ପୁଣି ଚର୍ଚ୍ଚାରେ ଅନୁଷ୍କା-ବିରାଟଙ୍କ ବିବାହ


ନୂଆଦିଲ୍ଲୀ: ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟିୟର ବିରାଟ କୋହଲୀଙ୍କ ବିବାହକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏପରି କି ଆଗାମୀ ସପ୍ତାହରେ ଏହି ପ୍ରେମୀ ଯୁଗଳ ବିବାହ କରିବାକୁ ଯାଉଛନ୍ତି। ଡିସେମ୍ବର ୯, ୧୦ କିମ୍ବା ୧୧ରେ ଇଟାଲୀର ମିଲାନ୍‌ଠାରେ ଅନୁଷ୍କା ବିରାଟ ଏକ ହେବାକୁ ଯାଉଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। କିନ୍ତୁ ଉଭୟେ ଏହି ଖବରକୁ ଖଣ୍ଡନ କରି ଚାଲିଛନ୍ତି। ଏହା ମାତ୍ର ଏକ ଗୁଜବ ବୋଲି ଅନୁଷ୍କାଙ୍କ ମୁଖପାତ୍ର ଗଣମାଧ୍ୟମ ସମ୍ମୁଖରେ ବୁଧବାର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ସାମାନ୍ୟ ରିଲାକ୍ସ ହେବାକୁ ଚାହାନ୍ତି ବୋଲି ବିରାଟ ଏକ ସାକ୍ଷାତ୍‌କାରରେ କହିବା ପରେ ଏହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅନୁଷ୍କାଙ୍କ ସହ ବିବାହ କରିବା ପରେ ସେ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଖେଳିବାକୁ ଯିବେ ବୋଲି କହାଯାଉଛି। ଅନୁଷ୍କାଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ବିରାଟ ଖୋଲାଖୋଲି ପ୍ରକାଶ କରି ଆସୁଛନ୍ତି। ବିଭିନ୍ନ ସମୟରେ ସେ ଅନୁଷ୍କାଙ୍କ ପ୍ରଶଂସା କରିବା ସହ ତାଙ୍କର ‘ଲେଡି ଲକ୍‌’ ବୋଲି ମଧ୍ୟ ବିବେଚନା କରିଥାନ୍ତି। ଅନୁଷ୍କା ତାଙ୍କ ଜୀବନରେ ଆସିବା ପରେ ଅନେକ ପରିବର୍ତ୍ତନ ଆସିଛି ବୋଲି ସେ କୁହନ୍ତି। ଚାରିବର୍ଷ ପୂର୍ବରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା। ପରେ ଅଲଗା ହୋଇ ଯାଇଥିବା ନେଇ ସେମାନେ ଗଣମାଧ୍ୟମ ସମ୍ମୁଖରେ ଘୋଷଣା କରିଥିଲେ। କିନ୍ତୁ କିଛିଦିନର ବ୍ୟବଧାନ ପରେ ଉଭୟଙ୍କୁ ପୁଣିଥରେ ଏକାଠି ଦେଖିବାକୁ ମିଳିଥିଲା। ତେବେ ବିରାଟ ଏବଂ ଅନୁଷ୍କାଙ୍କୁ ପୁଣିଥରେ ଏକାଠି ଦେଖି ଉଭୟଙ୍କ ପ୍ରଶଂସକମାନେ ବେଶ୍‌ ଖୁସି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri