‘ପଦ୍ମାବତୀ’ ରଙ୍ଗୋଲି ନଷ୍ଟ କରିବା ଅଭିଯୋଗରେ ୫ ଗିରଫ


ସୁରତ: ଶୁଟିଂ ଆରମ୍ଭରୁ ବିବାଦରେ ରହିଆସିଛି ଚଳଚ୍ଚିତ୍ର ‘ପଦ୍ମାବତୀ’। ଦୀପିକା,ରଣବିର ଏବଂ ସାହିଦ ପ୍ରମୁଖ ଅଭିନୟ କରିଥିବା ଏହି ଚଳଚ୍ଚିତ୍ରର କାହାଣୀକୁ ଅଲଗା ଭାବେ ନର୍ଦ୍ଦେଶକ ଦର୍ଶାଉଥିବା ନେଇ ଏହାକୁ ବିଭିନ୍ନ ସଙ୍ଗଠନ ବିରୋଧ କରିଆସୁଛନ୍ତି। ବିଗତ ଦିନରେ ଶୁଟିଂ ସେଟ ଜଳାପୋଡ଼ା ଏବଂ ଟୋକାପଥର ମାଡ଼ କରିବା ଆଦି ଘଟଣା ସାମ୍ନାକୁ ଆସିଥିବା ବେଳେ ନିକଟରେ ଚଳଚ୍ଚିତ୍ରଟିର କାହାଣୀକୁ ନେଇ କରାଯାଇଥିବା ଏକ ରଙ୍ଗୋଲି(ଝୋଟି)କୁ ମଧ୍ୟ ବିରୋଧ କରାଯାଇଛି। ୧୬ ଅକ୍ଟୋବରରେ ଏଠାର ଏକ ମଲ୍‌ରେ କଳାକାର କରନ ଓ ରାହୁଲ ରାଜ ମିଶି ଏକ ରଙ୍ଗୋଲି କରିଥିଲେ। ଏହାକୁ କିଛି ଲୋକ ନଷ୍ଟ କରିବା ସହ ଜୟ ଶ୍ରୀରାମ ସ୍ଲୋଗାନ ଦେଉଥିବା ଦେଖାଯାଇଥିଲା। ତେବେ ଏଭଳି ଘଟଣାକୁ ଦୀପିକା ନିନ୍ଦା କରିବା ସହ ଏହା ବନ୍ଦ ହେବା ଦରକାର ବୋଲି ସ୍ମୃତି ଇରାନୀଙ୍କୁ ଏକ ଟୁଇଟ କରିଥିଲେ। ଶେଷରେ ପୋଲିସ ଘଟଣା ସହ ସମ୍ପୃକ୍ତ ୫ଜଣ ଲୋକଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଚାରିଜଣ କରଣୀ ସେନା ଓ ଜଣେ ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟ ରହିଛନ୍ତି। ପୋଲିସ ଘଟଣାବେଳର ଏକ ଭିଡିଓ ଆଧାରରେ ସମସ୍ତଙ୍କୁ ଗିରଫ କରିଛି। ଭିଡିଓରେ ୮ ରୁ ୧୦ଜଣ ଲୋକ ଦେଖାଯାଉଥିବା ବେଳେ ଅନ୍ୟମାନଙ୍କୁ ପୋଲିସ ଖୁବ୍‌ ଶୀଘ୍ର ଗିରଫ କରିବ ବୋଲି କହିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri