ଗଞ୍ଜାମରେ ପ୍ରଥମ ‘ବୋଇତ ବନ୍ଦାଣ’ ଉତ୍ସବ: ଋଷିକୂଲ୍ୟା ନଦୀ ତଟରେ ଭବ୍ୟ ଆୟୋଜନ

ଗଞ୍ଜାମ,୫।୧୧(ଅଖିଳ ତରାଇ): ଓଡ଼ିଶାର ଏକ ପୁରାତନ ତଥା ଐତିହାସିକ ସାମୁଦ୍ରିକ ବାଣିଜ୍ୟ କେନ୍ଦ୍ର ଗଞ୍ଜାମରେ ପ୍ରଥମଥର ପାଇଁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଡଙ୍ଗାଭସା ତଥା ରାସ ପୂର୍ଣ୍ଣିମା ଅବସରରେ ଏକ ବୋଇତ ବନ୍ଦାଣ ଉତ୍ସବ ଆୟୋଜିତ ହୋଇଯାଇଛି। ପୁରାତନ କାଳରୁ ଗଞ୍ଜାମର ବଣିକମାନେ ବୋଇତ ଦ୍ୱାରା ବିଭିନ୍ନ ଦେଶ ସହ ବାଣିଜ୍ୟ କରୁଥିଲେ, ଯାହା ଆମ ଗୌରବମୟ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।
ଓଡ଼ିଆ ଜାତିର ସ୍ବାଭିମାନ ଓ ମହାନ ନୌବାଣିଜ୍ୟ ପରମ୍ପରାର ମହାନ ନିଦର୍ଶନ “ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର!”କୁ ସ୍ମରଣ କରି ଗଞ୍ଜାମ ଅଞ୍ଚଳବାସୀ ଏହି ସମୃଦ୍ଧ ପରମ୍ପରାକୁ ପୁନଃ ଉଜ୍ଜୀବିତ କରିବା ପାଇଁ ସ୍ଥାନୀୟ ଋଷିକୂଲ୍ୟା ନଦୀ ତଟରେ ଏହି ଭବ୍ୟ ଉତ୍ସବ ଆୟୋଜନ କରିଥିଲେ। ଏହି ଅବସରରେ ଏନସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ, ଆଇଆଇସି ସୁମିତ୍ରା ପାତ୍ର, ଗ୍ରାସିମ ୟୁନିଟ ମୁଖ୍ୟ ଅଜୟ ଗୁପ୍ତାଙ୍କ ସମେତ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ। ସ୍ଥାନୀୟ ଅଞ୍ଚଳର ପିଲାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକମାନେ ଉତ୍ସାହର ସହ ଏହି ଉତ୍ସବରେ ଯୋଗଦେଇ ଓଡ଼ିଆ ଜୀବନ ସଂସ୍କୃତିକୁ ସ୍ମରଣ କରିବା ସହ ଏହାକୁ ସଫଳ କରିଥିଲେ। ଅଞ୍ଚଳବାସୀଙ୍କ ଏହି ପ୍ରୟାସ ନୌବାଣିଜ୍ୟ ପରମ୍ପରା ପ୍ରତି ସେମାନଙ୍କ ଗଭୀର ଶ୍ରଦ୍ଧାକୁ ପ୍ରତିପାଦିତ କରୁଛି।

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଆରମ୍ଭ ହେଲା କଂସ ଚୟନ

ବରଗଡ଼,୧୭।୧୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡ଼ିସେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧ ଦିନ...

ପାଣି ପାଇଁ ଛଟପଟ ହେଲାଣି ଇରାନ, ଆରମ୍ଭ କଲା ‘ଅପରେଶନ ବର୍ଷା’

ତେହେରାନ,୧୭।୧୧: ଦଶନ୍ଧି ପରେ ପ୍ରଥମ ଥର ପାଇଁ ଇରାନ ଏକ ଭୟଙ୍କର ମରୁଡ଼ିର ସମ୍ମୁଖୀନ ହେଉଛି। ପରିସ୍ଥିତି ଏପରି ଖରାପ ହୋଇଛି ଯେ ସରକାର କ୍ଲାଉଡ...

ଡିଜେଲ ଟ୍ୟାଙ୍କରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌: ୪୨ ତୀର୍ଥଯାତ୍ରୀ ଜୀବନ୍ତ ଦଗ୍ଧ

ରିୟାଧ,୧୭।୧୧: ସାଉଦି ଆରବରେ ସୋମବାର ଏକ ଭୟଙ୍କର ଦୁର୍ଘଟଣା ହୋଇଛି। ମକ୍କାରୁ ମଦିନା ଯାଉଥିବା ଏକ ଯାତ୍ରୀବାହୀ ବସ ଏକ ଡିଜେଲ ଟ୍ୟାଙ୍କର ସହିତ ଧକ୍କା...

ଆମେରିକା ସହିତ ଐତିହାସିକ ଚୁକ୍ତି ସ୍ବାକ୍ଷର କଲା ଭାରତ: କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୭।୧୧: ଭାରତ ଆମେରିକା ସହିତ ‘ଐତିହାସିକ LPG ଚୁକ୍ତି’ ସ୍ବାକ୍ଷର କରିଛି। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୋମବାର...

ଜୀବନରେ ସଙ୍କଟ ଆସିବା ପୂର୍ବରୁ ଦେଖାଦିଏ ଏହି ୩ ବଡ଼ ସଙ୍କେତ: ହୋଇଯାନ୍ତୁ ସତର୍କ

ଭାରତର ମହାନ ଅର୍ଥନୀତିଜ୍ଞ, ଋଷି ଏବଂ ରାଜନେତା ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ର ଗ୍ରନ୍ଥରେ ଜୀବନର ପ୍ରତ୍ୟେକ ଦିଗ ପାଇଁ ଗୁପ୍ତ କଥା ଏବଂ ନିୟମ...

‘ମୁଁ ବଞ୍ଚିଛି, ଆଉ ବଞ୍ଚି ରହିବି’, ରାୟ ପ୍ରକାଶ ପାଇବାର କିଛି ଘଣ୍ଟା ପୂର୍ବରୁ ଏମିତି କହିଲେ ଶେଖ ହାସିନା, ୟୁନୁସଙ୍କୁ ଦେଲେ କଡ଼ା ବର୍ତ୍ତା

ଢାକା,୧୭।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ତାଙ୍କ ଦେଶରେ ଏକ ଦେଶଦ୍ରୋହ ମାମଲା ସାମ୍ନା କରୁଛନ୍ତି, ଯାହାର ରାୟ ସୋମବାର ଆସିବାକୁ ଯାଉଛି। ସାରା...

ପୁଣି ଖସିଲା ତାପମାତ୍ରା: ସର୍ବନିମ୍ନ ୭ ଡିଗ୍ରୀ ରେକର୍ଡ

ଦାରିଙ୍ଗବାଡି, ୧୫।୧୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅସହ୍ୟ ଶୀତ ଅନୁଭୂତ ହେଉଛି। ତାପମାତ୍ରା ୨ ଦିନ ସାମାନ୍ୟ ବୃଦ୍ଧି ପାଇଥିବାବେଳେ ପୁଣି ସୋମବାର ତାପମାତ୍ରା...

ଟ୍ରେନ ଲାଇନଚ୍ୟୁତ ପାଇଁ ଷଡଯନ୍ତ୍ର: ଟ୍ରାକ୍‌ରୁ ମିଳିଲା ଗ୍ୟାସ ସିଲିଣ୍ଡର

ଆଲିଗଡ଼,୧୭।୧୧: ଉତ୍ତର ପ୍ରଦେଶର ଆଲିଗଡ଼ ଜିଲାର ସୀମା ଫାଟକ ନିକଟରେ ରେଳ ଟ୍ରାକରେ ଏକ ଏଲପିଜି ସିଲିଣ୍ଡର ମିଳିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦିଲ୍ଲୀ-ହାୱଡା...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri