ବେଆଇନ ବାଲି ନେଇ ଯାଉଥିଲା ଟ୍ରାକ୍ଟର: ମାଡ଼ିବସିଲା ବନ ବିଭାଗ

ଜଗନ୍ନାଥ ପ୍ରସାଦ,୩।୧୧(ବିଭୁ ପ୍ରସାଦ ପଟ୍ଟନାୟକ): ବେଆଇନ ବାଲି ଚୋରିକୁ ରୋକିବା ସକାଶେ ରାଜ୍ୟ ସରକାର ବେଶ ତତ୍ପରତା ପ୍ରକାଶ କରିଛନ୍ତି । ବାଲି ଚୋରିକୁ ଦୃଢ଼ ହସ୍ତରେ ଦମନ ସହ ମାଫିଆଙ୍କୁ ସାବାଡ କରିବାକୁ ଆଇନ କରି ବନ ବିଭାଗ ଓ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ବେଆଇନ ବାଲି ଚାଲାଣ ହେଉଥିବା ଖବର ପାଇ ଜଗନ୍ନାଥ ପ୍ରସାଦ ବନାଞ୍ଚଳ ଅଧିକାରୀ ସୁଶ୍ରୀ ସୁଜାତା ରାଣୀ ପଣ୍ଡାଙ୍କ ନେତୃତ୍ରେ ଲୁଣ୍ଡୁରୁପଦର ବିଟ ଜାମୁ ଝରଣ ନାଳ ଠାରେ ବନରଖି ଚନ୍ଦ୍ର ଶେଖର ପାଣିଗ୍ରାହୀ ଓ ସ୍କ୍ବାଡ ଟିମ ସଦଳ ବଳ ଚଢ଼ାଉ କରି ଗୋଟିଏ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଥିଲେ । ଗାଡିଟି ଅଳସୁ ଗ୍ରାମ ନିମ ସାହି୍‌ର ବୋଲି ସୂଚନା ମିଳିଛି I ଉତ୍ତର ଘୁମୁସରମ୍ପର ବନଖଣ୍ଡର ସମ୍ପ୍ରତି ପାଇଛେଲିଆ ସରଂକ୍ଷିତ ଜଙ୍ଗଲ ଅଟେ। ଯାହାକୁ ନେଇ ଅଞ୍ଚଳ ବନାଞ୍ଚଳ ଗର୍ବିତ ଅନୁଭବ କରେ। ମଧ୍ୟ୍ୟ ରାତ୍ରରେ ପେଟ୍ରୋଲିଙ୍ଗ ସାରି ଫେରୁଥିବା ସମୟରେ ଉକ୍ତ ଜାଗାରୁ ବାଲି ବୋଝଇ ଗାଡି ଦ୍ରୁତ ଗତିରେ ଯିବାକୁ ଚେଷ୍ଟା କରୁଥିବା ବେଳେ ବନବିଭାଗ କର୍ମଚାରୀ ଗୋଡ଼ାଇ ଧରିବାରେ ସଫଳ ହୋଇଥିଲେ I ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସହ ଦୁଇ ଜଣକୁ ଅଟକ ରଖାଯାଇଥିବା ରେଞ୍ଜ କାର୍ଯ୍ୟାଳୟରୁ ସୂଚନା ମିଳିଛି I

 

Dharitri – Odisha’s No.1 Odia Daily