ପାରାଦୀପ,୫ା୧୧: ଯାତ୍ରା କଳାକାର ଦେବୀ ରଥଙ୍କ ମୃତ୍ୟୁକୁ ନେଇ ପୁଅ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ପାରାଦୀପ ଗଡ଼ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶୋଭାଯାତ୍ରା ହେଉଥିଲା। ଯେଉଁଥିରେ କି ଆମ ଘର ଦୁଲୁକିଥିଲା। କାହାକୁ କହିଲେ ବି କେହି ଶୁଣି ନ ଥିଲେ। ଏକାସାଙ୍ଗେ ୩ଟି ଡିଜେ ବାଜିବାରୁ ଜଣେ ୭୧ ବର୍ଷୀୟ ବୃଦ୍ଧ କେମିତି ସମ୍ଭାଳିଥାନ୍ତେ। ମଙ୍ଗଳବାର ରାତି ସାଢ଼େ ୨ଟା ପର୍ଯ୍ୟନ୍ତ ବାପାଙ୍କ ଅବସ୍ଥା ଠିକ୍ଠାକ୍ ଥିଲା। ଡିଜେ ବାଜିବା ପରେ ମୃତ୍ୟୁ ଘଟିଥିବା ସେ କହିଛନ୍ତି।
ଅନ୍ୟପକ୍ଷରେ ଡିଜେ ସଂଘର ସଭାପତି ଦେବୀ ରଥଙ୍କ ଘର ପାଖରେ ଡିଜେ ବାଜିନି ବୋଲି କହିଛନ୍ତି। ସେ କହିଛନ୍ତି, ବାଜାକୁ ନେଇ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଡିଜେ ଉପରେ ଅଙ୍କୁଶ, ମାତ୍ର ବାଜାକୁ ନେଇ କୌଣସି କଟକଣା ନାହିଁ’। ଯେଉଁଥିପାଇଁ ଏକ ମୂଲ୍ୟବାନ ଜୀବନ ଚାଲିଗଲା। ଆମେ ଦୁଃଖିତ। ଯେଉଁ ବାଜା ଦଳ ଆସିଥିଲେ ସେମାନଙ୍କୁ ଦଣ୍ଡିତ କରାଯାଉ ବୋଲି ଡିଜେ ସଂଘର ସଭାପତି କହିଛନ୍ତି।


