌ଶାଇନ୍‌ କୋଷ୍ଟ ଏୟାରପୋର୍ଟରୁ ସାଇରସ୍‌ ଏସ୍‌ଆର୍‌ ୨୨ ବିମାନ ଯୋଗେ ଐତିହାସିକ ଯାତ୍ରା ଆରମ୍ଭ କରିଥିଲେ । ସେହି ଯାତ୍ରା ଅଗଷ୍ଟ ୨୭ରେ ସମ୍ପୂର୍ଣ୍ଣ ହୋଇଛି। ତାଙ୍କର ବୟସ ମାତ୍ର ୧୮ବର୍ଷ ୨୩୪ ଦିନ। ସମଗ୍ର ଯାତ୍ରା ପାଇଁ ଜିପିଏସ୍‌ (ଗ୍ଲୋବାଲ ପୋଜିଶନିଂ ସିଷ୍ଟମ) ତଥ୍ୟ ସହ ସମ୍ପୃକ୍ତ ବିସ୍ତୃତ ପ୍ରମାଣଭିତ୍ତିକ ସମୀକ୍ଷା ପରେ ଏହି ବିଷୟ ଘୋଷଣା କରାଯାଇଛି। ଏଥିସହିତ ବିମାନ ଛାଡ଼ିବାଠାରୁ ଅବତରଣ ପର୍ଯ୍ୟନ୍ତ ଅନେକ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଏବଂ ଭିଡିଓ ଫୁଟେଜକୁ ସମୀକ୍ଷା କରାଯାଇଥିବା ଗିନିଜ୍‌ ଓ୍ବାର୍ଲଡ ରେକଡର୍‌ସ ପକ୍ଷରୁ କୁହାଯାଇଛି। ୭ସପ୍ତାହର ଉଡାଣ ମଧ୍ୟରେ ଲାଚଲାନ୍‌ ୧୫ଟି ବିଭିନ୍ନ ଦେଶର ୨୪ଟି ସ୍ଥାନରେ ରହଣି କରିଥିଲେ। ସେ ବିମାନରେ ପାଖାପାଖି ୪୫,୦୦୦କିଲୋମଟିର ଯାତ୍ରା କରିଥିଲେ। ଉଡାଣ ପୂର୍ବରୁ ଲାଚଲାନ୍‌ କହିଥିଲେ ଯେ, ମୋ ମିଶନ୍‌ର ଲକ୍ଷ୍ୟ ହେଉଛି ଯୁବକମାନେ ସ୍ବପ୍ନ ଦେଖିବା ସହିତ ସେହି ସ୍ବପ୍ନ ଚରିତାର୍ଥ କରିବାକୁ ସେମାନଙ୍କୁ ପ୍ରେରଣା ଦେବା। ଅନ୍ୟମାନଙ୍କଠାରେ ବିଶ୍ୱାସ ବୃଦ୍ଧିକରିବା ଦ୍ୱାରା ସେମାନେ ସ୍ବପ୍ନ ଦେଖିବାକୁ ସାହସୀ ହୋଇପାରିବେ। ପୂର୍ବରୁ ବିମାନ ଚଳାଇ ବିଶ୍ୱ ପରିକ୍ରମା କରିବାରେ ରେକର୍ଡ କରିଥିଲେ ଆମେରିକାର ମାଥ୍ୟୁ ଗୁଥ୍‌ମେଲାର। ତାଙ୍କୁ ମାତ୍ର ୧୯ବର୍ଷ ୭ମାସ ୧୫ଦିନ ହୋଇଥିବା ବେଳେ ସେ ୨୦୧୪ରେ ଏହି ଟାଇଟଲ୍‌ ହାସଲ କରିପାରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri