ସଂରକ୍ଷିତ ଜଙ୍ଗଲରେ ୨୮ ବେଆଇନ ନିର୍ମାଣ ଘର ଭାଙ୍ଗିଲା ବନ ବିଭାଗ

ଝରିଗାଁ,୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ରହିଥିବା ସଂରକ୍ଷିତ ଜଙ୍ଗଲରେ ବହୁ ଅସାଧୁ ବେଆଇନ ଘର କରୁଥିବା ସହ ବହୁ ପୁରୁଣା ଜଙ୍ଗଲ ନଷ୍ଟ କରି ସେଠାରେ ଅବାଧ ଭାବେ ମକାଚାଷ କରୁଥିବା ବେଳେ ଏବେ ଜିଲା ବନ ବିଭାଗ ଆକ୍ସନ ମୋଡ୍‌ରେ ରହିଥିବା ଦେଖାଦେଇଛି। ଝରିଗାଁ ବନାଞ୍ଚଳ ଅଧିନସ୍ଥ ହାତୀବାଡ଼ି ସଂରକ୍ଷିତ ଜଙ୍ଗଲରେ ବେଆଇନ ଘର ନିର୍ମାଣ ବଢ଼ି ଚାଲିଥିଲା। ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରାଙ୍କ ନେତୃତ୍ୱରେ ରବିବାର ହାତୀବାଡ଼ି ଗ୍ରାମର ରାସ୍ତାକଡ଼ର ଦୁଇ ପାର୍ଶ୍ୱରେ ରହିଥିବା ୨୮ ଘର ଉପରେ ଜେସିବି ଲଗାଇ ସମ୍ପୂର୍ଣ୍ଣ ଭଙ୍ଗା ଯାଇଛି। ଗତ ମାସ ୧୮ତାରିଖରେ ଝରିଗାଁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ନୋଟିସ୍‌ ପ୍ରଦାନ କରାଯାଇଥିଲା। ପତ୍ର ପାଇବାର ତିନି ଦିନ ମଧ୍ୟରେ ଅସ୍ଥାୟୀ କୁଡ଼ିଆ ଉଠାଇବା ନେଇ ନୋଟିସ୍‌ରେ ଲିଖିତ ରହିଥିଲା। ଝରିଗାଁ ତହସିଲଦାର ସୁମନ୍ତ କୁମାର ପାତ୍ର ମାଜିଷ୍ଟ୍ରେଟ୍‌ ଭାବେ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ବେଳେ ଏସିଏଫ୍‌ ସୁବାସ ଚନ୍ଦ୍ର ଖୁଣ୍ଟିଆଙ୍କ ଉପସ୍ଥିତିରେ ସଂରକ୍ଷିତ ଜଙ୍ଗଲରେ ରହିଥିବା ୨୮ ବେଆଇନ ନିର୍ମାଣ ସ୍ଥାୟୀ ଏବଂ ଅସ୍ଥାୟୀ ଘର ଭଙ୍ଗାଯାଇଥିଲା। ଏହି ଅବସରରେ ଝରିଗାଁ ରେଞ୍ଜର ଗୋବିନ୍ଦ ଚନ୍ଦ୍ର ନାୟକ, ଉମରକୋଟ ରେଞ୍ଜର ବିଧୂସ୍ମିତା ସାହୁ, ନବରଙ୍ଗପୁର ରେଞ୍ଜର ଗୋପୀନାଥ ସାହୁ, ଥାନା ଏସ୍‌ଆଇ କେ.ଲକ୍ଷ୍ମୀନାରାୟଣ ଦୋରା, ଏଏସ୍‌ଆଇ ମମତା ସେଠୀଙ୍କ ସମେତ ଜିଲାର ଝରିଗାଁ, ଉମରକୋଟ, ରାଇଘର, ଡାବୁଗାଁ ଏଂ କୋଡ଼ିଙ୍ଗା ରେଞ୍ଜର ସମସ୍ତ ଫରେଷ୍ଟର, ଫରେଷ୍ଟ ଗାର୍ଡ, ଓ୍ବାଇଲ୍ଡଲାଇଫ୍‌ ଟିମ୍‌, ପାରା ଷ୍ଟାଫ ପ୍ରମୁଖ ଉପସ୍ଥିତ ରହିଥିଲେ। ସଂରକ୍ଷିତ ଜଙ୍ଗଲରେ ବେଆଇନ ଘର ଭଙ୍ଗାଯିବା ପରେ କିଛି ପରିବାର ଲୋକ ଏବେ ବେସାହାରା। ଗଛତଳେ ଆଶ୍ରୟ ନେଇଥିବା ଦେଖାଦେଇଛି। ଉଚ୍ଛେଦ ଚାଲିଥିବା ସମୟରେ ଡିଏଫ୍‌ଓ ଶୁଭେନ୍ଦୁ ପ୍ରସାଦ ବେହେରା ହାତୀବାଡ଼ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।

ସୂଚନାଯୋଗ୍ୟ, ହାତୀବାଡ଼ି ଗ୍ରାମରେ ରହିଥିବା ସଂରକ୍ଷିତ ଜଙ୍ଗଲରେ ନୂତନ ଘର ନିର୍ମାଣ ବାରଣ କରିବାରୁ ଗତ ମାସ ୧୫ ତାରିଖରେ ଫରେଷ୍ଟ ଗାର୍ଡଙ୍କୁ ମୁଣ୍ଡ ଫଟା ମାଡ଼ ହୋଇଥିଲା। ଘଟଣା ନେଇ ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଝରିଗାଁ ଥାନା କେସ୍‌ ନମ୍ବର ୭୬/୨୦୨୫ରେ ଏକ ମାମଲା ରୁଜୁ କରାଯାଇଥିଲା। ଘଟଣାରେ ଝରିଗାଁ ପୋଲିସ ଜଗନ୍ନାଥ ସାନ୍ତାଙ୍କ ସହ ପୁଅ କୃତ୍ତିବାସ ସାନ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଟପ୍‌ ୭ଟିି ସରକାରୀ ଚାକିରି, IAS ଭଳି ଦରମା, କମ୍‌ ପରିଶ୍ରମରେ…

ନୂଆଦିଲ୍ଲୀ,୭।୧୨: ସରକାରୀ ଚାକିରି ପାଇବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ସ୍ୱପ୍ନ। ତଥାପି, ଅଧିକାଂଶ ଲୋକ କେବଳ କିଛି ହାଇ-ପ୍ରୋଫାଇଲ ପଦବୀ ବିଷୟରେ ଜାଣନ୍ତି –...

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

ବିଲରୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡିଲା ବିଲୁଆ

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିରେ ମାତିଛି ବିଲୁଆ। ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁର ସୁକୁନୁ ଜେନା(୫୮), ସୋଲି ସ୍ବାଇଁ(୬୦),ତପସ୍ବିନୀ ଜେନା(୨୫),ଶର୍ମିଲା ଜେନା(୩୫),ଗୁରୁଦେବ ରଣା(୩୮)ବିଲୁଆ...

ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...

୨୫ରୁ କୂର୍ମୀ କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ମହାସଭା: ଘୁମୁସର ବୀର ଚକରାଙ୍କ ଇତିହାସ ଜାଣିବେ

ଭଞ୍ଜନଗର,୭।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ଦ୍ୱାଦଶତମ...

ଶୀତରେ ଥରୁଛି ଜି. ଉଦୟଗିରି: ଲୋକଙ୍କ ପାଇଁ ନିଆଁ ହିଁ ସାହା ଭରସା

ଜି.ଉଦୟଗିରି,୭।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସବୁଜ ସୁନ୍ଦର ଚତୁଃପାର୍ଶ୍ୱରେ ପାହାଡ଼ ପର୍ବତ ଘେରି ରହିଥିବା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ ତାପମାତ୍ରା...

ଭୁବନେଶ୍ୱରରେ ପହଞ୍ଚିଲେ ଯଶପ୍ରୀତ୍‌ ବୁମ୍‌ରା

ଭୁବନେଶ୍ୱର,୭ା୧୨: ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍‌ରା। ଆସନ୍ତା ୯ ତାରିଖରେ ବାରବାଟୀରେ T-20 ଖେଳିବାକୁ ଆଗୁଆ ଆସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri